ଭୁବନେଶ୍ବର: ଆସନ୍ତା 12 ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ । ଲକଡାଉନ ସମୟର କିପରି ପାଠପଢା କରାଯିବ ସେନେଇ ଅନୁଧ୍ୟାନ କରିବେ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ।
UG ଓ PG ପରୀକ୍ଷା କେମିତି ହେବ, ସେନେଇ କୁଳପତିମାନଙ୍କ ମତାମତ ନିଆଯିବ । ଏହାପରେ ସବୁ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ । ଏହାପରେ ବିଭାଗ ପରୀକ୍ଷା ନେଇ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ