ETV Bharat / city

ରାତି ପାହିଲେ ରଥଯାତ୍ରା, ସଜେଇ ହେଉଛି ବାହାରିନ

author img

By

Published : Jun 30, 2022, 1:47 PM IST

2 ବର୍ଷ ପରେ ବାହାରିନରେ ଧୁମଧାମରେ ପାଳନ ହେବ ଘୋଷଯାତ୍ରା । ଏନେଇ ଜୋରଦାର ପ୍ରସ୍ତୁତି କରୁଛନ୍ତି ବାହାରିନ ଓଡ଼ିଆ ସମାଜ । 200 ବର୍ଷ ପୁରୁଣା (Manama ShreeNathJee Temple ) ମନମା ଶ୍ରୀନଥ ଜୀ ମନ୍ଦିରରେ ପ୍ରଭୁ ଜଗନ୍ନାଥ ରଥଯାତ୍ରା ପ୍ରତିବନ୍ଧକ ବିନା ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ

ରାତି ପାହିଲେ ରଥଯାତ୍ରା, ସଜେଇ ହେଉଛି ବାହାରିନ
ରାତି ପାହିଲେ ରଥଯାତ୍ରା, ସଜେଇ ହେଉଛି ବାହାରିନ

ଭୁବନେଶ୍ବର: ସେ ପରା ସାଆନ୍ତ । କପଟିଆ ହେଲେ ବି କୋଟି ଓଡିଆଙ୍କ ପ୍ରିୟ କଳାଠାକୁର । ଅଖିଳ ବ୍ରହ୍ମାଣ୍ତ ନାଥ ସେ ପ୍ରଭୁ ଜଗନ୍ନାଥ । ସେ ସବୁଠି ବିଦ୍ୟମାନ । ରାତି ପାହିଲେ ରଥଯାତ୍ରା । ଏନେଇ ଭକ୍ତଙ୍କ ମନରେ ନାହିଁ ନଥିବା ଉତ୍ସାହ । 2 ବର୍ଷ ପରେ ବାହାରିନରେ ଧୁମଧାମରେ ପାଳନ ହେବ ଘୋଷଯାତ୍ରା । ଏନେଇ ଜୋରଦାର ପ୍ରସ୍ତୁତି କରୁଛନ୍ତି ବାହାରିନ ଓଡ଼ିଆ ସମାଜ । 200 ବର୍ଷ ପୁରୁଣା (Manama ShreeNathJee Temple ) ମନମା ଶ୍ରୀନଥ ଜୀ ମନ୍ଦିରରେ ପ୍ରଭୁ ଜଗନ୍ନାଥ ରଥଯାତ୍ରା ପ୍ରତିବନ୍ଧକ ବିନା ସମ୍ପୂର୍ଣ୍ଣ ରୂପେ ପାଳନ କରିବାକୁ ଅନୁମତି ଦେଇଛନ୍ତି । ସମଗ୍ର ଜଗନ୍ନାଥ ମୟ ହେବ ବାହାରିନ ।

ବାହାରିନରେ ଥିବା ISKCON ସାଗାୟା ମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ମହାବାହୁଙ୍କ ଯାତ୍ରାକୁ ଧୁମଧାମରେ ପାଳନ କରିବେ ବାହାରିନ ଓଡିଆ ସମାଜ । ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହାରାଜ ଏବଂ ଓଡ଼ିଆ ସମାଜ ସଦସ୍ୟଙ୍କ ନେତୃତ୍ବରେ ଏହି ଉତ୍ସବ ପାଳନ କରାଯିବ । ଏଥିପାଇଁ ବାହାରିନ ଓଡିଆ ସମାଜର ସଦସ୍ୟମାନଙ୍କ ଦ୍ବାରା ପ୍ରସ୍ତୁତି ଜୋରସୋରରେ ଚାଲିଛି ।

ଭକ୍ତମାନେ ପ୍ରଭୁ ଜଗନ୍ନାଥ ଏବଂ ଭାଇଭଉଣୀ ପ୍ରଭୁ ବଳଭଦ୍ର ଏବଂ ମା' ସୁଭଦ୍ରାଙ୍କୁ ମନମା ଶ୍ରୀନଥଜୀ ମନ୍ଦିରରେ ସ୍ବାଗତ କରିବା ପାଇଁ ଜଗନ୍ନାଥ ସହସ୍ରନାମ ସଂକୀର୍ତ୍ତନର ବ୍ୟବସ୍ଥା କରିଛନ୍ତି । ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ ପ୍ରହରାଜ କହିଛନ୍ତି ଯେ, “ବହୁ ଉତ୍ସାହର ସହିତ ଆମେ ଚଳିତ ବର୍ଷ କୌଣସି ପ୍ରତିବନ୍ଧକ ବିନା ରଥଯାତ୍ରା ପାଳନ କରିବାକୁ ଯାଉଛୁ । ଆଶା କରୁଛୁ ପ୍ରାୟ 6000 ଭକ୍ତ ମନ୍ଦିର ପରିଦର୍ଶନ କରିବେ । ଏହି ଶୁଭ ଦିନରେ ବାହାରିନରେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ପରିପୂର୍ଣ୍ଣ ଏକ ସୁନ୍ଦର ଈଶ୍ବରୀୟ ପରିବେଶ ସୃଷ୍ଟି ହେବ” ।

ବାହାରିନ ଓଡିଆ ସମାଜର ମହିଳା ସଦସ୍ୟମାନେ ରଥଯାତ୍ରା ସମୟରେ ଶ୍ରୀନାଥଜୀ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ । ପ୍ରଭୁ ଜଗନ୍ନାଥଙ୍କୁ ସ୍ବାଗତ କରିବା ପାଇଁ ଓଡିଆ ବାଳିକା ରଥଯାତ୍ରାରେ ଓଡିଶୀ ନୃତ୍ୟ ପରିବେଷଣ କରିବେ । ତେଣୁ ଅଭ୍ୟାସ ଜୋରଦାର କରିଛନ୍ତି । ବାହାରିନ ଓଡିଆ ସମାଜ ଗତ 22 ବର୍ଷ ହେଲା ଇସ୍କନ ସହଯୋଗରେ ରଥଯାତ୍ରା ପାଳନ କରି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ବହାରିନ ରାଜା ସ୍ବାମୀନାରାୟଣ ମନ୍ଦିରକୁ ଏକ ଜମି ବଣ୍ଟନ କରିଛନ୍ତି । ଯେଉଁଠାରେ ଖୁବ୍ ଶୀଘ୍ର ସ୍ବାମୀ ନାରାୟଣ ମନ୍ଦିର ନିର୍ମାଣ ହେବ । ମହାପ୍ରଭୁ ଜଗନ୍ନାଥ ମଧ୍ୟ ସେଠାରେ ପ୍ରତିଷ୍ଠିତ ହେବ । ଯାହା ସମଗ୍ର ବିଶ୍ବରେ ଜଗନ୍ନାଥ ପ୍ରେମୀଙ୍କ ଲାଗି ଅତ୍ୟନ୍ତ ଗର୍ବର ବିଷୟ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.