ETV Bharat / city

ନିର୍ବାଚନ ବେଳେ ବିଜେପି ହିଁ ହିଂସା ଘଟାଇଛି: ପ୍ରମିଳା

author img

By

Published : Mar 25, 2022, 10:13 PM IST

ରାଜ୍ୟରେ ନିର୍ବାଚନ ସମୟରେ ଦେଖାଦେଇଥିବା ହିଂସା ପ୍ରସଙ୍ଗରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ପ୍ରମିଳା ମଲ୍ଲିକ
ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ସମୟରେ ଦେଖାଦେଇଥିବା ହିଂସା ପ୍ରସଙ୍ଗରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଜି ମୁହଁ ଖୋଲିଛନ୍ତି । ପ୍ରମିଳା ମଲ୍ଲିକ କହିଛନ୍ତି ଆଇନ ଶୃଙ୍ଖଳା ରାଜ୍ୟରେ କୌଣସି ସ୍ଥାନରେ ବିପର୍ଯ୍ୟସ୍ତ ହୋଇନାହିଁ। ଯୋଉଠି କିଛି ହୋଇଛି ପୋଲିସ ପଦକ୍ଷେପ ନେଉଛି । ହିଂସା ଯେଉଁଠି ହୋଇଛି ବିଜେପି କରିଛି ।

ନିର୍ବାଚନ ବେଳେ ବିଜେପି ହିଁ ହିଂସା ଘଟାଇଛି: ପ୍ରମିଳା ମଲ୍ଲିକ

ପ୍ରମିଳା ମଲ୍ଲିକ ଆହୁରି କହିଛନ୍ତି ମୋ ନିର୍ବାଚନ ମଣ୍ଡଳୀରେ ଗତକାଲି ହୋଇଥିବା ହିଂସା ବିଜେପି ହିଁ କରିଛି । ରାଜ୍ୟରେ ଯେଉଁଠି ବି ହିଂସା ହେଉଛି ସେଠି ତାଙ୍କ ପ୍ରାର୍ଥୀ ଓ ସମର୍ଥକ ମାନେ ହିଁ କରୁଛନ୍ତି। ଯଦି ତାଙ୍କ ନିକଟରେ ପ୍ରମାଣ ଅଛି ଦେଖାନ୍ତୁ। ସେମାନେ କ୍ଷମତା ଲୋଭରେ ହିଁ ହିଂସା କରୁଛନ୍ତି ବୋଲି ପ୍ରମିଳା ବିଜେପିକୁ ଆକ୍ରମଣ କରିଛନ୍ତି ।

ସେହିପର ବିଜେପିକୁ ତାତ୍ସଲ୍ୟ କରି ପ୍ରମିଳା କହିଛନ୍ତି ହିଂସା ପାଇଁ ଲୋକେ ତାଙ୍କୁ କ୍ଷମତାରୁ ଦୂରେଇ ରଖିଛନ୍ତି। କ୍ଷମତା ଲୋଭରେ ହିଂସା କରିବା ଛାଡି ହିଂସାରୁ ନିଜ କର୍ମୀଙ୍କୁ ଦୂରେଇ ରଖିବାକୁ ବିଜେପିକୁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.