ETV Bharat / city

ଜୋର ଧରିଲା ଏନଏମଏ ଚିଠା ପ୍ରସ୍ତାବ ପ୍ରତ୍ୟାହାର ଦାବି

ଜୋର ଧରିଲା ପୁରୀ ଶ୍ରୀମନ୍ଦିର ୩୦୦ ମିଟର ନିୟନ୍ତ୍ରିତ ଅଞ୍ଚଳ କଟକଣା ପ୍ରତ୍ୟାହାର ଦାବି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳର ମତ ସାମ୍ନାକୁ ଆସିଛି। ଅଧିକ ପଢ଼ନ୍ତୁ...

all political party demanded to Withdrawal of new by law regarding puri jagannath temple
ଜୋର ଧରିଲା ଏନଏମଏ ଚିଠା ପ୍ରସ୍ତାବ ପ୍ରତ୍ୟାହାର ଦାବି
author img

By

Published : Feb 7, 2021, 5:12 PM IST

Updated : Feb 7, 2021, 5:29 PM IST

ଭୁବନେଶ୍ବର: ଜୋର ଧରିଲା ପୁରୀ ଶ୍ରୀମନ୍ଦିର ୩୦୦ ମିଟର ନିୟନ୍ତ୍ରିତ ଅଞ୍ଚଳ କଟକଣା ପ୍ରତ୍ୟାହାର ଦାବି। ଏହାକୁ ନେଇ ଜାତୀୟ ସ୍ମାରକ ପ୍ରାଧିକରଣ ବା ଏନଏମଏ(NMA) ଚିଠା ପ୍ରସ୍ତାବ ଦେଇଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳର ମତ ସାମ୍ନାକୁ ଆସିଛି। ଏହି ନିଷ୍ପତ୍ତି ଏକ ବିସ୍ଫୋରକ ସ୍ଥିତି ସୃଷ୍ଟି କରିପାରେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେପଟେ କଂଗ୍ରେସ ଓ ବିଜେଡି ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି।

all political party demanded to Withdrawal of new by law regarding puri jagannath temple
ଜୋର ଧରିଲା ଏନଏମଏ ଚିଠା ପ୍ରସ୍ତାବ ପ୍ରତ୍ୟାହାର ଦାବି
all political party demanded to Withdrawal of new by law regarding puri jagannath temple
ଜୋର ଧରିଲା ଏନଏମଏ ଚିଠା ପ୍ରସ୍ତାବ ପ୍ରତ୍ୟାହାର ଦାବି

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଛନ୍ତି ଯେ,‘ଏହି ନିଷ୍ପତ୍ତି ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିପାରେ। ସମଗ୍ର ପୃଥିବୀରେ ପୁରୀ ଶ୍ରୀମନ୍ଦିର ଅନନ୍ୟ। ସେଠି ଜୀବନ୍ତ ଦେବତା ପୂଜା ପାଆନ୍ତି । ପୁରୀ ଶ୍ରୀମନ୍ଦିର ପାଇଁ ଏଭଳି ନିୟମ ଉଚିତ ନୁହେଁ। ପୁରୀ ଶ୍ରୀମନ୍ଦିରକୁ ସ୍ବତନ୍ତ୍ର ଭାବେ ବିଚାର କରାଯିବାର ଆବଶ୍ୟକତା ରହିଛି । ଏଭଳି ନିୟମକୁ ରାଜ୍ୟ ସରକାର ଅନୁଧ୍ୟାନ କରି ତୁରନ୍ତ ନିଷ୍ପତ୍ତି ନିଅନ୍ତୁ।’

ସେପଟେ ଜାତୀୟ ସ୍ମାରକ ପ୍ରାଧିକରଣ ଏଭଳି ନିଷ୍ପତ୍ତିକୁ ନେଇ ଶାସକ ବିଜେଡି ମଧ୍ୟ ସମାଲୋଚନା କରିଛି । ବିଜେଡି ସାଧାରଣ ସମ୍ପାଦକ ଶଶୀ ଭୂଷଣ ବେହେରା ଏଥିରେ ରାଜନୀତିର ବାସ୍ନା ଆସୁଥିବା କଥା କହିଛନ୍ତି । ସେ କହିଛନ୍ତି ଯେ, "ସାଢ଼େ ଚାରି କୋଟି ଲୋକଙ୍କ ଭାବାବେଗକୁ ଆଘାତ ଦେଇଛି ଜାତୀୟ ସ୍ମାରକ ପ୍ରାଧିକରଣର ଏଭଳି ନିୟମ । ଧାର୍ମିକ ଭାବନାର ଡିଣ୍ଡିମ ପିଟୁଥିବା ବିଜେପି କିଭଳି ଲୋକଙ୍କ ଭାବନାକୁ ଆଘାତ ଦେଇଛି ତାହା ଆଲୋଚନାର ବିଷୟ ହୋଇଛି। ଏଭଳି ନିଷ୍ପତ୍ତି ପୂର୍ବରୁ କାହିଁକି ନେଲେ ନାହିଁ ? ମନ୍ଦିର ସ୍ଥଳୀ ସୌନ୍ଦର୍ଯ୍ୟକରଣ ହେବା ପରେ ଭକ୍ତଙ୍କ ପାଇଁ ଆକୃଷ୍ଟର କେନ୍ଦ୍ରବିନ୍ଦୁ ପାଲଟିଛି। ଜାଣିଶୁଣି ଏହାକୁ ବିବାଦୀୟ ସ୍ଥିତିକୁ ନିଆଯାଇଛି।

କଂଗ୍ରେସ ମଧ୍ୟ ଜାତୀୟ ସ୍ମାରକ ପ୍ରାଧିକରଣର ଏଭଳି ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନି। ବରିଷ୍ଠ କଂଗ୍ରେସ ନେତା ଓ ବିଧାୟକ ସୁର ରାଉତରାୟ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଏଏସଆଇର ବିଭିନ୍ନ ମନ୍ଦିରରେ ରୋକ ଲଗାଇ ଏକ ଡ୍ରାମା କରୁଛି। ପ୍ରାଚୀନ କୀର୍ତିରାଜିର ରକ୍ଷଣାବେକ୍ଷଣ ହେଉନାହିଁ । ପୁରୀ ମନ୍ଦିରରୁ ପାଣି ଗଳୁଛି। ପ୍ରଥମେ ବିକାଶ କରାଯାଉ ପରେ ରାଜନୀତି। ଯେତେବେଳେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହେଲା ସେତେବେଳେ କାହିଁକି ଚୁପ ବସିଥିଲେ ଜାତୀୟ ସ୍ମାରକ ପ୍ରାଧିକରଣ ଅଧିକାରୀ ? ଏବେ ନୂଆ ନିୟମ କରୁଛନ୍ତି।"

ସେପଟେ ଜାତୀୟ ସ୍ମାରକ ପ୍ରାଧିକରଣ ପକ୍ଷରୁ ବାଇ ଲ' ପ୍ରସଙ୍ଗରେ ଚିଠା ପ୍ରସ୍ତାବ ପରେ ଏନଏମଏ ଅଧିକାରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ କ୍ରିଷ୍ଣନ କୁମାର। ପ୍ରସ୍ତାବ ପ୍ରତ୍ୟାହାର ନେଇ ଚିଠିରେ ଉଲ୍ଲେଖ ରହିଛି। ଚିଠିରେ ଭକ୍ତ, ଠାକୁର ଓ ସେବାୟତଙ୍କ ସ୍ବାର୍ଥକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ରହିଛି । ତେଣୁ ସମସ୍ତ କଥାକୁ ଦୃଷ୍ଟିରେ ରଖି ଅଧିନିୟମକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ନେଇ ଯେକୌଣସି ନିଷ୍ପତ୍ତି ପୂର୍ବରୁ ମନ୍ଦିର ପ୍ରଶାସନ ସହ ଆଲୋଚନା କରାଯାଉ ବୋଲି ଦାବି ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Feb 7, 2021, 5:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.