ETV Bharat / city

ପାଖଉଛି ପିପିଲି ଲଢେଇ, ୩ ପ୍ରମୁଖ ଦଳର ଜୋରଦାର ପ୍ରସ୍ତୁତି ଆରମ୍ଭ - କଂଗ୍ରେସ ନେତା ସୁର ରାଉତରାୟ

ପିପିଲି ଉପନିର୍ବାଚନ ପୂର୍ବରୁ କ୍ୟାମ୍ପେନିଂକୁ ଜୋରଦାର କଲେଣି ୩ ପ୍ରମୁଖ ଦଳ। ପିପିଲିବାସୀଙ୍କ ଆସ୍ଥା ଭାଜନ ହେବାକୁ ସମସ୍ତଙ୍କ ଦମ୍ଭୋକ୍ତି । ଅଧିକ ପଢନ୍ତୁ...

ପାଖଉଛି ପିପିଲି ଲଢେଇ , ସବୁ ଦଳର ଜୋରଦାର ପ୍ରସ୍ତୁତି ଆରମ୍ଭ

author img

By

Published : Sep 19, 2021, 7:43 PM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପୂର୍ବରୁ କ୍ୟାମ୍ପେନିଂକୁ ଜୋରଦାର କରିଛନ୍ତି ଶାସକ ବିଜେଡି ସମେତ କଂଗ୍ରେସ ଓ ବିଜେପି । ବିଜେଡି ପ୍ରାର୍ଥୀଙ୍କ ପାଇଁ ଖୁବଶୀଘ୍ର ପ୍ରଚାର ଆରମ୍ଭ କରିବେ ଦଳ ମୁଖିଆ । ଡିଜିଟାଲ ପ୍ରଚାର ଦ୍ବାରା ନିର୍ବାଚନୀ ମୈଦାନକୁ ବିଗ ଏଣ୍ଟ୍ରି କରିବେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ । ଏନେଇ ସମସ୍ତ ପ୍ରକ୍ରିୟା ଚୁଡାନ୍ତ କରିସାରିଛି ଦଳ ।

ପାଖଉଛି ପିପିଲି ଲଢେଇ , ସବୁ ଦଳର ଜୋରଦାର ପ୍ରସ୍ତୁତି ଆରମ୍ଭ

ବିରୋଧୀ ମଧ୍ୟ ତୃଣମୂଳ ସ୍ତରରେ ନିଜର ରଣ କୌଶଳ ପ୍ରଦର୍ଶନ କରିବା ପାଇଁ ଜୋରଦାର ଅଣ୍ଟା ଭିଡିଛନ୍ତି । ପିପିଲି ଲଢେଇର ପଛରେ ନାହିଁ କଂଗ୍ରେସ । ଶାସକ ବିଜେଡି ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ବିଫଳତା ହିଁ ଦଳ ପାଇଁ ପ୍ରସଙ୍ଗ । କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା,ଦରଦାମ ବୃଦ୍ଧି,ବେରୋଜଗାରୀକୁ ପ୍ରସଙ୍ଗ କରି ଭୋଟରଙ୍କ ପାଖକୁ ଯିବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ।

ବିଜେପି ମଧ୍ୟ ନିର୍ବାଚନୀ ପ୍ରଚାର ଆରମ୍ଭ କରିବାରେ ପଛରେ ନାହିଁ । ଦୀର୍ଘବର୍ଷର ଆତଙ୍କରାଜ, ଗୁଣ୍ଡାରାଜ କରି ଭୟର ବାତାବରଣ ସୃଷ୍ଟି କରିବା ସହ ବିଜେଡି ଶାସନରେ ପିପିଲିରେ ସାମଗ୍ରିକ ବିକାଶ ହୋଇ ନ ଥିବା ଅଭିଯୋଗ କରିଛି ବିଜେପି । ସେହିପରି ଚାରିଆଡେ ହିଂସା ଚାଲିଥିବାବେଳେ କଂଗ୍ରେସ ଭୋଟ ଶାସକ ବିଜେଡିକୁ ଜିତେଇବା ପାଇଁ ସହାୟକ ହେଉଛି । ପିପିଲିବାସୀ ଚଳିତଥର ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବେ ବୋଲି କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ସେପଟେ ବିଜେଡି କର୍ମୀମାନେ ରୀତିମତ ଗ୍ରାଉଣ୍ଡରେ କାର୍ଯ୍ୟ ଜାରି ରଖିଛନ୍ତି । ନିର୍ବାଚନ ସ୍ଥଗିତ ରହିଥିଲେ ସୁଦ୍ଧା ବି ବିକାଶମୂଳକ କାର୍ଯ୍ୟ ଜାରି ରହିଥିଲା। ବର୍ତ୍ତମାନ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ଆଗାମୀ ନିର୍ବାଚନକୁ ନେଇ ଦଳ ପୁରା ଦମରେ ପ୍ରଚାର କରୁଥିବାବେଳେ ମୁଖ୍ୟମନ୍ତ୍ରୀ ପ୍ରଚାର ଆରମ୍ଭ କଲେ ବଡ଼ ପ୍ରଭାବ ଦେଖିବାକୁ ମିଳିବ। ପିପିଲିରେ ଦଳ ପୁନର୍ବାର ବାଜିମାତ କରିବ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ଦେବୀ ମିଶ୍ର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.