ଭୁବନେଶ୍ବର: ସିଏଏ ଓ ଏନଆରସି ପ୍ରତ୍ୟାହାର ଦାବିରେ ରାଜଧାନୀରେ ବିକ୍ଷୋଭ କରାଯାଇଛି । ରାମମନ୍ଦିର ଛକରୁ ଲୋୟର ପିଏମଜି ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଛି । କଂଗ୍ରେସ, ବାମପନ୍ଥୀ ସମେତ ଅନ୍ୟ 18ଟି ଦଳ ଏହି ଶୋଭାଯାତ୍ରାରେ ଭାଗ ନେଇଥିଲେ ।
ବିଭିନ୍ନ ଦଳର ହଜାର ହଜାର କର୍ମୀ ଯୋଗ ଦେବା ସହ ସମ୍ବିଧାନ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ ଓ ଦେଶ ବଞ୍ଚାଅ ନାରା ଦେଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ