ETV Bharat / city

Odisha Assembly: ଆଜି ବସିବ ସର୍ବଦଳୀୟ ବୈଠକ

ବୈଠକ ପୂର୍ବାହ୍ନ ସାଢେ 11 ଟାରେ ବସିବ ସର୍ବଦଳୀୟ ବୈଠକ । ବିଧାନସଭାର ବଜେଟ ଅଧିବେଶନ ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆହୁତ କରାଯାଇଛି ।

author img

By

Published : Mar 14, 2022, 4:30 PM IST

Updated : Mar 15, 2022, 6:56 AM IST

Odisha assembly: ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆଜି (ମଙ୍ଗଳବାର) ବିଧାନସଭା ବଜେଟ ଅଧିବେଶନ ପାଇଁ ବସିବ ସର୍ବଦଳୀୟ ବୈଠକ । ବୈଠକ ପୂର୍ବାହ୍ନ ସାଢେ 11 ଟାରେ ବସିବ । ବିଧାନସଭାର ବଜେଟ ଅଧିବେଶନ ପାଇଁ ଗତକାଲି(ସୋମବାର) ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଆହୁତ କରାଯାଇଥିଲା ।

ବଜେଟ ଅଧିବେଶନକୁ ସୁଚାରୁରୂପେ ପରିଚାଳନା ପାଇଁ ଶାସକ ଦଳର ମୁଖ୍ୟ ସଚେତକଙ୍କ ସହ ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳର ନେତା ବୈଠକରେ ଆଲୋଚନା କରିବେ । ଆସନ୍ତା 25 ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । 25 ରୁ 31 ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ପ୍ରଥମଦିନ ରାଜ୍ୟପାଳ ଗୃହରେ ନିଜ ଅଭିଭାଷଣ ରଖିବେ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଲଗାତାର ଦୁଇ ଦିନ ଧରି 26 ଓ 27 ଆଲୋଚନା ହେବ । 30ରେ ବଜେଟ ଉପସ୍ଥାନ ହେବ । 31ରେ ବଜେଟକୁ ଗୃହର ମଞ୍ଜୁରି ମିଳିବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 15, 2022, 6:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.