ETV Bharat / city

ସର୍ବଦଳୀୟ ବୈଠକ ଆରମ୍ଭ, ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି

author img

By

Published : Aug 27, 2021, 11:48 AM IST

Updated : Aug 27, 2021, 11:59 AM IST

ଆରମ୍ଭ ହୋଇଛି ସର୍ବଦଳୀୟ ବୈଠକ । ମୌସୁମୀ ଅଧିବେଶନ ନେଇ ଏହି ବୈଠକ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ...

ସର୍ବଦଳୀୟ ବୈଠକ ଆରମ୍ଭ, ଅଧ୍ୟକ୍ଷତା କରିବେ ବାଚସ୍ପତି

ଭୁବନେଶ୍ବର: ମୌସୁମୀ ଅଧିବେଶନ ନେଇ ସର୍ବଦଳୀୟ ବୈଠକ ଆରମ୍ଭ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି । ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ ସମାପନ ଲାଗି ବାଚସ୍ପତି ଏହି ବୈଠକ ଡାକିଛନ୍ତି । ବୈଠକରେ ବିଧାନସଭା ବ୍ୟବସ୍ଥା ବାବଦରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ।

ଏହି ବୈଠକରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଉପସ୍ଥିତ ରହିଛନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀଙ୍କ ସମେତ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର ଉପସ୍ଥିତ । ଆସନ୍ତା ମୌସୁମୀ ଅଧିବେଶନକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ଅଣ୍ଟା ଭିଡିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି । କୋଭିଡ଼ କଟକଣା ସହ ସ୍ବଳ୍ପଦିନିଆ ମୌସୁମୀ ଅଧିବେଶନ ହେଉଥିବାରୁ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ଅଛି ।

ବିଧାନସଭାରେ ବିରୋଧୀ ବିଦ୍ୟୁତ ଦର ବୃଦ୍ଧି, ଧାନ ମଣ୍ଡି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତା ସହିତ କୋଭିଡ ପରିଚାଳନା, ମନେରେଗାରେ ଦୁର୍ନୀତି, ଓଡିଶା ଷ୍ଟାଫ ସିଲେକ୍ସନରେ ଦୁର୍ନୀତି, ଦରଦାମ ବୃଦ୍ଧି, ବିଦ୍ୟତ ଶୁଳ୍କ ବୃଦ୍ଧି, ଚାଷୀ ସମସ୍ୟା, ଶିକ୍ଷା ଅବ୍ୟବସ୍ଥା ଭଳି ପ୍ରସଙ୍ଗ ଉଠାଇବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 27, 2021, 11:59 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.