ETV Bharat / city

ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ

ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ବୈଠକରେ ଯୋଗଦେଇଛନ୍ତି ସମସ୍ତ ଦଳର ପ୍ରତିନିଧି । ଅଧିକ ପଢନ୍ତୁ...

All party meeting
All party meeting
author img

By

Published : Feb 13, 2020, 8:22 PM IST

ଭୁବନେଶ୍ବର: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ଆସନ୍ତା 18ରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ବିଧାନସଭାରେ 2020-21 ଆର୍ଥିକ ବର୍ଷର ବଜେଟ ଉପସ୍ଥାପନା କରିବେ । ଶୁକ୍ରବାର ଗୃହକୁ ରାଜ୍ୟପାଳ ସମ୍ବୋଧନ କରିବା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବ ।

ବଜେଟ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଆରମ୍ଭ

ରାଜ୍ୟର ବିକାଶ ଦୃଷ୍ଟିରୁ ଏହି ଅଧିବେଶନ ବେଶ ଗୁରୁତ୍ବପୂର୍ଣ୍ଣ । ତେଣୁ ଗୃହକୁ ଶୃଙ୍ଖଳିତ ଭାବେ ସମସ୍ତ ଦଳର ସହଯୋଗରେ ଚଳାଇବାକୁ ପଡିବ । ଯାହା ବାଚସ୍ପତିଙ୍କ ପାଇଁ ଚ୍ୟାଲେଞ୍ଚ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଛନ୍ତି । ବୈଠକରେ ବାଚସ୍ପତି ଅଧ୍ୟକ୍ଷତା କରୁଥିବା ବେଳେ ସରକାରୀ ଦଳ ପକ୍ଷରୁ ଅର୍ଥମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର ଯୋଗଦେଇଛନ୍ତି । ସେହିପରି ବିଜେପି ପକ୍ଷରୁ ବିରୋଧୀ ଦଳ ନେତା ଓ ଉପ-ନେତା ବିଷ୍ଣ ସେଠୀ ଯୋଗଦେଇଛନ୍ତି ।

କଂଗ୍ରେସ ଦଳ ପକ୍ଷରୁ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗଦେଇଥିବା ବେଳେ ଅନ୍ୟ ବିଧାୟକମାନେ ମଧ୍ୟ ବୈଠକରେ ଯୋଗଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.