ETV Bharat / city

ସର୍ବଦଳୀୟ ବୈଠକ; 23ରେ ଦୁଇ ଘଣ୍ଟିଆ ବିଦ୍ରୋହ, 27ରେ ଭାରତ ବନ୍ଦକୁ ସମର୍ଥନ କରିବ କଂଗ୍ରେସ - କଂଗ୍ରେସ ଭବନ

କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ । 23ରେ ଦୁଇ ଘଣ୍ଟିଆ ବିଦ୍ରୋହ କରିବ କଂଗ୍ରେସ । ସେପଟେ 27ରେ ଭାରତ ବନ୍ଦକୁ କଂଗ୍ରେସ ଦେବ ସମର୍ଥନ । ଅଧିକ ପଢନ୍ତୁ...

କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ; 23ରେ ଦୁଇ ଘଣ୍ଟିଆ ବିଦ୍ରୋହ କରିବ କଂଗ୍ରେସ

author img

By

Published : Sep 15, 2021, 1:49 PM IST

ଭୁବନେଶ୍ବର: ଆସନ୍ତା 27ରେ ଭାରତ ବନ୍ଦ ନେଇ କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ହୋଇଛି । ଏଥିରେ ବିଭିନ୍ନ ବାମପନ୍ଥୀ ଦଳ ସାମିଲ ହୋଇଥିଲେ । ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । 27ରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ। ଏହା ସହ ସର୍ବଦଳୀୟ ବୈଠକ ନିଷ୍ପତ୍ତି ଅନୁସାରେ 23ରେ ଏକ ଧାରଣା ଦିଆଯିବ। ମରୁଡ଼ି, ବନ୍ୟା ଏବଂ ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। 11 ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେବ କଂଗ୍ରେସ ।

କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ; 23ରେ ଦୁଇ ଘଣ୍ଟିଆ ବିଦ୍ରୋହ କରିବ କଂଗ୍ରେସ

ଓଡ଼ିଶାରେ ମରୁଡି,ବନ୍ୟା,ସର୍ବଭାରତୀୟ ସ୍ତରରେ ଦରଦାମ ବୃଦ୍ଧି ପ୍ରତିବାଦରେ 2 ଘଣ୍ଟିଆ ବିଦ୍ରୋହ କରିବ ରାଜ୍ୟ କଂଗ୍ରେସ। ୨୩ ତାରିଖରେ ମାଷ୍ଟର କ୍ୟାଣ୍ଟିନ ଛକରେ 2 ଘଣ୍ଟିଆ ପ୍ରତିବାଦ ଆନ୍ଦୋଳନ କରିବ କଂଗ୍ରେସ । ଏହି ପ୍ରତିବାଦରେ ବିଭିନ୍ନ ଦଳ ସାମିଲ ହେବେ । ସିପିଆଇଏମ,ସିଇଆଇ,ଆରଜେଡି ଭଳି ଅନ୍ୟ ଦଳ ମାନେ କଂଗ୍ରେସକୁ ସମର୍ଥନ କରିବେ। 27 ତାରିଖରେ ମଧ୍ୟ ଭାରତ ବନ୍ଦରେ ସାମିଲ ହେବେ । ଆୟୋଜିତ ହୋଇଥିବା ସର୍ବଦଳୀୟ ବୈଠକରେ ସିପିଏମ, ସିପିଆଇ, ସିପିଆଇଏମ,ସିପିଆଇଏମଏଲ, ରାଜେଡି, ଆଇଏନସି, ସମାଜବାଦୀପାର୍ଟି, ଓ ଏନସିପିର ନେତୃବୃନ୍ଦ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.