ETV Bharat / city

Brajarajnagar ByPoll: ବସିଲା ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କଲେ ସୁଶୀଲ ଲୋହାନୀ - ଇଲେକ୍ସନ ନ୍ୟୁଜ

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି(ସୋମବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ବସିଲା ସର୍ବଦଳୀୟ ବୈଠକ । ଅଧିକ ପଢନ୍ତୁ

Brajarajnagar ByPoll: ବସିଲା ସର୍ବଦଳୀୟ ବୈଠକ

author img

By

Published : May 9, 2022, 8:35 PM IST

ଭୁବନେଶ୍ବର: ବ୍ରଜରାଜନଗର ଉପନିର୍ବାଚନ( Brajarajnagar By-Poll) ପାଇଁ ଆଜି(ସୋମବାର) ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ । ବୈଠକରେ ସ୍ଵୀକୃତିପ୍ରାପ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଯୋଗ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ଵାରା ବ୍ରଜରାଜନଗର ଉପନିର୍ବାଚନ ଘୋଷଣା ସହ ସଂପୂର୍ଣ୍ଣ ନିର୍ବାଚନ ସୂଚୀ ସଂପର୍କରେ ଉପସ୍ଥିତ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଅବଗତ କରାଇଛନ୍ତି ।

ବସିଲା ସର୍ବଦଳୀୟ ବୈଠକ
ବସିଲା ସର୍ବଦଳୀୟ ବୈଠକ

ଉପନିର୍ବାଚନ ଘୋଷଣା ଦିନଠାରୁ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସହ ସମଗ୍ର ଝାରସୁଗୁଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛି । ଏହା ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ବିଜ୍ଞାପନ ଛପା ହେଲେ ବିଜ୍ଞାପନରେ କୌଣସି ମନ୍ତ୍ରୀ କିମ୍ବା ରାଜନୈତିକ ବ୍ୟକ୍ତିବିଶେଷଙ୍କର ଫଟୋ ରହିବ ନାହିଁ । ଏହି ସମୟ ମଧ୍ୟରେ ଜିଲ୍ଲାରେ କୌଣସି ନୂତନ ଯୋଜନା ଘୋଷଣା କିମ୍ବା କାର୍ଯ୍ୟକାରୀ କରାଯାଇପାରିବ ନାହିଁ । ଏହି ସମୟ ମଧ୍ୟରେ ଜିଲ୍ଲାକୁ ମନ୍ତ୍ରୀମାନଙ୍କର ସରକାରୀ ଗସ୍ତ କରାଯାଇପାରିବ ନାହିଁ ।

ବ୍ରଜରାଜନଗର ଉପନିର୍ବାଚନରେ ଭୋଟଗ୍ରହଣ ଦିନ ବୁଥ୍ ମଧ୍ୟରେ ବିଶୃଙ୍ଖଳା ଓ ବୁଥ୍ ଜବରଦଖଲ ଆଦିକୁ ରୋକିବା ଲାଗି ୫୦ ପ୍ରତିଶତ ବୁଥ୍‌ରେ ୱେବ୍‌କାଟିଂ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରାର୍ଥୀମାନେ ଲିଫ୍‌ଲେଟ୍‌, ପାମ୍ପଲେଟ୍‌ ଛାପିଲେ, ଜନପ୍ରତିନିଧି ଆଇନ୍ ୧୯୫୧ର ଧାରା ୧୨୭ (କ) ଅନୁସାରେ ମୁଦ୍ରାକାର ଓ ପ୍ରକାଶକଙ୍କ ସଂପୂର୍ଣ୍ଣ ନାମ ଓ ଠିକଣା ରହିବ । ନିର୍ବାଚନ ପ୍ରଚାର ସମୟରେ ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍ ବ୍ୟବହାର ଉପରେ ନିଷେଧାଦେଶ ଜାରି କରାଯାଇଛି । ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ନିର୍ବାଚନ ଖର୍ଚ୍ଚ ୩୦.୮୦ ଲକ୍ଷରୁ ୪୦ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଛି ।

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ନିର୍ବାଚନର ଖର୍ଚ୍ଚର ଟିକନିକ ହିସାବ ରଖିବା ଲାଗି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ପ୍ରାର୍ଥୀ ନିଜେ ଏବଂ ତାଙ୍କ ନିର୍ବାଚନ ଏଜେଣ୍ଟଙ୍କ ନାମରେ ଏକ ଯୁଗ୍ମ ଆକାଉଣ୍ଟ ଖୋଲିବେ । ପାସ୍‌ବୁକ୍‌ର ଆକାଉଣ୍ଟ ନମ୍ବରକୁ ଲିଖତ ଭାବେ ରିଟଣ୍ଣିଂ ଅଫିସରଙ୍କ ନିକଟରେ ଦାଖଲ କରିବାକୁ ହେବ । ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନେ ସେମାନଙ୍କର ଅପରାଧିକ କାର୍ଯ୍ୟକଳାପ ସଂପର୍କରେ ଖବରକାଗଜ ଓ ଟିଭି ମାଧ୍ୟମରେ ପ୍ରାର୍ଥୀମାନଙ୍କର ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବେ ।

ପ୍ରାର୍ଥୀ କିମ୍ବା ରାଜନୈତିକ ଦଳମାନେ ସେମାନଙ୍କର ସରକାରୀ ସାମାଜିକ ଗଣମାଧ୍ୟମ ଫେସବୁକ୍‌ ଓ ଟ୍ବିଟର ମାଧ୍ୟମରେ ନିର୍ବାଚନ ପ୍ରଚାର ପ୍ରସାର କଲେ ତାହାର ଖର୍ଚ୍ଚ ସଂପର୍କରେ ପ୍ରାର୍ଥୀଙ୍କ ନିର୍ବାଚନ ହିସାବ ରେଜିଷ୍ଟରରେ ଥିବା କ୍ରମିକ ସଂଖ୍ୟା ୧୧ରେ ଲିପିବଦ୍ଧ କରି ୩୦ ଦିନ ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିବେ । ସର୍ବଦଳୀୟ ବୈଠକରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସାଧାରଣ ସଂପାଦକ ମଧୁସୂଦନ ଯାଦବ, ଭାରତୀୟ ଜନତା ପାର୍ଟିର ରମାରଞ୍ଜନ ବଳିୟାର ସିଂହ ଓ ଜୟନ୍ତ କୁମାର ଜେନା, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜୟନ୍ତ ଦାଶ ଓ ସଂଘମିତ୍ରା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.