ଭୁବନେଶ୍ବର: କୋରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆସନ୍ତା 28 ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେବାକୁ ଥିବା ଜିଲ୍ଲାପରିଷଦ, ସମିତି ମେମ୍ବର, ସରପଞ୍ଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନ ବାତିଲ । ଏନେଇ ଆଜି(ଶୁକ୍ରବାର) ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
![ରାଜ୍ୟର ସମସ୍ତ ଜିଲ୍ଲା ପରିଷଦ ସରପଞ୍ଚ ଉପନିର୍ବାଚନ ବାତିଲ୍](https://etvbharatimages.akamaized.net/etvbharat/prod-images/od-bbsr-15-election-cancelled-7209787_16042021221653_1604f_1618591613_405.jpg)
ଖୋର୍ଦ୍ଧା, ପୁରୀ, ବାଲେଶ୍ଵର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ, ମୟୁରଭଞ୍ଜ, ନୂଆପଡା, କଳାହାଣ୍ଡି, ଗଞ୍ଜାମ, କେନ୍ଦ୍ରାପଡା, ବଲାଙ୍ଗିର ଆଦି ଜିଲ୍ଲାରେ ଖାଲିଥିବା ଜିଲ୍ଲାପରିଷଦ, ସମିତି ସଭ୍ୟ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ଉପନିର୍ବାଚନ ହେବାର ଥିଲା । ଯାହାକୁ ବାତିଲ କରାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ