ETV Bharat / city

୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

author img

By

Published : May 18, 2021, 10:52 PM IST

କୋରୋନାର ଦ୍ଵିତୀୟ ଲହର ଯୋଗୁଁ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ୍ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ...

୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ
୧୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ବର: କୋରୋନାର ଦ୍ଵିତୀୟ ଲହର ଯୋଗୁଁ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ଲକଡାଉନ୍ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରୀ ଅଫିସରେ କର୍ମଚାରୀଙ୍କ ସଂଖ୍ୟା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ।

ଆସନ୍ତାକାଲିଠାରୁ (ବୁଧବାର) ଆସନ୍ତା ଜୁନ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଲକଡାଉନରେ ଅଫିସ ପାଇଁ ନୂଆ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୦ ପ୍ରତିଶତ କର୍ମଚାରୀରେ ସରକାରୀ ଅଫିସ ଚାଲିବ।

କିନ୍ତୁ ରାଜ୍ୟରେ ଜରୁରୀକାଳୀନ ସେବା ଯୋଗାଉଥିବା କାର୍ଯ୍ୟାଳୟ ଉପରେ କୌଣସି କଟକଣା ଲଗା ଯାଇନାହିଁ । ପୋଲିସ, ଅଗ୍ନିଶମ, ଜେଲ୍‌ ଓ ପୌର କର୍ମଚାରୀଙ୍କ ସମେତ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ ।

ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣ କରିବାକୁ ପୁନଃ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଲକଡାଉନ କଟକଣାକୁ ମାନିବାକୁ ସଭିଁଙ୍କୁ କୁହାଯାଇଛି । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.