ETV Bharat / city

ଆସନ୍ତା ୬ରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ, ସ୍ବାଭାବିକ ହେବ ପାଠପଢା - ବୈଷୟିକ ଶିକ୍ଷା ବିଭାଗ

ଆସନ୍ତା ୬ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଛାତ୍ରଛାତ୍ରୀଙ୍କ ଅଫଲାଇନରେ କ୍ଲାସ ହେବ । ଅଧିକ ପଢନ୍ତୁ...

ଆସନ୍ତା 6ରୁ ଖୋଲିବ ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

author img

By

Published : Sep 1, 2021, 7:36 AM IST

ଭୁବନେଶ୍ବର: ଆସନ୍ତା ୬ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ । ଛାତ୍ରଛାତ୍ରୀଙ୍କ ଅଫଲାଇନରେ କ୍ଲାସ ହେବ । କୋଭିଡ କଟକଣା ପାଳନ କରି ଶିକ୍ଷାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି ।

ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢା ହେଉଥିଲା । ତେବେ ୬ତାରିଖରୁ ସମସ୍ତ ବର୍ଷ ପିଲାଙ୍କ ପାଇଁ ପାଠପଢା ସ୍ବାଭାବିକ କରିବାକୁ ମଙ୍ଗଳବାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ବୈଷୟିକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । 5ତାରିଖରୁ ଖୋଲାଯିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ହଷ୍ଟେଲ ।

କ୍ଳାସ ରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ଆବଶ୍ୟକ । ସାନିଟାଇଜ କରିବା ସହ ଫେସ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁ ମାନଙ୍କର ଜ୍ବର କି କିଛି କୋଭିଡ ଲକ୍ଷଣ ଦେଖିବାକୁ ମିଳିବ ତାଙ୍କୁ ଅଲଗା ଗୃହରେ ରଖାଯିବ । କଲେଜ କ୍ୟାମ୍ପସରେ ଏକାଧିକ ଛାତ୍ରଛାତ୍ରୀ ଏକାଠି ହୋଇପାରିବେ ନାହିଁ ।

ବୈଷେୟିକ ଶିକ୍ଷା ବିଭାଗ ଅଧୀନରେ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକନିକ, ଡିପ୍ଲୋମା, ଆଇଟିଆଇ ଶିକ୍ଷାନୁଷ୍ଠାନ, ୟୁଜି, ପିଜି, ଡିପ୍ଲୋମା ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.