ETV Bharat / city

ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ - ଭୁବନେଶ୍ବରରେ ଧାର୍ମିକ ଅନୁଷ୍ଠାନ ବନ୍ଦ

ରାଜ୍ୟରେ ବେଲଗାମ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ନେଲା କଡା ନିଷ୍ପତ୍ତି । ଆଜି ଠାରୁ ରାଜଧାନୀର ସମସ୍ତ ଧର୍ମାନୁଷ୍ଠାନରେ ବନ୍ଦ ହେଲା ସାଧାରଣ ଦର୍ଶନ । ଅଧିକ ପଢନ୍ତୁ....

ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ

author img

By

Published : Apr 20, 2021, 4:39 PM IST

Updated : Apr 20, 2021, 5:49 PM IST

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଉପରେ ବିଏମସିର କଟକଣା । ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଦର୍ଶନ ବନ୍ଦ ହୋଇଛି । ନୀତିକାନ୍ତି ଚାଲିବ କିନ୍ତୁ ଶ୍ରଦ୍ଧାଳୁ ପ୍ରବେଶ ଉପରେ ଲଗାଯାଇଛି କଟକଣା ।

ଭୁବନେଶ୍ୱରର ସମସ୍ତ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ
କୋଭିଡର ଦ୍ୱିତୀୟ ଲହରର ପ୍ରକୋପକୁ ଦୃଷ୍ଟିରେ ରଖି ବିଏମସି ନେଲା ବଡ଼ ନିଷ୍ପତ୍ତି । ସମସ୍ତ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମସଜିଦ, ଚର୍ଚ୍ଚଗୁଡିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ପୁଣି ବନ୍ଦ । ଏଣିକି ଧାର୍ମିକ ଅନୁଷ୍ଠାନକୁ କୌଣସି ଶ୍ରଦ୍ଧାଳୁ ଓ ଭକ୍ତ ପ୍ରବେଶ କରିପାରିବେ ନାହିଁ । ଧାର୍ମିକ ଅନୁଷ୍ଠାନରେ କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା ହେବ । ବିଭିନ୍ନ ଧର୍ମର ଧର୍ମଗୁରୁ, କର୍ମକର୍ତ୍ତାଙ୍କ ସହ ଭର୍ଚୁଆଲ ଆଲୋଚନା ପରେ ନିଷ୍ପତ୍ତି ନେଇଛି ବିଏମସି । ଏଥିପାଇଁ ପୂର୍ବଭଳି ଗାଇଡ଼ଲାଇନ ଜାରି କରିଛି ବିଏମସି । ଦୁଇ ଦିନ ତଳେ ଲିଙ୍ଗରାଜ ମନ୍ଦିର ପ୍ରବେଶ ଉପରେ କଟକଣା ଲଗାଯାଇଥିବାବେଳେ ଆଜି(ମଙ୍ଗଳବାର) ମସଜିଦ, ଚର୍ଚ୍ଚ, ମଠ ପାଇଁ ଏହି ନିଷ୍ପତ୍ତି ନେଇଛି । ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Apr 20, 2021, 5:49 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.