ଭୁବନେଶ୍ବର: ବାତିଲ ହେଲା ଛାତ୍ର ସଂସଦ ନିର୍ବାଚନ। ଏବର୍ଷ କୌଣସି ବିଶ୍ବବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟରେ ହେବନି ଛାତ୍ର ସଂସଦ ନିର୍ବାଚନ । କ୍ୟାମ୍ପସରେ ଲାଗି ରହୁଥିବା ଛାତ୍ର ଅଶାନ୍ତି, ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ପରସରରେ ଆଇନ ଶୃଙ୍ଖଳା ବଜାଇ ରଖିବାକୁ ଛାତ୍ର ସଂସଦ ନିର୍ବାଚନ ବାତିଲ କରାଯାଇଛି ।
ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟର କୂଳପତି ଏବଂ କଲେଜ ଅଧ୍ୟକ୍ଷଙ୍କୁ ଜଣାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ଛାତ୍ର ସଂସଦ ପ୍ରତିନିଧି ମନନୋୟନ ପାଇଁ ରାଜ୍ୟ ସରକାର ବିକଳ୍ପ ଚିନ୍ତା କରୁଥିବା କୁହାଯାଇଛି ।
ଭୁବନେଶ୍ବରରୁ ଅଜିତ୍ ଦାଶ, ଇଟିଭି ଭାରତ