ETV Bharat / city

ହାଇଦରକୁ ଧରିବାକୁ ସବୁ ଏସପିଙ୍କୁ ଆଲର୍ଟ, ରାଜ୍ଯ ବର୍ଡର ରେଲୱେ ପଥ ଉପରେ ନଜର - ହାଇଦରକୁ ଧରିବା ପାଇଁ ପ୍ରସ୍ତୁତି

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ହେବା ପରେ ତାକୁ ଧରିବା ପାଇଁ ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯାଇଛି । ଅଧିକ ପଢନ୍ତୁ...

ହାଇଦର ଫେରାର ଘଟଣା: ସମସ୍ତ ଏସପିଙ୍କୁ କରାଗଲା ଆଲର୍ଟ

author img

By

Published : Apr 11, 2021, 2:01 PM IST

ଭୁବନେଶ୍ବର: ଦୀର୍ଘ ୧୫ ବର୍ଷର ଗିରଫ ଅଭିଯୁକ୍ତ ୫ ମିନିଟରେ ହେଲା ଫେରାର । ହାଇ ପ୍ରୋଫାଇଲ ଅପରାଧି ହାଇଦର ଫେରାର ପ୍ରସଙ୍ଗରେ ବର୍ତ୍ତମାନ ଚିନ୍ତାରେ ଓଡିଶା ପୋଲିସ । ତେବେ ତାକୁ ଧରିବା ପାଇଁ ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ ରହିବା ପାଇଁ ପୋଲିସ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ହାଇଦର ଫେରାର ଘଟଣା: ସମସ୍ତ ଏସପିଙ୍କୁ କରାଗଲା ଆଲର୍ଟ

ରାଜ୍ୟର ସମସ୍ତ ଏସପିଙ୍କୁ ଆଲର୍ଟ କରାଯିବା ସହିତ । STFକୁ ସଜାଗ କରାଯାଇଛି ବୋଲି ବୈଠକ ଶେଷ ହେବା ପରେ କ୍ରାଇମ୍ ବ୍ରାଞ୍ଚ ଏଡିଜି ଜସବନ୍ତ ଜେଠୱା କହିଛନ୍ତି । ରାଜ୍ଯର ପ୍ରବେଶ ପ୍ରସ୍ଥାନ ପଥକୁ ମଧ୍ୟ ଯାଞ୍ଚ କରାଯାଉଛି । ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳ, ରେଲୱେ ପଥ, ରୋଡ ଉପରେ ନଜର ରହିଛି । ହାଇଦରକୁ ଧରିବା ପାଇଁ ୬ଟି ଟିମକୁ ମଧ୍ୟ ସାମିଲ କରାଯାଇଛି । ପରିବାର ଲୋକଙ୍କୁ ପରେ ଜେରା କରାଯିବ ବୋଲି ଜେଠୱା କହିଛନ୍ତି ।

ରେଡ୍ କରି ହାଇଦରକୁ ଧରିବା ଉପରେ ଫୋକସ ରହିଥିବା ବେଳେ ଏହି ଘଟଣାରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି । ଏସିବି ସିଷ୍ଟରଙ୍କ ବୟାନ ରେକର୍ଡ କରାଯିବା ପରେ ମେଡିକାଲ ସିସିଟିଭି ଯାଞ୍ଚ ହେଉଛି । ଗତକାଲି ମଞ୍ଚେଶ୍ବରର ଏକ ସ୍ଥାନରେ ରେଡ୍ ହୋଇଥିଲା । ହାଇଦରକୁ ତୁରନ୍ତ ଗିରଫ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଜେଠୱା କହିଛନ୍ତି ।

ତେବେ ସୂଚନା ଥାଉ କି ଗତ ୨୦୦୯ ମସିହା ଜୁଲାଇ ମାସରେ ଗ୍ୟାଙ୍ଗଷ୍ଟାର ସୁଲେମାନ ହତ୍ୟାର ମୁଖ୍ୟ କାର୍ପଟଦାର ଭାବେ ସମ୍ବଲପୁର ଉପକାରାଗାରରେ ଆଜୀବନ ସଜ୍ଜା କାଟୁଥିବା ହାଇଦର ଗତ କିଛିଦିନ ତଳେ ଅସୁସ୍ଥ ହେବାରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲ ଓ ପରେ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଥିଲା । ତେବେ ଶନିବାର ସନ୍ଧ୍ୟାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଖାଇ ମେଡିକାଲରୁ ଫେରାର ହୋଇଯିବାରେ ସଫଳ ହୋଇଛି ଏହି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ।

ଭୁବନେଶ୍ବରରୁ ତାପସ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.