ETV Bharat / city

ବଦଳିବ ଆଲାରନାଥ ମନ୍ଦିର ରୂପରେଖ, 15 ଦିନରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

ମନ୍ଦିର ବିକାଶ ଯୋଜନାରେ ସାମିଲ ହୋଇଛି ଅଲାରନାଥ ମନ୍ଦିର । ଅଲାରନାଥ ମନ୍ଦିର ପରିଦର୍ଶନ କରି ଏହି ଘୋଷଣା କରିଛନ୍ତି 5ଟି ସଚିବ ଭିକେ ପଣ୍ଡିଆନ । ଅଧିକ ପଢ଼ନ୍ତୁ

author img

By

Published : Aug 11, 2022, 8:48 PM IST

ବଦଳିବ ଆଲାରନାଥ ମନ୍ଦିର ରୂପରେଖ, 15 ଦିନରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ
ବଦଳିବ ଆଲାରନାଥ ମନ୍ଦିର ରୂପରେଖ, 15 ଦିନରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ

ଭୁବନେଶ୍ବର/ବ୍ରହ୍ମଗିରି: ବଦଳିବ ଅଲାରନାଥ ମନ୍ଦିରର ରୂପରେଖ । ଗୁରୁବାର ଅଲାରନାଥ ମନ୍ଦିର ପରିଦର୍ଶନ କରି ଏହି ଘୋଷଣା କରିଛନ୍ତି 5ଟି ସଚିବ ଭିକେ ପଣ୍ଡିଆନ । 15 ଦିନ ମଧ୍ୟରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି 5ଟି ସଚିବ । ଏନେଇ ମନ୍ଦିର ସେବାୟତ, ସ୍ଥାନୀୟ ଲୋକ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଛନ୍ତି ଭିକେ ପଣ୍ଡିଆନ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5ଟି ସଚିବ ଭିକେ ପାଣ୍ଡିଆନ ଆଜି(ଗୁରୁବାର) ଅପରାହ୍ନରେ ପୁରୀ ଜିଲ୍ଲାସ୍ଥିତ ଅଲାରନାଥ ମନ୍ଦିର ପରିଦର୍ଶନ କରିଥିଲେ । ମନ୍ଦିର ବିକାଶ ଯୋଜନାରେ ସାମିଲ ହୋଇଛି ଅଲାରନାଥ ମନ୍ଦିର । ମନ୍ଦିରର ବିକାଶ ପାଇଁ କଣ କଣ ପଦକ୍ଷେପର ଆବଶ୍ୟକତା ରହିଛି, ସେନେଇ ଆଲୋଚନା କରିଛନ୍ତି । ତୀର୍ଥଯାତ୍ରୀ ଓ ସେବାୟତଙ୍କ ସୁବିଧା ପାଇଁ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର ଚତୁଃର୍ପାଶ୍ବ, ଚାପ ପୁଷ୍କରିଣୀ, ପାର୍କିଂ ସ୍ଥାନ, ବ୍ରହ୍ମଗିରି ବଜାର ଦେଇ ମନ୍ଦିରରେ ପ୍ରବେଶ ଏବଂ ପ୍ରସ୍ଥାନ ରାସ୍ତା ଓ ଭକ୍ତ ନିବାସ ବୁଲି ସମୀକ୍ଷା କରିଥିଲେ ।

ଆସନ୍ତା 15 ଦିନ ମଧ୍ୟରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ 5ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମନ୍ଦିରର ବିକାଶ କାର୍ଯ୍ୟ ଆରମ୍ଭ ହେବ । ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥିବା ଅଲାରନାଥ ମନ୍ଦିରର ରହିଛି ବିଶେଷ ମାହାତ୍ମ୍ୟ । ବିଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ନାନପୂର୍ଣ୍ଣିମା ପରେ ଅଣସର ଘରେ ଥିବା ସମୟରେ ଅଲାରନାଥ ବେଶରେ ଦର୍ଶନ ଦିଅନ୍ତି । ଚୈତନ୍ୟ, ରାମାନୁଚାର୍ଯ୍ୟ ପରି ସାଧୁଙ୍କ ତୀର୍ଥଯାତ୍ରା ପାଇଁ ଏହା ବେଶ୍‌ ପ୍ରସିଦ୍ଧ ।

ଇଟିଭି ଭାରତ, ବ୍ରହ୍ମଗିରି/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.