ଭୁବନେଶ୍ବର: ରାଜ୍ୟରେ ଟିକାର ଆବଶ୍ୟକତାକୁ ନେଇ ବିଦେଶୀ କମ୍ପାନୀଠୁ ଟିକା କିଣିବ ଓଡ଼ିଶା। ଏଥିପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ । ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ଏହି ଚମତ୍କାର ପଦକ୍ଷେପ ସାଧୁବାଦ ଜଣାଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା ।
ଏହାକୁ ନେଇ ସରକାରଙ୍କ ଟୀକାକରଣ ଆମଦାନି ନିଷ୍ପତ୍ତିକୁ ବେଶ୍ ପ୍ରଶଂସା କରିଛନ୍ତି । ତେଣୁ ଆମଦାନୀକୁ ସୁଗମ କରିବା ପାଇଁ ବିଦେଶୀ ମୁଦ୍ରାରେ ଉଦାର ଭାବରେ ଦାନ କରିବାକୁ ବିଦେଶରେ ରହୁଥିବା ସମଗ୍ର ଅଣ-ବାସିନ୍ଦା ଓଡିଆ ସମ୍ପ୍ରଦାୟକୁ ସେ ନମ୍ର ଅନୁରୋଧ କରିଛନ୍ତି । ଏହାସହ ନିଜେ ମଧ୍ୟ ୧୦୦୦ ଟିକା ପାଇଁ ଯୋଗଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏହି ନିଷ୍ପତ୍ତି ନିଶ୍ଚୟ ସ୍ବାଗତଯୋଗ୍ୟ ଅଟେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ