ETV Bharat / city

କୃଷି ଆଇନ ବିରୋଧରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବିକ୍ଷୋଭ - ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

Akhila Bharat Republic Women Association protests against agricultural law
କୃଷି ଆଇନ ବିରୋଧରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବିକ୍ଷୋଭ
author img

By

Published : Jan 18, 2021, 2:05 PM IST

ଭୁବନେଶ୍ବର: ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ କେନ୍ଦ୍ର ସରକାର ଆଣିଥିବା କୃଷି ଆଇନ ବିରୁଦ୍ଧରେ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆନ୍ଦୋଳନରତ ଚାଷୀଙ୍କ ଦାବିକୁ କେନ୍ଦ୍ର ସରକାର ତୁରନ୍ତ ଗ୍ରହଣ କରିବାକୁ ସମିତି ପକ୍ଷରୁ ଦାବି କରାଯାଇଛି । ଏଥିଲାଗି ରାଜଭବନ ନିକଟକୁ ସମିତି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି ।

କୃଷି ଆଇନ ବିରୋଧରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତିର ବିକ୍ଷୋଭ

ଦିଲ୍ଲୀର ସିଂଘୁ ବର୍ଡରଠାରେ ଦେଶର କୃଷକମାନେ ଦୀର୍ଘ 54 ଦିନ ଧରି ଏହି ଆଇନ ବିରୁଦ୍ଧରେ ଆନ୍ଦୋଳନ ଚଳାଇ ଆସୁଛନ୍ତି । ବାରମ୍ବାର କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଯାହାକୁ ସରକାର ତୁରନ୍ତ ମାନି ନେବାକୁ ସମିତି ପକ୍ଷରୁ ଦାବି କରାଯାଇଛି ।

ସରକାର ଏହି ଦାବି ପୂରଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.