ଭୁବନେଶ୍ବର: ଆଜି(ଶୁକ୍ରବାର) ଭୁବନେଶ୍ବର ଏସଡିଜେଏମ କୋର୍ଟରେ ପାଠକ ବାପ ପୁଅଙ୍କୁ ହାଜର କରାଯିବା ପରେ ଆକାଶଙ୍କ ନାମରେ ନୂଆ ମାମଲାକୁ ନେଇ କୋର୍ଟକୁ ଅବଗତ କରାଯାଇଛି । ଯାହାପରେ ଏସଡିଜେଏମ କୋର୍ଟଙ୍କ ଅନୁମତି ପରେ ଆକାଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।
ସ୍କାଏ କିଙ୍ଗର 65 ଲକ୍ଷ ଠକେଇ ଘଟଣାକୁ ନେଇ କୋର୍ଟକୁ ଅବଗତ କରାଯାଇଥିଲା । ଆକାଶଙ୍କ ବିରୋଧରେ ବିଭିନ୍ନ ଆଇପିସି ଦଫା ଲଗିଛି । ତେବେ ଏହି 5 ଦିନ ରିମାଣ୍ଡ ବେଳେ ନକଲି ଏମଡିଙ୍କ ଖୋଲିବ ଚାକିରୀ ଜାଲିଆତିର ଗୁମର।
ଟାଟା ମୋଟର୍ସର ଠକେଇ ସିଣ୍ଡିକେଟର ଅଧିକ ଖୋଳତାଡ ପାଇଁ ଆକାଶଙ୍କୁ 5 ଦିନିଆ ରିମାଣ୍ଡରେ ନିଆଯାଇଛି। ଝାରପଡା ଜେଲରୁ ଆକାଶଙ୍କୁ କଟକ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ତାଙ୍କୁ ପଚରାଉଚରା କରାଯିବ। ଆଜି ଆକାଶଙ୍କ ରିମାଣ୍ଡର ପ୍ରଥମ ଦିନ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ