ETV Bharat / city

ଫନି ସହାୟତା ବିଳମ୍ବ ନେଇ ଉଠା ଦୋକାନୀଙ୍କ ବିଏମସି ଘେରାଉ - ଫନି ସହାୟତା ବିଳମ୍ବ

ବାତ୍ୟା ଫନିକୁ ଆଠ ମାସ ବିତିଥିଲେ ମଧ୍ୟ କ୍ଷୟକ୍ଷତିର ଶିକାର ହୋଇଥିବା ଉଠାଦୋକାନାଙ୍କୁ ମିଳିନାହିଁ ସହାୟତା ରାଶି । ଏହାର ପ୍ରତିବାଦ କରି ଶହସ୍ରାଧିକ ଉଠାଦୋକାନୀ କରିଛନ୍ତି ବିଏମସି ଘେରାଉ ।

aituc-agitation-infront-of-bmc
aituc-agitation-infront-of-bmc
author img

By

Published : Jan 24, 2020, 6:09 PM IST

ଭୁବନେଶ୍ବର: ରାଜଧାନୀ ଉଠାଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସି ସମ୍ମୁଖରେ ଧାରଣା । ୨୧,୪୮୩ ଜଣ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ' ଫନି 'ସହାୟତା ଦେବାରେ ଅନିୟମିତତା ଏବଂ ଅଶୋକ ନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଆବର୍ଜନା ରଖିବା ଯୋଜନା ବନ୍ଦ ନେଇ ଉଠାଦୋକାନୀ ମହାସଂଘ ପକ୍ଷରୁ ଧାରଣା ଦିଆଯାଇଛି ।

ଫନି ସହାୟତା ବିଳମ୍ବ ନେଇ ଉଠା ଦୋକାନୀଙ୍କ ବିଏମସି ଘେରାଉ

୨୦୧୫ ସର୍ଭେ ଅନୁସାରେ ରାଜଧାନୀର ମୋଟ ଉଠା ଦୋକାନୀଙ୍କ ସଂଖ୍ୟା ୨୧, ୩୪୮ । ସର୍ଭେ ସଂସ୍ଥା ବିଏମସିର ପୁରା ପ୍ରାପ୍ୟ ନପାଇ ଛାଡି ଚାଲି ଯାଇଥିବାରୁ ଏହି ସର୍ଭେ ମଧ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ । ଦୀର୍ଘ ୮ ମାସ ପରେ ପ୍ରାୟ ୧୧ ହଜାର ଲୋକଙ୍କୁ ସହାୟତା ମିଳିଲା ଏବଂ ଅନ୍ୟମାନେ ପାଇନାହାନ୍ତି । ବିଏମସି କର୍ମଚାରୀ ଏବଂ ପୂର୍ବତନ କର୍ପୋରେଟର ମାନଙ୍କୁ ଲାଞ୍ଚ ଦେଇ ଯେଉଁ ତାଲିକା ହୋଇଛି ତାହା ସମ୍ପୂର୍ଣ୍ଣ ଭୁଲ । ତେଣୁ ଉଠାଦୋକାନୀ ଚୟନରେ ପକ୍ଷପାତିତା ନକରି ଏକ ସ୍ବଚ୍ଛ ଚୟନ ପ୍ରକ୍ରିୟା ହେଉ ଆଉ ସହାୟତା ମିଳୁ । ଏବଂ ଅଶୋକ ନଗର ଶିଶୁ ଉଦ୍ୟାନରେ ଆବର୍ଜନା ରଖିବା ଯୋଜନା ବନ୍ଦ କରିବା ଦାବି କରି ବିଏମସି କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ଭୁବନେଶ୍ବର ଉଠାଦୋକାନୀ ମହାସଂଘ ସଭାପତି ସୁର ଜେନା କହିଛନ୍ତି ।

ସେପଟେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି କି, ମୁଖ୍ୟମନ୍ତ୍ରୀ ଘୋଷଣା ଅନୁଯାୟୀ ଉଠାଦୋକାନୀଙ୍କୁ ଫୋନି ସହାୟତା ଦିଆଯାଇଛି । ଯଦି କେହି ରହିଯାଇଛି ତାର ଉପଯୁକ୍ତ ପରିଚୟ ପ୍ରମାଣପତ୍ର ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ ସେହି ଅଞ୍ଚଳର ଆବର୍ଜନାକୁ ରଖିବା ପାଇଁ କୌଣସି ଉପଯୁକ୍ତ ସ୍ଥାନ ସେମାନେ ଦେଖାଇଦେଲେ ଏମସିସିକୁ ସ୍ଥାନାନ୍ତରିତ କରାଯିବ ।

ସୂଚନା ଥାଉ କି ୨୦୧୯ ମେ ମାସରେ ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ନଷ୍ଟ ହୋଇଯାଇଥିବା ଭୁବନେଶ୍ବର ଉଠାଦୋକାନୀଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ୧୦,୦୦୦ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ଘଟଣାକୁ ୮ ମାସ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ମିଳିପାରିନାହିଁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଏମସି ଘେରିଲା ଭୁବନେଶ୍ୱର ଉଠାଦୋକାନୀ ବ୍ୟବସାୟୀ ସଂଘ ।ସାମୁଦ୍ରିକ ଝଡ ଫୋନି ସହାୟତା ରାଶି ଯୋଗ୍ୟ ହିତାଧିକାରୀ ଚୟନରେ ଅନିୟମିତତା।

Body:ଭୁବନେଶ୍ୱର ଉଠାଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସି ସମ୍ମୁଖରେ ଧାରଣା। ଭୁବନେଶ୍ୱର ବିଏମସି ଫାଟକ ସମ୍ମୁଖରେ ଉଠାଦୋକାନୀ ବ୍ୟବସାୟୀ ସଙ୍ଘର ବିକ୍ଷୋଭ।ଶୁକ୍ରବାର ବିଏମସି ସମ୍ମୁଖରେ ୨୧୪୮୩ ଜଣଙ୍କ ସମେତ ସମସ୍ତ ଉଠାଦୋକାନୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ' ଫନି 'ସହାୟତା ଦେବାରେ ଅନିୟମିତତା ଏବଂ ଅଶୋକ ନଗରରେ ପ୍ରସ୍ତାବିତ ଶିଶୁ ଉଦ୍ୟାନ ସ୍ଥାନରେ ଆବର୍ଜନା ରଖିବା ଯୋଜନା ବନ୍ଦ ନେଇ ଉଠାଦୋକାନୀ ମହାସଂଘ ପକ୍ଷରୁ ଧାରଣା ଦିଆଯାଇଛି।

୨୦୧୫ ସର୍ଭେ ଅନୁସାରେ ରାଜଧାନୀର ମୋଟ ଉଠା ଦୋକାନୀ ଙ୍କ ସଂଖ୍ୟା ୨୧,୩୪୮ ଜଣ।ସର୍ଭେ ସଂସ୍ଥା ବିଏମସିର ପୁରା ପ୍ରାପ୍ୟ ନପାଇ ଛାଡି ଚାଲି ଯାଇଥିବାରୁ ଏହି ସର୍ଭେ ମଧ୍ୟ ପୂର୍ଣ୍ଣାଙ୍ଗ ହୋଇନାହିଁ।ଦୀର୍ଘ ୮ ମାସ ପରେ ପ୍ରାୟ ୧୧ ହଜାର ଲୋକଙ୍କୁ ସହାୟତା ମିଳିଲା ଏବଂ ଅନ୍ୟମାନେ ପାଇନାହାନ୍ତି। ବିଏମସି କର୍ମଚାରୀ ଏବଂ ପୂର୍ବତନ କର୍ପୋରେଟର ମାନଙ୍କୁ ଲାଞ୍ଚ ଦେଇ ଯେଉଁ ତାଲିକା ହୋଇଛି ତାହା ସମ୍ପୂର୍ଣ୍ଣ ଭୁଲ।ତେଣୁ ଉଠାଦୋକାନୀ ଚୟନରେ ପକ୍ଷପାତିତା ନକରି ଏକ ସ୍ୱଚ୍ଛ ଚୟନ ପ୍ରକ୍ରିୟା ହେଉ ଆଉ ସହାୟତା ମିଳୁ।ଏବଂ ଅଶୋକ ନଗର ଏକ ଶିଶୁ ଉଦ୍ୟାନ କୁ ଆବର୍ଜନା ରଖିବା ଯୋଜନା ବନ୍ଦ କରାଯାଉ ଦାବି କରି ବିଏମସି କମିଶନର ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ବୋଲି ଭୁବନେଶ୍ବର ଉଠାଦୋକାନୀ ମହାସଂଘର ସଭାପତି ସୁର ଜେନା କହିଛନ୍ତି।

ସେପରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି କି ,ମୁଖ୍ୟମନ୍ତ୍ରୀ ଘୋଷଣା ଅନୁଯାୟୀ ଉଠାଦୋକାନୀ ଙ୍କୁ ଫୋନି ସହାୟତା ଦିଆଯାଇଛି, ଯଦି କେହି ରହିଯାଉଛି ତାର ଉପଯୁକ୍ତ ପରିଚୟ ପ୍ରମାଣପତ୍ର ଦେଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।ଏବଂ ସେହି ଅଞ୍ଚଳର ଆବର୍ଜନାକୁ ରଖିବା ପାଇଁ କୌଣସି ଉପଯୁକ୍ତ ସ୍ଥାନ ସେମାନେ ଦେଖାଇଦେଲେ ଏମସିସି କୁ ସ୍ଥାନାନ୍ତରିତ ନେଇ ଦେଖାଯିବ।

ସୂଚନା ଥାଉ କି ୨୦୧୯ ମଇ ମାସରେ ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ନଷ୍ଟ ହୋଇଯାଇଥିବା ଭୁବନେଶ୍ୱର ଉଠାଦୋକାନୀ ଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ୧୦,୦୦୦ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ।୮ ମାସ ବିତିଯାଇଥିଲେ ବି ଏ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ସହାୟତା ରାଶି ମିଳିପାରିନାହିଁ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.