ଭୁବନେଶ୍ବର: ଅକ୍ଟୋବରରୁ ୩ଟି ରୁଟରେ ଉଡିବ ଏୟାର ଏସିଆ । ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ପର୍ଯ୍ୟାୟକ୍ରମେ ଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗଲୁରୁକୁ ଏହି ବିମାନ ଯାତ୍ରା କରିବ । ବୁଧବାର ଏନେଇ ଏୟାର ଏସିଆ ଓ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଦୀର୍ଘ ସମୟ ଆଲୋଚନା ପରେ ଏ ବିଷୟରେ ନିଷ୍କର୍ସ ବାହାରିଥିଲା ଯେ, ଅକ୍ଟୋବର ୨୯ ରୁ ଦିଲ୍ଲୀ, ବାଙ୍ଗାଲୋର, ଓ ହାଇଦ୍ରାବାଦ ଉଡାଣ ପକ୍ରିୟା ଆରମ୍ଭ ହେବ। ଏହା ସହ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କଙ୍କକୁ ମଧ୍ୟ ଉଡାଣ ନେଇ ମଧ୍ୟ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଏ ସମ୍ବନ୍ଧରେ ଅନ୍ୟ ଏୟାର ଲାଇନ ସହ ଆଲୋଚନା ହୋଇଛି। ଝାରସୁଗୁଡାକୁ ମଧ୍ୟ ନିୟମିତ ବିମାନ ସେବା ଯୋଗାଇବା ପାଇଁ ପ୍ରୟାସ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ