ETV Bharat / city

ବିଇଡି ଓ ଏମଇଡି କଲେଜ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଏଆଇଡିଏସଓର ବିକ୍ଷୋଭ

author img

By

Published : Mar 13, 2020, 5:11 PM IST

ରାଜ୍ୟ ସରକାରଙ୍କ ବିଭିନ୍ନ ସ୍କୁଲ ଓ ସରକାରୀ ବିଇଡି ଓ ଏମଇଡି କଲେଜ ବନ୍ଦ ନିଷ୍ପତ୍ତିକୁ ଏଆଇଡିଏସଓର ବିରୋଧ। ଅନୁଷ୍ଠାନ ପକ୍ଷରୁ ଏନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଅଧିକ ଖବର ପଢନ୍ତୁ...

corona virus
ବି.ଇଡି ଓ ଏମ.ଇଡି କଲେଜ ବନ୍ଦ ନିଷ୍ପତ୍ତି ପ୍ରତିବାଦରେ ଏଆଇଡିଏସଓର ବିକ୍ଷୋଭ

ଭୁବନେଶ୍ବର: ଅଲ ଇଣ୍ଡିଆ ଡେମୋକ୍ରାଟିକ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଏଆଇଡିଏସଓ) ପକ୍ଷରୁ ସରକାରଙ୍କ ବିଭିନ୍ନ ଶିକ୍ଷାଅନୁଷ୍ଠାନ ବନ୍ଦ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ଏଥିପାଇଁ ଅନୁଷ୍ଠାନ ପକ୍ଷରୁ ପିଏମଜି ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଛି।

ସୂଚନାଯୋଗ୍ୟ କି, ରାଜ୍ୟ ସରକାର 14 ହଜାରରୁ ଉର୍ଦ୍ଧ୍ବ ସରକାରୀ ସ୍କୁଲ ବନ୍ଦ ହେବା ନେଇ ବିଭିନ୍ନ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଛି। ଏହାସହିତ ପୂର୍ବରୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଗୁଡିକୁ ପାଖ ସରକାରୀ ସ୍କୁଲରେ ମିଶ୍ରଣ ହେବା ପାଇଁ ମଧ୍ୟ ଚିଠି ଲେଖାଯାଇଛି।

ସେହିଭଳି ଏନସିଟିଇ ମଧ୍ୟ ରାଜ୍ୟର ସମସ୍ତ ସରକାରୀ ବିଇଡି ଓ ଏମଇଡି କଲେଜ ମାନଙ୍କୁ ବନ୍ଦ କରିଦେବ ବୋଲି ରାଜ୍ୟ ସରକାରଙ୍କୁ ସର୍କୁଲାର ଜାରି କରିଥିଲେ। ଯାହାକି ରାଜ୍ୟ ଶିକ୍ଷା ପାଇଁ ଅତ୍ୟନ୍ତ ଦୁଃଖଦ ବୋଲି ଏଆଇଡିଏସଓ ପକ୍ଷରୁ କୁହାଯାଇଛି।

ତେଣୁ ସରକାର ଏ ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ସହ ଏଥିରୁ ଓହରି ଯିବାକୁ ରାଜ୍ୟ ସମ୍ପାଦକ ସୁବାସ ନାୟକ କହିଛନ୍ତି। ନଚେତ ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.