ETV Bharat / city

ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ AICTEର ବୈଷୟିକ ପୁସ୍ତକ ଉନ୍ମୋଚନ

author img

By

Published : Jan 4, 2022, 5:11 PM IST

Updated : Jan 4, 2022, 6:43 PM IST

ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ AICTEର ବୈଷୟିକ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବର ଜ୍ଞାନ ଆଧାରିତ ଆବଶ୍ୟକତାକୁ ପୂରଣ କରିବାରେ ଗେମ ଚେଞ୍ଜର ହେବ ନିଟ୍ । ଅଧିକ ପଢନ୍ତୁ

ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ AICTEର ବୈଷୟିକ ପୁସ୍ତକ ଉନ୍ମୋଚନ
ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ AICTEର ବୈଷୟିକ ପୁସ୍ତକ ଉନ୍ମୋଚନ

ଭୁବନେଶ୍ବର: ନିଟ୍ ୩.୦ ଓ ଆଞ୍ଚଳିକ ଭାଷାରେ AICTEର ବୈଷୟିକ ପୁସ୍ତକ ଉନ୍ମୋଚନ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୨୦୨୨ର ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ସବୁଠୁ ବଡ଼ ଉପହାର । ଦେଶର ୧୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ୨୫୩ କୋଟିର ମାଗଣା ନିଟ-ଇଡି-ଟେକ କୋର୍ସ କୁପନ ବଣ୍ଟନ । ଡିଜିଟାଲ ଡିଭାଇନ କମାଇବା ଏବଂ ବିଶ୍ବର ଜ୍ଞାନ ଆଧାରିତ ଆବଶ୍ୟକତାକୁ ପୂରଣ କରିବାରେ ଗେମ ଚେଞ୍ଜର ହେବ ନିଟ୍ ।

ଦେଶରେ ଶୁଭାରମ୍ଭ ହୋଇଥିବା ନିଟ ୩.୦ (ନ୍ୟାସନାଲ ଏକ୍ୟୁକେସିନାଲ ଏକାଇନ୍ ଫଲ୍ ଟେକ୍ନୋଲୋଜି) ଅନ୍ତର୍ଗତ ୧୨ ଲକ୍ଷ ସାମାଜିକ-ଅର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଟ ଇତି-ଟେକ୍ କୋର୍ସ ବଣ୍ଟନ ଛାତ୍ର ସମାଜ ପାଇଁ ପ୍ରଧାନମନ୍ତ୍ରୀଙ୍କ ୨୦୨୨ର ସବୁଠୁ ବଡ଼ ଉପହାର । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟର ୧୨ ଲକ୍ଷ ସାମାଜିକ ଓ ଅର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କୁ ୨୫୩ କୋଟି ମୂଲ୍ୟର ମାଗଣା ନିଜ ଇ-ଟେକ କୋର୍ସ କୁପନ ବଣ୍ଟନ କରାଯାଇଛି । ସେଥିମଧ୍ୟରୁ ଓଡିଶାରେ ୩୩ ହଜାର ୫୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ୧୦ କୋଟି ମୂଲ୍ୟର ମାଗଣା ନିଟ୍ ଏଡ଼ି-ଟେକ କୋର୍ସ କୁପନ ବିତରଣ କରାଯାଇଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛାତ୍ର ସମାଜକୁ ୨୦୨୨ ବର୍ଷ ଆରମ୍ଭର ସର୍ବଶ୍ରେଷ୍ଠ ଉପହାର ।

ଭାଷା ହେଉଛି ଭାରତର ମୂଳଶକ୍ତି । ଭାଷାକୁ ଜାତୀୟ ଶିକ୍ଷା ନୀତି(ଏନଇପି) ୨୦୨୦ରେ ମାତୃଭାଷା ଏବଂ ଆଞ୍ଚଳିକ ଭାଷାରେ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଆଜି ଶୁଭାରମ୍ଭ ହୋଇଥିବା ନିଟ୍ ୩.୦ ଭାରତୀୟ ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ । ଅଞ୍ଜଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ( ଏଆଇସିଟିଜ) ଦ୍ଵାରା ଦେଶର ଛାତ୍ରଛାତ୍ରୀ ମାନଙ୍କୁ ସର୍ବୋତ୍ତମ ନିକଶିତ ଶିକ୍ଷା ଏବଂ ବୈଷୟିକ ସମାଧାନ, ପାଠ୍ୟକ୍ରମ ତଥା ଆଞ୍ଚଳିକ ଭାଷାରେ ପ୍ରସ୍ତୁତ କରାଯାଇଥିବା ବୈଷୟିକ ପୁସ୍ତକ ପାଇଁ ଏକକ ପ୍ଲାଟଫର୍ମ ଯୋଗାଇବ । ଡିଜିଟାଲ ରୂପାନ୍ତରୀକରଣ ଆଜି ‘ନ୍ୟୁ ନର୍ମାଲ୍’ ହୋଇଛି । ତେଣୁ, ଆମକୁ ଶିକ୍ଷାର କ୍ଷତି(ଲର୍ଣିଂ ଲସ)କୁ ଭରଣ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ହେବ ।

ଶିକ୍ଷା କ୍ଷତିକୁ ହ୍ରାସ କରିବା ପାଇଁ ଇ-କଟେଟ୍ ଏବଂ ନିଟ୍ ଭଳି ଡ଼ିଜିଟାଲ ଫେମୱାର୍କ ଭଳି ବଳିଷ୍ଠ ପଦକ୍ଷେପ ନିଆଯାଇଛି । ଭାରତ ଏବଂ ବିଶ୍ଵର ୫୮ଟି ଷ୍ଟାଟଅପ୍ ଏଡ ଟେକ କମ୍ପାନୀ ନିଟ୍ ସହ ସଂଶ୍ଲିଷ୍ଟ ଅଛନ୍ତି । ୧୦୦ଟି ପାଠ୍ୟକ୍ରମ, ଶିକ୍ଷାର ଗୁଣବତାକୁ ବଜାୟ ରଖିବା ପାଇଁ ଇ-ରିସୋର୍ସ, ଗୋଜଗାର ପାଇଁ ଆବଶ୍ୟକୀୟ ଦକ୍ଷତାର ବିକାଶ ତଥା ଶିକ୍ଷାର ଓଡ଼ିକୁ ଭରଣ କରିବା ଦିଗରେ ଏହି କମ୍ପାନୀ କାର୍ଯ୍ୟ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଏଆଇସିଟିସର ଚେୟାରମ୍ୟାନ ପ୍ରଫେସର ଅନିଲ ଜି ପ୍ରଫେସର ସହସ୍ର ବୁଧେ ଏବଂ ଶିକ୍ଷା ମନ୍ତ୍ରଣାଳୟ ଓ ଏଆଇସିଟିଇର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 4, 2022, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.