ETV Bharat / city

ଆସୁଛି ଅମ୍ଫାନ, 4 ଜିଲ୍ଲା ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର - ପ୍ରଦୀପ୍ତ ମହାପାତ୍ର

ଏପେଟେ କୋରୋନା ମାଡ ସାଙ୍ଗକୁ ସେପଟେ ବାତ୍ୟା । ସମ୍ଭାବ୍ୟ ଅମ୍ଫାନ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ସ୍ବାସ୍ଥ୍ୟବିଭାଗ । ବିଶେଷ ଭାବରେ ରାଜ୍ୟର 4ଟି ଜିଲ୍ଲା ଉପରେ ନଜର ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ବିଶେଷ ଭାବରେ ପ୍ରଭାବିତ ହୋଇପାରେ । ଏସମସ୍ତ ଜିଲ୍ଲାରେ ଅଧିକ ପବନ ବହିବା ସହ ଜିଲ୍ଳାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି ।

ଆସୁଛି ଅମ୍ଫାନ, 4 ଜିଲ୍ଲା ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର
ଆସୁଛି ଅମ୍ଫାନ, 4 ଜିଲ୍ଲା ଉପରେ ସ୍ୱାସ୍ଥ୍ୟ ବିଭାଗର ନଜରଆସୁଛି ଅମ୍ଫାନ, 4 ଜିଲ୍ଲା ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର
author img

By

Published : May 16, 2020, 8:04 PM IST

ଭୁବନେଶ୍ବର: ଆସୁଛି ଅମ୍ଫାନ, 4ଜିଲ୍ଲା ଉପରେ ରହିବ ସ୍ବାସ୍ଥ୍ୟ ବିଭାଗର ନଜର । ସମ୍ଭାବ୍ୟ ଅମ୍ଫାନ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ସ୍ବାସ୍ଥ୍ୟବିଭାଗ । ଏପେଟେ କୋରୋନା ମାଡ ସାଙ୍ଗକୁ ସେପଟେ ବାତ୍ୟା । ଏହି ଦୃଷ୍ଟିରେ ରଖି ରାଜ୍ୟର ଉପକୂଳରେ ରହିଥିବା 4ଜିଲ୍ଳା ଉପରେ ସଜାଗ ରହିବା ସହ ତୀକ୍ଷ୍ଣ ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ।

ଆସୁଛି ଅମ୍ଫାନ, 4 ଜିଲ୍ଲା ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର

କୋଭିଡ ସମୟରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା । ରାଜ୍ୟବାସୀଙ୍କ ଡର ରହିଛି ଏହି ବାତ୍ୟାକୁ ନେଇକି । ଏନେଇ ବାତ୍ୟାକୁ ନେଇକି ସରକାର ଯେତିକି ସଜାଗ ରହିଛନ୍ତି, ସେତିକି ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ବିଶେଷ ଭାବରେ ରାଜ୍ୟର 4ଟି ଜିଲ୍ଲା ଉପରେ ନଜର ରହିଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ବିଶେଷ ଭାବରେ ପ୍ରଭାବିତ ହୋଇପାରେ । ଏଥିଲାଗି ଉକ୍ତ ଜିଲ୍ଲାର ଜିଲ୍ଳାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି । ଉପକୂଳରୁ 3 କିମି ଦୂରରେ ଥିବା ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ସ୍ଥାନନ୍ତର କରାଯିବ । 18 ସୁଦ୍ଧା ଉପକୂଳରେ ରହିଥିବା ସମସ୍ତ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯିବ । ଖରାଦିନରେ ସାପମାନେ ଅଧିକାଂଶ ସ୍ଥାନରେ ବହାରିଥାନ୍ତି । ସେଥିପାଇଁ ସମସ୍ତ ଔଷଧ, ବ୍ଲିଚିଂ, ଓଆରଏସ ଆଦି ମହଜୁଦ ରଖାଯାଇଛି ।

ପ୍ରଥମତଃ ଏହି ବାତ୍ୟାର ପ୍ରଭାବ ଓଡିଶା ଉପରେ କିଛି ପଡିବନାହିଁ । କୋଭିଡ ସମୟରେ ବାତ୍ୟାର ସୃଷ୍ଟି ହୋଇଛି । ସମସ୍ତ ବ୍ୟବସ୍ଥା ସରକାର କରୁଛନ୍ତି। ସମସ୍ତ ପ୍ରକାରର ବ୍ୟାପକ ପଦକ୍ଷେପ ନିଆଯାଇଛି। 18 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ବର୍ଷା ବଢିବାର ସମ୍ଭାବନା ରହିଛି ।

ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.