ETV Bharat / city

ଜିଲ୍ଲା ବୁଲିବେ କୃଷି ବିଭାଗର ବାବୁ: ଚାଷୀଙ୍କୁ ଭେଟିବେ, ଫସଲ ଦେଖିବେ

ସରକାରୀ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ ଚାଷୀଙ୍କ ନିକଟରେ ପହଞ୍ଚାଇବା ପାଇଁ ତପ୍ତର ସରକାର। କୃଷି ଓ କୃଷକଙ୍କୁ ସଶକ୍ତିକରଣ କରିବା ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କୁ ଜିଲ୍ଲା ଗସ୍ତ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

author img

By

Published : Oct 18, 2019, 12:03 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ ଯୋଜନା ଗୁଡ଼ିକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ଓ ଏହାର ସୁଫଳ ନେଇ ସରକାର ନେଇଛନ୍ତି ଆଉ ଏକ ବଳିଷ୍ଠ ପଦକ୍ଷେପ । ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟର ତଦାରଖ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମର୍ମରେ ୧୫ ଜଣ ବରିଷ୍ଠ ଅଧିକାରୀ ପ୍ରତ୍ୟେକ ୨ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ଏଣିକି ବରିଷ୍ଠ ଅଧିକାରୀ ସିଧାସଳଖ ଚାଷୀମାନଙ୍କୁ ଭେଟିବେ ଏବଂ ସେମାନଙ୍କ ସହ ଆଲୋଚନା କରି ସେମାନଙ୍କର ଆବଶ୍ୟକତା ସଂପର୍କରେ ବୁଝିବେ । କ୍ଷେତ୍ର ପରିଦର୍ଶନ ସମୟରେ ଫସଲର ସ୍ଥିତି ଅନୁଧ୍ୟାନ କରିବେ ଏବଂ ଚାଷୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ ।

କୃଷି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତ୍ତିତ ୫ ‘ଟି’ ଆଧାରରେ କାର୍ଯ୍ୟ କରିବା ଉପରେ ସର୍ବାଧିକ ଗୁରୁତ୍ବ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଏହି ବରିଷ୍ଠ ଅଧିକାରୀମାନେ ଗସ୍ତ ସମୟରେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଏହାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥିସହିତ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ:

  • ସାର ଓ କୀଟନାଶକ ଔଷଧର ଉପଲବ୍ଧତା ଓ ଏହାର ଗୁଣବତ୍ତା, ମାନକୁ ପରଖିବେ।
  • ଫସଲରେ ରୋଗପୋକର ସ୍ଥିତି ଅନୁଧ୍ୟାନ କରିବେ।
  • ମୃତ୍ତିକା କାର୍ଡ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୁଝିବେ।
  • ପ୍ରଧାନମନ୍ତ୍ରୀ କୃଷକ ସିଞ୍ଚାଇ ଯୋଜନା, ମୃତ୍ତିକା ସଂରକ୍ଷଣ ଏବଂ ମନରେଗା ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, କୃଷି ସେବା କେନ୍ଦ୍ରଗୁଡ଼ିକର ସ୍ଥିତି ଓ ଏହାର ପରିଚାଳନା ସମ୍ପର୍କରେ ଅବଗତ ହେବେ।
  • ‘ଆତ୍ମା’ର କାର୍ଯ୍ୟକାରିତା, ବ୍ଲକ୍‌ ସ୍ତରରେ ଫାର୍ମ ଇନ୍‌ଫରମେସନ୍‌ ଆଡ୍‌ଭାଇଜରୀ କେନ୍ଦ୍ରର ନିୟମିତ ବୈଠକ, ଆଡାପ୍‌ଟ(ଏଡିଏପିଟି) କାର୍ଯ୍ୟକ୍ରମରେ ତଥ୍ୟଗୁଡ଼ିକ ଅପ୍‌ଲୋଡ୍‌ କରିବା, ଭିଏଡବ୍ଲ୍ୟୁ ମାନଙ୍କର ଗ୍ରାମ ପଞ୍ଚାୟତରେ ଉପସ୍ଥାନ, ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଓଡ଼ିଶା ମିଲେଟ୍‌ ମିଶନର କାର୍ଯ୍ୟର ଅଗ୍ରଗତି, ପରମ୍ପରାଗତ କୃଷି ବିକାଶ ଯୋଜନାରେ ଜୈବିକ ଉପାୟରେ କୃଷି କାର୍ଯ୍ୟ ଆଦି ସଂପର୍କରେ ଅଧିକାରୀମାନେ ତଦାରଖ କରିବେ ।
  • ଏଥି ସହିତ ଅଧିକାରୀମାନେ ସ୍ବୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦନ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବା ସହିତ ଜିଲ୍ଲାସ୍ତରରେ ବୈଠକ କରି ଜିଲ୍ଲାର କୃଷି ପରିସ୍ଥିତି ସଂପର୍କରେ ଆକଳନ କରିବେ ।
  • କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପତ୍ର ଅନୁଯାୟୀ କିଏ କେଉଁ ଜିଲ୍ଲା ଗସ୍ତ କରିବେ ନଜର ପକାନ୍ତୁ...
  • ଅତିରିକ୍ତ ଶାସନ ସଚିବ ଦୁଃଖୀଶ୍ୟାମ ପାଇକ କୋରାପୁଟ ଓ ରାୟଗଡ଼ା
  • ମେରି ଲାକ୍ରା ଅନୁଗୋଳ ଓ ଢେଙ୍କାନାଳ
  • ଚିତ୍ତରଞ୍ଜନ ପାତ୍ର କନ୍ଧମାଳ ଓ ବଲାଙ୍ଗୀର
  • ଡ. ବନାନୀ ମହାନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ
  • ମନ୍ମଥ କୁମାର ପାଣି କେନ୍ଦୁଝର ଓ ଦେବଗଡ଼
  • ଚିନ୍ମୟ କବି ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିବେ।
  • ସେହିପରି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ମୟୂରଭଞ୍ଜ ଓ ବାଲେଶ୍ବର
  • ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା
  • ଅତିରିକ୍ତ ନିର୍ଦ୍ଦେଶକ ଶିବନାରାୟଣ ନନ୍ଦ ଖୋର୍ଦ୍ଧା ଓ ପୁରୀ
  • ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରେନ୍ଦୁ ଶେଖର ଦେ କଟକ ଓ ନୟାଗଡ଼ ଜିଲ୍ଲ ଗସ୍ତ କରିବେ ।
  • ଉପଶାସନ ସଚିବ ଶ୍ରୀମତୀ ପ୍ରାଚୀ ମହାପାତ୍ର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା
  • ଯୁଗ୍ମ ଶାସନ ସଚିବ ପଦ୍ମଲୋଚନ ନାୟକ ମାଲକାନଗିରି ଓ ନବରଙ୍ଗପୁର
  • ଯୁଗ୍ମ ଶାସନ ସଚିବ ଅଶ୍ବିନୀ କୁମାର ସୁରଜିତ କଳାହାଣ୍ଡି ଓ ନୂଆପଡ଼ା
  • ଉପଶାସନ ସଚିବ ବିପିନ ବିହାରୀ ପାଣିଗ୍ରାହୀ ଗଞ୍ଜାମ ଓ ଗଜପତି ଏବଂ ଉପଶାସନ ସଚିବ ଗୋବର୍ଦ୍ଧନ ଦେବତା ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରିବେ ।

ଏହି ଅଧିକାରୀମାନେ ନଭେମ୍ବର ୨ ତାରିଖ ମଧ୍ୟରେ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲା ଗସ୍ତ କରି ନଭେମ୍ବର ୧୦ ତାରିଖ ସୁଦ୍ଧା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ପ୍ରଶାସନିକ ସ୍ତରରେ ନିଆଯାଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ଓ ଏହାର ସୁଫଳ ସିଧାସଳଖ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟର ତଦାରଖ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ମର୍ମରେ ୧୫ ଜଣ ବରିଷ୍ଠ ଅଧିକାରୀ ପ୍ରତ୍ୟେକ ୨ଟି ଲେଖାଏଁ ଜିଲ୍ଲା ଗସ୍ତ କରିବେ । ଏଣିକି ବରିଷ୍ଠ ଅଧିକାରୀ ସିଧାସଳଖ ଚାଷୀମାନଙ୍କୁ ଭେଟିବେ ଏବଂ ସେମାନଙ୍କ ସହ ଆଲୋଚନା କରି ସେମାନଙ୍କର ଆବଶ୍ୟକତା ସଂପର୍କରେ ବୁଝିବେ । କ୍ଷେତ୍ର ପ୍ରଦର୍ଶନ ସମୟରେ ଫସଲର ସ୍ଥିତି ଅନୁଧ୍ୟାନ କରିବେ ଏବଂ ଚାଷୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେବେ । କୃଷି ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ ‘ଟି’ ଆଧାରରେ କାର୍ଯ୍ୟ କରିବା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ପରିପ୍ରେକ୍ଷୀରେ ଏହି ବରିଷ୍ଠ ଅଧିକାରୀମାନେ ଗସ୍ତ ସମୟରେ ଜିଲ୍ଲା ଓ ବ୍ଲକ୍‌ ସ୍ତରରେ ଏହାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହିତ ଅଧିକାରୀମାନେ ସାର ଓ କୀଟନାଶକ ଔଷଧର ଉପଲବ୍ଧତା ଓ ଏହାର ଗୁଣବତ୍ତା ଏବଂ ମାନକୁ ନିଶ୍ଚିତ କରିବେ । ଫସଲରେ ରୋଗପୋକର ସ୍ଥିତି ଅନୁଧ୍ୟାନ କରିବେ । ମୃର୍ତ୍ତିକା କାର୍ଡ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି ପ୍ରଧାନମନ୍ତ୍ରୀ କୃଷକ ସିଂଚାଇ ଯୋଜନା, ମୃର୍ତ୍ତିକା ସଂରକ୍ଷଣ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, କୃଷି ସେବା କେନ୍ଦ୍ରଗୁଡ଼ିକର ସ୍ଥିତି ଓ ଏହାର ପରିଚାଳନା, ‘ଆତ୍ମା’ର କାର୍ଯ୍ୟକାରିତା, ବ୍ଲକ୍‌ ସ୍ତରରେ ଫାର୍ମ ଇନ୍‌ଫରମେସନ୍‌ ଆଡ୍‌ଭାଇଜରୀ କେନ୍ଦ୍ରର ନିୟମିତ ବୈଠକ, ଆଡାପ୍‌ଟ(ଏଡିଏପିଟି) କାର୍ଯ୍ୟକ୍ରମରେ ତଥ୍ୟଗୁଡ଼ିକ ଅପ୍‌ଲୋଡ୍‌ କରିବା, ଭିଏଡବ୍ଲୁ୍ୟମାନଙ୍କର ଗ୍ରାମ ପଞ୍ଚାୟତରେ ଉପସ୍ଥାନ, ଜନଜାତି ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଓଡ଼ିଶା ମିଲେଟ୍‌ ମିଶନର କାର୍ଯ୍ୟର ଅଗ୍ରଗତି, ପରମ୍ପରାଗତ କୃଷି ବିକାଶ ଯୋଜନାରେ ଜୈବିକ ଉପାୟରେ କୃଷି କାର୍ଯ୍ୟ ଆଦି ସଂପର୍କରେ ଅଧିକାରୀମାନେ ତଦାରଖ କରିବେ । ଏଥି ସହିତ ଅଧିକାରୀମାନେ ସ୍ୱୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦନ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବା ସହିତ ଜିଲ୍ଲାସ୍ତରରେ ବୈଠକ କରି ଜିଲ୍ଲାର କୃଷି ପରିସ୍ଥିତି ସଂପର୍କରେ ଆକଳନ କରିବେ ।Body:କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଜାରି କରାଯାଇଥିବା ପତ୍ର ଅନୁଯାୟୀ ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁଃଖୀଶ୍ୟାମ ପାଇକ କୋରାପୁଟ ଓ ରାୟଗଡ଼ା, ଶ୍ରୀମତୀ ମେରି ଲାକ୍ରା ଅନୁଗୋଳ ଓ ଢେଙ୍କାନାଳ, ଚିତ୍ତରଞ୍ଜନ ପାତ୍ର କନ୍ଧମାଳ ଓ ବଲାଙ୍ଗୀର, ଡ. ବନାନୀ ମହାନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ, ମନ୍ମଥ କୁମାର ପାଣି କେନ୍ଦୁଝର ଓ ଦେବଗଡ଼, ଚିନ୍ମୟ କବି ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରିବେ । ସେହିପରି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟି୍ରଜ୍‌ କର୍ପୋରେସନ୍‌ର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ମୟୂରଭଞ୍ଜ ଓ ବାଲେଶ୍ୱର, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର ସୁନ୍ଦରଗଡ଼ ଓ ଝାରସୁଗୁଡ଼ା, ଅତିରିକ୍ତ ନିର୍ଦ୍ଦେଶକ ଶିବନାରାୟଣ ନନ୍ଦ ଖୋର୍ଦ୍ଧା ଓ ପୁରୀ, ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରେନ୍ଦୁ ଶେଖର ଦେ କଟକ ଓ ନୟାଗଡ଼ ଜିଲ୍ଲ ଗସ୍ତ କରିବେ । ଉପଶାସନ ସଚିବ ଶ୍ରୀମତୀ ପ୍ରାଚୀ ମହାପାତ୍ର କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା, ଯୁଗ୍ମ ଶାସନ ସଚିବ ପଦ୍ମଲୋଚନ ନାୟକ ମାଲକାନଗିରି ଓ ନବରଙ୍ଗପୁର, ଯୁଗ୍ମ ଶାସନ ସଚିବ ଶ୍ରୀ ଅଶ୍ୱିନୀ କୁମାର ସୁରଜିତ କଳାହାଣ୍ଡି ଓ ନୂଆପଡ଼ା, ଉପଶାସନ ସଚିବ ଶ୍ରୀ ବିପିନ ବିହାରୀ ପାଣିଗ୍ରାହୀ ଗଞ୍ଜାମ ଓ ଗଜପତି ଏବଂ ଉପଶାସନ ସଚିବ ଗୋବର୍ଦ୍ଧନ ଦେବତା ସମ୍ବଲପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରିବେ । ଏହି ଅଧିକାରୀମାନେ ନଭେମ୍ବର ୨ ତାରିଖ ମଧ୍ୟରେ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଜିଲ୍ଲା ଗସ୍ତ କରି ନଭେମ୍ବର ୧୦ ତାରିଖ ସୁଦ୍ଧା ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ । Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.