ଭୁବନେଶ୍ବର: 'ମୋ ସରକାର'ରେ ସାମିଲ ହେଲା କୃଷି ବିଭାଗ l ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା କୃଷକଙ୍କର ଆୟ ହେବ ଦୁଇଗୁଣ l କାଳିଆ ଅଭିଯୋଗ ପୋର୍ଟାଲକୁ ବି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଯେଉଁ ଚାଷୀ କୃଷି ବିଭାଗ କାର୍ଯ୍ୟାଳୟକୁ ଆସିବେ ସେମାନଙ୍କ ସମସ୍ୟା ବୁଝିବା ସହ ସେମାନଙ୍କ ଠାରୁ ଫିଡବ୍ୟାକ୍ ନିଆଯିବ । ଏହାସହ ୫ଟି କାର୍ଯ୍ୟକ୍ରମର ୨୦ଟି ଟାସ୍କର ବି ଶୁଭାରମ୍ଭ କରାଯାଇଛି । ଅନ୍ୟ ବିଭାଗ ପରି କୃଷି ବିଭାଗରେ ମଧ୍ୟ ଲାଗୁ ହୋଇଛି 'ମୋ ସରକାର' ।
ସରକାରୀ ଅଧିକାରୀମାନେ ଚାଷୀମାନଙ୍କ ସହ କଥା ହେବେ, ଭଲ ବ୍ୟବହାର କରିବେ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଚାଷୀମାନଙ୍କ ଠାରୁ ଫିଡବ୍ୟାକ୍ ବି ନିଆଯିବା ନେଇ ସୂଚନା ରହିଛି ।
ସେପଟେ ଏହାକୁ ନେଇ ମନ୍ତ୍ରୀ ଅରୁଣ ସାହୁ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଚାଷୀଙ୍କ ମତାମତ ନିଆଯିବ,ସକାରାତ୍ମକ ଦିଗ ଉପରେ ଆଲୋଚନା ହେବ, କୃଷି ବିଭାଗର 90ଟି ସ୍କିମ ରହିଛି । ସ୍କିମର ଚାଷୀ କିପରି ଲାଭ ପାଇବା ତାହା ଉପରେ ଗୁରୁତ୍ବ ଦିଆଯିବ ।
କେବଳ ଏତିକି ନୁହେଁ ଲାଇଭ କଲ ସେଣ୍ଟର ମାଧ୍ୟମରେ କଥା ହେବେ ସରକାର । କୃଷି ବିଭାଗର କର୍ମଚାରୀଙ୍କ ଦକ୍ଷତା ମପାଯିବ । ଏହାସହ 5 ବର୍ଷରେ 5ଲକ୍ଷ ଫାର୍ମ ଫଣ୍ଡ କରାଯିବ । ଏଥିରେ ସ୍ବୟଂ ସହାୟକ ମହିଳାଙ୍କୁ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ