ETV Bharat / city

ପୁଣି ବିଷ ଓଗାଳିଲେ ତାରା, ଚେତାବନୀ ଦେଲେ ଚେଲ୍ଲା - ରାଜ୍ୟ କଂଗ୍ରେସରେ କନ୍ଦଳ

ପୁଣି କଂଗ୍ରେସର ଅନ୍ତଃକନ୍ଦଳ ପଦାରେ ପଡିଛି । କିଛି ଦିନର ନୀରବତା ପରେ ପୁଣି ଦଳୀୟ ଅସନ୍ତୋଷ ନେଇ ମୁହଁ ଖୋଲିଲେ ବିଧାୟକ ତାରା ବହିନୀପତି । ଦଳୀୟ ଅନୁଶାସନ ନମାନିଲେ ଦଳ ଛାଡିବା ପାଇଁ ଚେତାବନୀ ଦେଲେ ପ୍ରଭାରୀ ଚେଲ୍ଲା କୁମାର । ଅଧିକ ପଢନ୍ତୁ...

ପୁଣି ବିଷ ଓଗାଳିଲେ ତାରା, ଚେତାବନୀ ଦେଲେ ଚେଲ୍ଲା

author img

By

Published : Nov 1, 2021, 7:02 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଲାଣି । ଏନେଇ ରାଜ୍ୟସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ବିଷ ଓଗାଳିଲେ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ମଞ୍ଚ ଉପରେ ବିଧାୟକଙ୍କୁ ଅଣଦେଖା କରାଯାଇଛି ବୋଲି ସାଙ୍ଘାତିକ ଅଭିଯୋଗ କଲେ ତାରା।

ପୁଣି ବିଷ ଓଗାଳିଲେ ତାରା, ଚେତାବନୀ ଦେଲେ ଚେଲ୍ଲା

ନୂତନ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ନିଜର ଅସନ୍ତୋଷ ଜାହିର କଲେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ବିଧାୟକଙ୍କୁ ଉପେକ୍ଷିତ କରାଯାଇଛି ଅଭିଯୋଗ କରି ମଞ୍ଚ ପରିଚାଳନାରେ ତ୍ରୁଟି ବୋଲି କହି ପ୍ରାୟ କିଛି ବିଧାୟକ ମଞ୍ଚ ଉପରୁ ଓହ୍ଲାଇ ତଳକୁ ଚାଲି ଯାଇଥିଲେ।

ତାରା ଅଭିଯୋଗ କରିଛନ୍ତି ଯେ, ଦଳରେ ଶୃଙ୍ଖଳା ରକ୍ଷା କରାଯାଉ ନାହିଁ। ବାହାର ଦଳରୁ ଆସୁଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଯେଉଁମାନେ ଗ୍ରାଉଣ୍ଡରେ ରହି କାମ କରୁଛନ୍ତି ସେମାନଙ୍କୁ ଅଣଦେଖା କରି ଫାଇଲ ନେତାଙ୍କୁ ଗୁରୁତ୍ୱ ଦେଉଛି ପିସିସି। ଯେଉଁମାନେ ନିଜେ ଅସୁରକ୍ଷିତ, ଯେଉଁମାନଙ୍କ କୌଣସି ରାଜନୈତିକ ଅଭିଜ୍ଞତା ନାହିଁ ସେମାନେ ଏବେ ଦଳରେ ଅଧିକ ସକ୍ରିୟ । ତେଣୁ ଏହାକୁ ତୁରନ୍ତ ସଜଡା ଯାଉ । ନଚେତ ଦଳରେ ଅଶାନ୍ତି ବୃଦ୍ଧି ପାଇବ ବୋଲି ଚେତାଇ ଦେଇଛନ୍ତି ତାରା ।

ସେପଟେ ତାରାଙ୍କ ଏଭଳି ବିସ୍ଫୋରକ ଟିପ୍ପଣୀ ନେଇ କଡା ଜବାବ ରଖିଛନ୍ତି ଦଳର ରାଜ୍ୟ ପ୍ରଭାରୀ ଡ଼ ଚେଲ୍ଲା କୁମାର। ଚେଲ୍ଲା କହିଛନ୍ତି, ତାରା ଅଭ୍ୟାସଗତ ଭୁଲ ଟିପ୍ପଣୀ ଦିଅନ୍ତି । ପୂର୍ବରୁ ସେ ଏମିତି କିଛି ଟିପ୍ପଣୀ ଦେଇ ପଛରେ ନିଜର ଭୁଲ ସ୍ୱୀକାର କରିସାରିଛନ୍ତି । ଯଦି କଂଗ୍ରେସରେ ରହିବାର ଅଛି ତାହେଲେ ଦଳର ଅନୁଶାସନ ମାନିବାକୁ ପଡିବ। ନଚେତ ଦଳ ଛାଡି ପାରିବେ ବୋଲି ରୋକଠୋକ ଚେତାବନୀ ଦେଇଛନ୍ତି ଚେଲ୍ଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.