ETV Bharat / city

ପୁଣି କାଳିଆ-ପିଏମ କିଷାନ କଳି

କାଳିଆ ଯୋଜନାକୁ ନେଇ ବିଜେଡିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟାର୍ଗେଟ । କହିଲେ ସରକାରୀ ଯୋଜନାରୁ ନାଁ କମେଇ ନିର୍ବାଚନୀ ପ୍ରଚାର କରୁଛନ୍ତି ନବୀନ ପଟ୍ଟନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Mar 31, 2019, 11:48 PM IST

ଭୁବନେଶ୍ୱର: କାଳିଆ ବନାମ ପିଏମ କିଷାନ । ଦୁଇ ଯୋଜନା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ସ୍କିମ । ତେବେ ନିର୍ବାଚନୀ ଆଚରଣ ବିଧି ଲାଗୁ ହେବାପରେ ଆରମ୍ଭ ହୋଇଛି କଳି । କାଳିଆ ଟଙ୍କା ବଣ୍ଟା ଉପରେ ନିର୍ବାଚନ କମିଶନ ରୋକ ଲଗାଇବା ରାଗିକରି ନିଆଁବାଣ ହୋଇଛି ବିଜେଡି । ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି ପ୍ରତିଦିନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

କାଳିଆ ଯୋଜନାକୁ ନେଇ ଓଡିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ‘ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ସରକାରୀ ଯୋଜନାରୁ ନାଁ କମେଇ ନିର୍ବାଚନୀ ପ୍ରଚାର କରୁଛନ୍ତି । ଯୋଜନାକୁ ନେଇ ସରକାର ସ୍ପଷ୍ଟ ତଥ୍ୟ ଦେଉନାହାନ୍ତି ଯେଉଁଥିପାଇଁ ଏହା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ ଅଧିକାରୀ । କାଳେ ପିଏମ କିଷାନ ଯୋଜନା ଲାଗୁ କଲେ ନରେନ୍ଦ୍ର ମୋଦି ଶ୍ରେୟ ନେଇଯିବେ ସେଥିପାଇଁ ଉକ୍ତ ଯୋଜନା ପାଇଁ ସରକାରଙ୍କ ଦରଦ ନାହିଁ’ ବୋଲି କହିଛନ୍ତି ଧର୍ମେନ୍ଦ୍ର।

ସେପଟେ ବିଜେପିର ଷଡ଼ଯନ୍ତ୍ର ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ସେମାନଙ୍କ ହକ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ଲୋକେ ଆସନ୍ତା ନିର୍ବାଚନରେ ଏହାର ଉଚିତ ଜବାବ ଦେବେ ବୋଲି ସେ ଜଣାଇଛନ୍ତି ।

ଭୁବନେଶ୍ୱରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

jhsdkfhskjn

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.