ETV Bharat / city

ଥମୁନି ମୃତ୍ୟୁ ସଂଖ୍ୟା; ପୁଣି 15 ଜଣଙ୍କ ଜୀବନ ନେଲା କୋରୋନା

author img

By

Published : Nov 6, 2020, 12:05 PM IST

Updated : Nov 6, 2020, 12:40 PM IST

ରାଜ୍ୟରେ କୋରୋନା ସଂକ୍ରମଣର ଗ୍ରାଫ ତଳ ମୁହାଁ ରହିଛି । ଥମୁନି ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା । ଗତ 24 ଘଣ୍ଟାରେ ପୁଣି 15 ଜଣଙ୍କ ଜୀବନ ନେଲା କୋରୋନା । ଅଧିକ ପଢନ୍ତୁ...

ପୁଣି 15 ଜଣଙ୍କ କୋରୋନାରେ ମୃତ୍ୟୁ
ପୁଣି 15 ଜଣଙ୍କ କୋରୋନାରେ ମୃତ୍ୟୁ

ଭୁବନେଶ୍ବର: ଦିନକରେ ପୁଣି କୋରୋନା ନେଲା 15 ଜଣଙ୍କ ଜୀବନ । ରାଜ୍ୟରେ ସଂକ୍ରମଣ ସଂଖ୍ୟାରେ ହ୍ରାସ ପାଉଥିବାବେଳେ ମୃତ୍ୟୁ ସଂଖ୍ୟା ବଢିଚାଲିଛି । ଆଜିର ଏହି ରିପୋର୍ଟ ପରେ ମହାମାରୀରେ ମୋଟ ମୃତ୍ୟୁସଂଖ୍ୟା 1393କୁ ବୃଦ୍ଧି ପାଇଛି ।

ମୃତକଙ୍କ ମଧ୍ୟରେ କଟକରୁ ଜଣେ 73 ବର୍ଷୀୟ ବ୍ୟକ୍ତି ରହିଛନ୍ତି । ରାଜଧାନୀ ଭୁବନେଶ୍ବରରେ ଆଜି ଜଣେ 70 ବର୍ଷିୟ ପୁରୁଷ ଓ 54 ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧାରୁ 38 ବର୍ଷର ଜଣେ ଯୁବକ କୋରୋନାରେ ପ୍ରାଣ ହରାଇଛନ୍ତି ।

ସେହିପରି ମାଲକାନଗିରିରେ 48 ବର୍ଷର ପୁରୁଷ, ବଲାଙ୍ଗୀରରେ 56 ବର୍ଷର ପୁରୁଷ, ପୁରୀରେ 72 ବର୍ଷୀୟ, ବାଲେଶ୍ବରରେ 51 ବର୍ଷର ପୁରୁଷଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୟୂରଭଞ୍ଜରେ 55 ଓ 56 ବର୍ଷର 2 ଜଣ ବ୍ୟକ୍ତିଙ୍କ କୋରୋନା ମୃତ୍ୟୁ ହୋଇଛି । ଆଜି ସମ୍ବଲପୁରରୁ ସର୍ବାଧିକ 3 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେଥି ମଧ୍ୟରୁ ଜଣେ 65 ବର୍ଷର ମହିଳା ରହିଥିବାବେଳେ, ଜଣେ 46 ଅନ୍ୟଜଣେ 61 ବର୍ଷର ପୁରୁଷ ରହିଛନ୍ତି । ଏବଂ ବରଗଡରେ 67 ଓ 72 ବର୍ଷୀୟ ପୁରୁଷ କୋରୋନାରେ ପ୍ରାଣ ହାରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Nov 6, 2020, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.