ETV Bharat / city

ବୈଠକ ପରେ ଲିଙ୍ଗରାଜଙ୍କ ନୀତି ସ୍ବାଭାବିକ, ମନ୍ଦିରରେ ଦୀପ ଜାଳି ପାରିବେ ଭକ୍ତ

author img

By

Published : Mar 10, 2021, 4:04 PM IST

ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରରେ ଜାଗର ଦୀପ ଜାଳି ପାରିବେ ଭକ୍ତ। ବୈଠକ ପରେ ହେଲା ନିଷ୍ପତ୍ତି । ଅଧିକ ପଢନ୍ତୁ....

ବୈଠକ ପରେ ଲିଙ୍ଗରାଜଙ୍କ ନୀତି ସ୍ବାଭାବିକ, ଦ୍ବୀପ ଜାଳି ପାରିବେ ଭକ୍ତ

ଭୁବନେଶ୍ବର: ଆସନ୍ତାକାଲି ଲିଙ୍ଗରାଜ ମନ୍ଦିରରେ ଜାଗର ଦୀପ ଜାଳି ପାରିବେ ଭକ୍ତ । ବୁଧବାର ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ,ଦେବୋତ୍ତର କମିଶନ,ମନ୍ଦିର ପ୍ରଶାସନ,ସେବାୟତଙ୍କ ଉପସ୍ଥିତରେ ନିଷ୍ପତ୍ତି ପରେ ନୀତିକାନ୍ତି ସ୍ବାଭାବିକ ହୋଇଛି ।

ଦେବୋତ୍ତର କମିଶନ ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ବ୍ରାହ୍ମଣ ନିଯୋଗର ପ୍ରତିକ୍ରିୟା ଅନୁସାରେ ଦୀର୍ଘ ଦିନ ହେଲା ବନ୍ଦ ରହିଥିବା ହାଣ୍ଡିଭଙ୍ଗା ଯାତ୍ରା ସୁରୁଖୁରରେ ହେବା ନେଇ ମଧ୍ୟ ଦେବୋତ୍ତର କମିଶନ ପରତିଶ୍ରୁତି ଦେଇଛନ୍ତି । ସେଥିପାଇଁ ସେବାୟତଙ୍କୁ ୧୦ ରୁ ୧୫ ଦିନ ସମୟ ମାଗିଛନ୍ତି ଦେବୋତ୍ତର କମିଶନ ।

ଚଳିତବର୍ଷ ମହାପ୍ରଭୁଙ୍କ ଜାଗରଯାତ୍ରା ହାଇକୋର୍ଟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯିବ । ମନ୍ଦିର ଭିତରେ ଭକ୍ତ ମାନଙ୍କ ପାଇଁ ମାସ୍କ ପିନ୍ଧିବା ସାମାଜିକ ଦୂରତା ନିୟମ ମାନିବା ବାଧ୍ୟତା ମୂଳକ କରାଯାଇଛି । ଏହି ସବୁ କଟକଣା ପାଳନ ପୂର୍ବକ ଦ୍ବୀପ ପ୍ରଜ୍ବଳନ କରିପାରିବେ ଭକ୍ତ ଏବଂ ନିର୍ଦ୍ଧାରିତ ସମୟରେ ମହାଦ୍ବୀପ ଉଠିବା ନେଇ ମଧ୍ୟ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ସୂଚନା ରହିଛି । ପୂର୍ବ ନିଷ୍ପତ୍ତି ଅନୁଯାୟୀ ଧାଡିରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ଭୁବନେଶ୍ବରରୁ ସଞ୍ଜୀବ କୁନୀର ରାୟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.