ETV Bharat / city

‘ଟିକା ନେବା ପରେ ହାର୍ଟ, ଫୁସ୍‌ଫୁସ ଉପରେ ପଡ଼ୁଛି କମ୍‌ ପ୍ରଭାବ’ - ଟିକା ପରେ ହାର୍ଟ ଓ ଫୁସ୍‌ଫୁସ୍‌ ଉପରେ କମ୍‌ ପ୍ରଭାବ

ଟିକା ନେବା ପରେ ହାର୍ଟ୍‌ ଏବଂ ଫୁସ୍ଫୁ‌ସ୍‌ ଉପରେ ପଡୁଛି କମ ପ୍ରଭାବ । ଏହାକୁ ନେଇ ଆମେରିକାର ଜଣେ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ ଅଧ୍ୟୟନ କରିଥିଲେ । ବର୍ତ୍ତମାନ ଏହାକୁ ନେଇ ପତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

ଟିକା ପରେ ହାର୍ଟ ଏବଂ ଫୁସ୍‌ଫୁସ୍‌ ଉପରେ ପଡ଼ୁଛି କମ୍‌ ପ୍ରଭାବ

author img

By

Published : Oct 1, 2021, 4:56 PM IST

ଭୁବନେଶ୍ବର: କୋଭିଡ ଟିକା ନେବାପରେ ହାର୍ଟ୍‌ ଓ ଫୁସ୍ଫୁ‌ସ ଉପରେ କମ୍‌ ପ୍ରଭାବ ପଡ଼ୁଛି । ଏହାକୁ ନେଇ ଆମେରିକାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ଫାହିମ ୟୁନୁସ୍‌ ଟ୍ବଟି୍‌ କରି ଦୁଇଟି ଫଟୋ ସେୟାର କରିଛନ୍ତି । ଗୋଟିଏ ଫଟୋରେ ଟିକା ନନେଇଥିବା ଜଣେ 55 ବର୍ଷର ବୟସ୍କ ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ ଫଟୋ ରହିଥିବା ବେଳେ ଅନ୍ୟ ଏକ ଫଟୋରେ ଟିକା ନେଇଥିବା ଜଣେ 75 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ ଫଟୋ ରହିଛି ।

ଟିକା ପରେ ହାର୍ଟ ଏବଂ ଫୁସ୍‌ଫୁସ୍‌ ଉପରେ ପଡ଼ୁଛି କମ୍‌ ପ୍ରଭାବ

ଦୁଇଟି ଫଟୋରେ ସେ ଦର୍ଶାଇଛନ୍ତି ଟିକା ନନେଇଥିବା 55 ବର୍ଷର ବୟସ୍କ ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ କୋଭିଡରେ ଅଧିକ ସଂକ୍ରମିତ ହୋଇଛି । କିନ୍ତୁ ଟିକ ନେଇଥିବା 75 ବର୍ଷ ବୟସ୍କ ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ ଉପରେ ସେତେଟା ପ୍ରଭାବ ପକାଇ ପାରିନାହିଁ ମାରାତ୍ମକ କୋଭିଡ ଭାଇରସ୍‌ । ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, "ଟିକା ନେବାପରେ କୋରୋନାରେ ଗୁରୁତର ହେବା ଆଶଙ୍କା କମ୍‌ ରହୁଛି । କୋଭିଡ୍‌ରେ ଇଣ୍ଟରନାଲ୍‌ ସଂକ୍ରମଣ ଅଧିକ ହୋଇଥାଏ । କୋରୋନା ହୃତ୍‌ପିଣ୍ଡ, ମସ୍ତିସ୍କ ଓ ଫୁସ୍‌ଫୁସ୍‌ ଉପରେ ଅଧିକ ପ୍ରଭାବ ପକାଇଥାଏ । ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ପକ୍ଷରେ ସଂକ୍ରମଣରେ ଗୁରୁତର ହେବା ଆଶଙ୍କା ବହୁତ କମ୍‌ ରହିଛି କିନ୍ତୁ ଯେଉଁମାନେ ଟିକା ନେଇନାହାଁନ୍ତି ସେମାନଙ୍କ ଅଧିକ କ୍ଷତି ହୋଇପାରେ ।"

କୋଭିଡ ଟିକା ନେବାପରେ ମଧ୍ୟ କୋରୋନା ଆକ୍ରାନ୍ତ ହେଉଛନ୍ତି ଲୋକେ । ତେବେ କେହି ଏତେଟା ଗୁରୁତର ହୋଇନାହାନ୍ତି । ଏଥିପାଇଁ କୋଭିଡି ଟିକା ନେବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.