ETV Bharat / city

ଅନୁଭବଙ୍କ ପାଲଟା ଅଭିଯୋଗ ପରେ ବର୍ଷାଙ୍କ ଟ୍ବିଟ, ବଦନାମ୍ କରିବା ପୂର୍ବରୁ ଭଗବାନଙ୍କୁ ଡର - ଷ୍ଚାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ

ଷ୍ଚାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ମାମଲା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଭବ ପାଲଟା ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ପତ୍ନୀ ବର୍ଷା । ଅଧିକ ପଢନ୍ତୁ...

ଅନୁଭବଙ୍କ ପାଲାଟା ଅଭିଯୋଗ ପରେ ବର୍ଷାଙ୍କ ଟ୍ବିଟ

author img

By

Published : Sep 7, 2020, 7:24 AM IST

Updated : Sep 7, 2020, 8:01 AM IST

ଭୁବନେଶ୍ବର: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ସାଂସଦ ତଥା ଅଭିନେତା ସ୍ବାମୀ ଅନୁଭବ ମହାନ୍ତି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ସେ ଅନୁଭବଙ୍କ ଅଭିଯୋଗକୁ ମିଥ୍ୟା କହିବା ସହ ସତ କେବେ ଲୁଚି ରହିବ ନାହିଁ ବୋଲି କହିଛନ୍ତି । ତେବେ ବର୍ଷା ପ୍ରିୟଦର୍ଶିନୀ ଟ୍ବିଟ କରି ଏପରି କହିଛନ୍ତି ।

ବର୍ଷାରେ ଟ୍ବିଟରେ ଲେଖିଛନ୍ତି, ସତ କେବେ ଲୁଚି ରହେ ନାହିଁ । ଜଣକ ଉପରେ ଜାଲ ତଥା ମିଛ ଅଭିଯୋଗ ଆଣିବା ପୂର୍ବ ଭଗବାନ ଥରେ ଭୟ କରନ୍ତୁ । ଆଉ ମୋର ସେହି ଭଗବାନ ଉପରେ ଦୃଢ ବିଶ୍ବାସ ରହିଛି । ଆଇନକାନୁନ ଊର୍ଦ୍ଧ୍ବରେ କିଛି ନାହିଁ । ମୁଁ ମୋର ଚୁପ ଭାଙ୍ଗିବାକୁ ଚେଷ୍ଟା କରୁଛି । ତେଣୁ ସେ ସାଧାରଣ ଜନତା ତଥା ତାଙ୍କ ଫ୍ୟାନ୍ସମାନଙ୍କୁ ତାଙ୍କର ଏହି ସମୟରେ ଛିଡା ହେବାକୁ ତଥା ଆର୍ଶୀବାଦ ଲୋଡିଛନ୍ତି ବର୍ଷା ।

  • Truth can never remain hidden🙏🏻
    ONE SHOULD FEAR GOD BEFORE BLAMING SOMEONE WITH FAKE & FALSE ALLEGATIONS 🙏🏻 I HAVE COMPLETE FAITH IN ALMIGHTY
    NOTHING ABOVE LAW 🙏🏻
    I NEED BLESSING OF EACH & EVERYONE IN THIS TOUGHEST TIME WHICH I AM GOING THROUGH 🙏🏻 TRYING TO BREAK THE SILENCE ... pic.twitter.com/9VK8M06mbD

    — VARSHA PRIYADARSHINI (@VarshaPriyadar3) September 6, 2020 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ୟ, ଓଲିଉଡର ସୁପରଷ୍ଟାର ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ନିର୍ଯ୍ୟାତନା ଅଭିଯୋଗ ଆଣି ଅଦାଲତର ଦ୍ବାରସ୍ଥ ହୋଇଥିଲେ ପତ୍ନୀ ତଥା ଓଲିଉଡର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏସ୍‌ଡିଜେଏମ୍‌ ଅଦାଲତରେ ସ୍ବାମୀ ଅନୁଭବଙ୍କ ନାମରେ ନିର୍ଯାତନା ଅଭିଯୋଗ ଆଣିବା ସହ ଭରଣପୋଷଣ ବାବଦରେ ଅର୍ଥ ଦାବି କରିଥିଲେ । ଏଥି ସହ ଘରୋଇ ହିଂସା ସହ ମାନସିକ ନିର୍ଯାତନା ମଧ୍ୟର ଅଭିଯୋଗ କରିଥିଲେ ପତ୍ନୀ ବର୍ଷା। କେବଳ ସେତିକି ନୁହେଁ, ଅନୁଭବଙ୍କୁ ମଦ୍ୟପ ଦର୍ଶାଇବା ସହ ବର୍ଷା ପ୍ରିୟଦର୍ଶନୀ ଅନୁଭବଙ୍କ ବିରୋଧରେ ଶାରୀରିକ ନିର୍ଯାତନାର ଅଭିଯୋଗ ଆଣିବା ସହ ସୁରକ୍ଷା ମାଗିଥିଲେ ।

ସେପଟେ ବର୍ଷାଙ୍କ ଏଭଳି ଅଭିଯୋଗ ପରେ ସାଂସଦ ଅନୁଭବ ମଧ୍ୟ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଛାଡପତ୍ର ପାଇଁ ଏକ ପିଟିସନ ଦାଖଲ କରିଛନ୍ତି । ଏହି ପିିଟିସିନରେ ସେ ବର୍ଷାଙ୍କ ଉପରେ ପାଲଟା ଅଭିଯୋଗ ଆଣି କହିଥିଲେ ବର୍ଷା ତାଙ୍କ ଉପରେ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏଥିସହ ଦୁହିଁ ମଧ୍ୟରେ ବୈବାହିକ ସମ୍ପର୍କ ନଥିବାରୁ ସେ ଅସହଜ ଅନୁଭବ କରୁଥିଲେ । ବର୍ଷା ଜଣେ ଭଲ ବହୁ ବୋହୂ ଓ ସ୍ତ୍ରୀ ହେବାରେ ବିଫଳ ହୋଇଛନ୍ତି । କୌଣସି ନା କୌଣସି କାରଣ ଦର୍ଶାଇ ବର୍ଷା ସବୁବେଳେ ବାପା ଘରେ ରହୁଥିଲେ । ଦୁହିଁଙ୍କ ବୈବାହିକ ଜୀବନକୁ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଲାଗି ରହିଛି ।

Last Updated : Sep 7, 2020, 8:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.