ଭୁବନେଶ୍ବର: ରାଜ୍ୟ ସଂସ୍କୃତି, ସାହିତ୍ୟ ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ମୂଳ କ୍ୟାଡରକୁ ଫେରିଯିବେ । 4 ବର୍ଷ ପାଇଁ ଡେପୁଟେସନରେ ଆସିଥିବା ଭାରତୀୟ ରାଜସ୍ବ ସେବା କ୍ୟାଡରର ଏହି ଅଧିକାରୀଙ୍କ କାର୍ଯ୍ୟକାଳ ଆସନ୍ତା 4ରେ ଶେଷ ହେଉଛି ।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ରୀଡା ସଚିବ ବିଶାଳ ଦେବଙ୍କୁ ସଂସ୍କୃତି ଓ ସାହିତ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ