ଭୁବନେଶ୍ବର: ରାଉରକେଲାର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଶଂସା କଲେ ପିଏମ ମୋଦି । ଏହା ପରେ ଫୋନ କରି ଭାଗ୍ୟଶ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାଗ୍ୟଶ୍ରୀଙ୍କ କଳାକୃତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ କି ବାତ' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶଂସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଗ୍ୟଶ୍ରୀ ସାହୁଙ୍କ କଳା କୃତିକୁ ପ୍ରଶଂସା କରିଛନ୍ତି । ଏହି କଳା ମାଧ୍ୟମରେ ସେ ଓଡ଼ିଶାକୁ ସମଗ୍ର ଭାରତବର୍ଷରେ ପରିଚୟ କରାଇପାରିଛନ୍ତି । ଓଡ଼ିଶାର ପାରମ୍ପରିକ ଚିତ୍ରକଳାକୁ ପ୍ରଚାର ପ୍ରସାର କରାଇବାରେ ତାଙ୍କର ସାଧନା ଓ ନିଷ୍ଠା ଯୁବ ସମାଜ ପାଇଁ ନିଶ୍ଚିତ ଭାବରେ ପ୍ରେରଣାଦାୟୀ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡିଶାର କଳା ସଂସ୍କୃତିକୁ ସାରା ଭାରତରେ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି କହିଛନ୍ତି ।
ସୂଚନାଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ପ୍ରଥମ 'ମନ କି ବାତ' କାର୍ଯ୍ୟକ୍ରମରେ ରାଉରକେଲାର ଛାତ୍ରୀ ଭାଗ୍ୟଶ୍ରୀ ସାହୁଙ୍କ ପଟ୍ଟଚିତ୍ର କଳାକୁ ପ୍ରଶଂସା କରିଛନ୍ତି । ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ହୋଇଥିବାବେଳେ ସମୟକୁ ଅପଚୟ ନ କରି ସେ ଏହି ଭଳି କଳାକୃତି କରିଛନ୍ତି । ନିଜ କଲେଜ ଯିବା ସମୟରେ ବିଭିନ୍ନ କାଚ ସଂଗ୍ରହ କରିଥିଲେ । ସଫ୍ଟଷ୍ଟୋନରେ ଓଡିଶାର ଲୋକପ୍ରିୟ କଳା ପଟ୍ଟଚିତ୍ରର ଯାଦୁ ଦେଖାଇଥିବାରୁ ମୋଦି ତାଙ୍କୁ ଜାତୀୟ ସ୍ତରରେ ପ୍ରଶଂସା କରିବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ