ETV Bharat / city

ଆଳୁର ଆକାଶ ଛୁଆଁ ଦରକୁ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ

author img

By

Published : Jan 7, 2020, 1:57 PM IST

ପ୍ରଥମେ କନ୍ଦାଇଲା ପିଆଜ ଏବେ ଆଳୁ ପାଳି। ଆଳୁର ଆକାଶ ଛୁଆଁ ଦରକୁ ନେଇ ଖାଉଟି ଚିନ୍ତାରେ ଥିବାବେଳେ ଦର ନିୟନ୍ତ୍ରଣ ପାଇଁ ତର୍ଜମା ଚାଲିଥିବା କହିଲେ ଯୋଗାଣ ମନ୍ତ୍ରୀ। ଅଧିକ ଖବର ପଢନ୍ତୁ...

potato-price
ଆଳୁର ଆକାଶ ଛୁଆଁ ଦରକୁ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ପିଆଜ ପରେ ଖାଉଟିଙ୍କୁ କନ୍ଦାଉଛି ଆଳୁ। ହୁ ହୁ ହୋଇ ବଢୁଥିବା ପିଆଜ ଦରରେ ଟିକେ ଲଗାମ ଲାଗୁ ଲାଗୁ ଆଳୁଦର ଆକାଶଛୁଆଁ। ତେବେ ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ପତିକ୍ରିୟା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ l ବିଭାଗ ତରଫରୁ ଆମେ ସଜାଗ ଅଛୁ l ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି l

ପଡୋଶୀ ରାଜ୍ୟରୁ ଯେତିକି ପରିମାଣର ଆଳୁ ଆମଦାନୀ ହେବା କଥା ସେତିକି ହୋଇପାରୁନି l ଫଳରେ ଦର ବୃଦ୍ଧି ପାଇଛି l କିଭଳି ଲୋକେ ସୁଲଭ ମୂଲ୍ୟରେ ଆଳୁ ପାଇ ପାରିବେ ସେନେଇ ବର୍ତ୍ତମାନ ପରିସ୍ଥିତିରେ ତର୍ଜମା ଚାଲିଛି l

ସୂଚନା ଅନୁସାରେ, ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଆଳୁର ଦର ହଠାତ୍ ୧୫ ଟଙ୍କାରୁ ବଢ଼ି ୩୫ ଟଙ୍କାକୁ ଛୁଇଁଲାଣି। ଯାହାକୁ ନେଇ ଗ୍ରାହକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟରେ ଆଳୁ ଦର ବୃଦ୍ଧି ନେଇ ପତିକ୍ରିୟା ରଖିଲେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ l ବିଭାଗ ତରଫରୁ ଆମେ ସଜାଗ ଅଛୁ l ଅସାଧୁ ବ୍ୟବସାୟୀଙ୍କ ଉପରେ ନଜର ରଖାଯାଇଛି l Body:ପଡୋଶୀ ରାଜ୍ୟରୁ ଯେତିକି ଆମଦାନୀ ହେବ କଥା ସେତିକି ହେଇପାରୁନି l ଫଳରେ ଦର ବୃଦ୍ଧି ପାଇଛି l କିଭଳି ଲୋକଙ୍କୁ ସୁଲଭ ମୂଲ୍ୟରେ ଆଳୁ ପାଇ ପାରିବେ ସେନେଇ ତର୍ଜମା ଚାଲିଛି l Conclusion:ଫେୟାର ପ୍ରାଇସ ସୋପରେ ସୁଲଭ ମୂଲ୍ୟରେ ଯୋଗେଇବ ପାଇଁ ଆଲୋଚନା ଚାଲିଛି l ତେବେ ଦିନକୁ ଦିନ ପିଆଜ ଦର ହ୍ରାସ ପାଇବାରେ ଲାଗିଥିବା ବେଳେ ଆଳୁ ଦର ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ସପ୍ତାହ ମଧ୍ୟରେ ବଜାରରେ ଆଳୁର ଦର ହଠାତ୍ ୧୫ ଟଙ୍କାରୁ ବଢ଼ି ୩୫ ଟଙ୍କାକୁ ଛୁଇଁଲାଣି। ଯାହାକୁ ନେଇ ଗ୍ରାହକ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି l
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.