ETV Bharat / city

କ୍ୟାପିଟାଲ ହସ୍ପିଟାଲର କଦର୍ଥ ଚିତ୍ର, ପ୍ରସବର ସପ୍ତାହକ ପରେ ବାହାରୁଛି ଗଜ୍‌ ଓ ଗ୍ଲୋବସ

author img

By

Published : Nov 17, 2019, 11:38 PM IST

Updated : Nov 18, 2019, 2:01 AM IST

କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ହେୟଜ୍ଞାନ । ପ୍ରସବ ସମୟରେ ରହିଯାଉଛି ଗଜ୍‌ କପଡା ଓ ଗ୍ଲୋବସ୍‌ । ଜାଣିପାରୁନାହାଁନ୍ତି ଡାକ୍ତର । ସେପଟେ ସପ୍ତାହେ ଯନ୍ତ୍ରଣାରେ ଛଟପଟ ହେବା ପରେ ପରିସ୍ରା ନଳୀ ପଟେ ବାହାରୁଛି ଗଜ୍‌ କପଡା ଓ ଗ୍ଲୋବସ୍‌ ।

ଡିଜାଇନ ଫଟୋ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ହେୟଜ୍ଞାନ । ପ୍ରସବ ସମୟରେ ରହିଯାଉଛି ଗଜ୍‌ କପଡା ଓ ଗ୍ଲୋବସ୍‌ । ଜାଣିପାରୁନାହାଁନ୍ତି ଡାକ୍ତର । ସେପଟେ ସପ୍ତାହେ ଯନ୍ତ୍ରଣାରେ ଛଟପଟ ହେବା ପରେ ପରିସ୍ରା ନଳୀ ପଟେ ବାହାରୁଛି ଗଜ୍‌ କପଡା ଓ ଗ୍ଲୋବସ୍‌ ।

କ୍ୟାପିଟାଲ ହସ୍ପିଟାଲର କଦର୍ଥ ଚିତ୍ର, ପ୍ରସବର ସପ୍ତାହକ ପରେ ବାହାରୁଛି ଗଜ୍‌ ଓ ଗ୍ଲୋବସ

ନଭେମ୍ବର 7 ତାରିଖ... କ୍ୟାପିଟାଲ ହସ୍ପିଟାଲରେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ଫୁଲବାଣୀର ଜଣେ ମହିଳା । ଅନ୍ୟପଟେ ନର୍ମାଲ ଡେଲିଭରୀ ପରେ ଜଣେ ନର୍ସ, ମହିଳାଙ୍କୁ 700 ଟଙ୍କା ମାଗିଥିଲେ । ହେଲେ ସେ ଦେବାକୁ ମନା କରିଦେଇଥିଲେ । ଏହା ପରେ କୌଣସି ଡାକ୍ତର କିମ୍ବା ନର୍ସ ତାଙ୍କୁ ଉଚିତ୍‌ ସେବା ଯୋଗାଇ ନଦେଇ 48 ଘଣ୍ଟା ପରେ ଡିସଚାର୍ଜ କରିଦେଇଥିଲେ । ଘରେ ପହଞ୍ଚିବା ପରେ ତାଙ୍କର ଯନ୍ତ୍ରଣା ବଢିବା ସହ ସପ୍ତାହେ ପରେ ପରିସ୍ରା ନଳୀ ପଟେ ଗଜ୍‌ କପଡା ଓ ଗ୍ଲୋବସ୍‌ ବାହାରିଥିବାର ସେ ଅଭିଯୋଗ କରିଛନ୍ତି । ଏହାସହ ତାଙ୍କୁ ସେହି ଦିନଠୁ ଜ୍ବର ଛାଡୁ ନଥିବା ମଧ୍ୟ ସେ କହିଛନ୍ତି ।

ଏହି ଘଟଣା ପରେ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକଙ୍କ ସହ ଅଲୋଚନା କରିବା ସହିତ ଏକ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ତଦନ୍ତ ପରେ ସେଦିନ ଯେଉଁ ଡାକ୍ତର ଓ ନର୍ସ ପ୍ରସୂତି ବିଭାଗରେ ଉପସ୍ଥିତ ଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହସ୍ପିଟାଲ ଅଧୀକ୍ଷକ ପରିବାରକୁ ଆଶ୍ବାସନା ଦେଇଛନ୍ତି ।

ଏଠି ପ୍ରଶ୍ନ ଉଠୁଛି, ମୋ ସରକାର ଯୋଜନା ଆରମ୍ଭ ହୋଇଥିବା କ୍ୟାପିଟାଲ ହସ୍ପିଟାଲରେ ଏପରି ଅସାବଧାନତା କିପରି ? କେଉଁ ପରିସ୍ଥିତିରେ କାର୍ଯ୍ୟରତ ନର୍ସ ଓ ଡାକ୍ତର ବିନା ଚେକଅପରେ ତାଙ୍କୁ ଡିର୍ସଚାର୍ଜ କଲେ ? ତେବେ ଏତେ ସବୁ ପରେ ‘ମୋ ସରକାର ଯୋଜନା’ରେ ଏହି ପୀଡିତାଙ୍କୁ କେବେ ନ୍ୟାୟ ମିଳୁଛି ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:exclusive

ଡାକ୍ତରଙ୍କ ହେଜ୍ଞାନ, ପ୍ରସୂତିର ଦୁଇ ଦିନ ପରେ ବାହାରୁଛି ଗଜ ଓ ଗ୍ଲୋବସ।

ମୋ ସରକାର, ଉଚିତ ରୋଗୀ ସେବା, ରୋଗୀଙ୍କୁ ଉଚିତ ବ୍ୟବହାର ସବୁ କିଛି ଫେଲ ମାରିଛି। ଜଣେ ପ୍ରସୂତୀଙ୍କ ସାଧାରଣ ଭାବରେ ଏକ ଶିଶୁ ଜନ୍ମ ହେଲା ପରେ କିଭଳି ଭାବରେ ତାଙ୍କ ଦେହରେ ରହିଗଲା ଗଜ କପଡା ଓ ଗ୍ଲୋବସ। ଏବେ ବି କଷ୍ଟରେ ଥାଇ କହିଛନ୍ତି 'ମୁଁ ଯେଭଳି କଷ୍ଟ ପାଉଛି ସେଭଳି ଅନ୍ୟମାନେ କଷ୍ଟ ନ ପାଆନ୍ତୁ' ବୋଲି କହିଛନ୍ତି ପ୍ରସୂତି।

Body:

କ୍ୟାପିଟାଲ ହସ୍ପିଟାଲ । ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲ। ଯେଉଇଁଠୁ ଆରମ୍ଭ ହୋଇଥିଲା ମୋ ସରକାର ସେହି ହସ୍ପିଟାଲରେ ବାରମ୍ବାର ଦେଖିବାକୁ ମିଳୁଛି ଅଭାବନୀୟ ଘଟଣା। ନା ମିଳୁଛି ରୋଗୀଙ୍କୁ ଉଚିତ ସେବା , ଉଚିତ ବ୍ୟବହାର ନା ମିଳୁଛି ହସ୍ପିଟାଲ କତ୍ତୃପକ୍ଷଙ୍କ ଆକ୍ସନ। ରାଜ୍ୟର ଅନେକ ଅଂଚଳରୁ ନିଜର ରୋଗୀ ସେବା ପାଇଁ ଆସିଥାନ୍ତି ଅନେକ ଲୋକ।କେତେ ଆଶା ବିଶ୍ବାସ ନେଇ ଆସିଥାନ୍ତି ହସ୍ପିଟାଲକୁ । ହେଲେ ଏଠିକିନ୍ତୁ ସବୁ ଓଲଟା ଫଳ ମିଳୁଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଫୁଲବାଣୀ ରୁ ଆସିଥିବା ପ୍ରୀତିପ୍ରଦା ନାୟକଙ୍କ ସହ।

ସେଦିନ ଥିଲା ନଭେମ୍ବର ୭ ତାରିଖ ସକାଳ ସମୟ। ଫୁଲବାଣୀର ପ୍ରୀତିପ୍ରଦା ନାୟକ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଆଡମିଶନ ନେଇଥିଲେ। ଏବଂ ସେହି ଦିନ ଏକ ଶିଶୁ ପୁତ୍ରକୁ ଜନ୍ମଗ୍ରହଣ କରିଥିଲେ। ହେଲେ ଶିଶୁ ପୁତ୍ର ଟି ବିନା ଅପେରେସନରେ ଶିଶୁ ଜନ୍ମ ହୋଇଥିବା ଜାଣି ପରିବାର ଲୋକ ଖୁସି ହୋଇଯାଇଥିଲେ।କିନ୍ତୁ ପରିବାର ଲୋକ ଜାଣିନଥିଲେ ଯେ ଖୁସି ଭିତରେ ଦୁଃଖ ବି ମାଡି ଆସିବ। ନରର୍ମାଲ ଭାବରେ ଶିଶୁ ଜନ୍ମ ହେଲା ପରେ ସେହି ଦିନ ଡିୟୁଟି ରେ ଥିବା ଏକ ନର୍ସ ତାଙ୍କୁ ଚିକିତ୍ସା ବାବଦରେ 700 ଟଙ୍କା ମଗିଥିଲା। ଆର୍ଥିକ ଅଭାବ ରହିଥିବାରୁ ପ୍ରୀତିପ୍ରଦା ପଇସା ନଦେବାକୁ ବାରଣ କରିଥିଲେ । ଏହାକୁ ନେଇ ପ୍ରୀତିପ୍ରଦର ଚିକିତ୍ସା ରେ ଅବହେଳା କରିଥିଲେ ଡାକ୍ତର। ନା ମିଳୁଥିଲା ଉଚିତ ସେବା ନା ବ୍ୟବହାର। ୪୮ ଘଟଣା ପରେ ଡାକ୍ତର ତାଙ୍କୁ ଘରକୁ ଯିବା ପାଇଁ କହିଥିଲେ। ଘରକୁ ଆସିଲା ପରେ ପ୍ରୀତିପ୍ରଦାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ବାରେ ଲାଗିଲା। ଦିନକୁ ଦିନ ଜର ହେବା ସହ ପେଟରେ ବ୍ୟଥା ହେବା ବଢ଼ିବାରେ ଲାଗିଲା। ପ୍ରସୂତି ସମୟରେ ଏଭଳି ପେନ ହୁଏ ବୋଲି ଭାବି ରହିଯାଇଥିଲେ ପ୍ରିୟପଦା। କିନ୍ତୁ ନଂଭେମ୍ବର ୧୨ ତାରିଖ ରେ ଅତ୍ୟଧିକ ମାତ୍ରାରେ ପେନ ହେବାରୁ ନିଜେ ସମ୍ବାଳିନପାରି ନିଜେ ଦେଖିଥିଲେ। ଯାହା ଦେଖି ଦାରିଯାଇଥିଲେ ପ୍ରିୟପ୍ରଦା। ପରିସ୍ରା ନଳି ପଟେ ବାହାରିଥିଲା 3 ଟି ଗଜ କପଡା ଓ ଏକ ଗ୍ଲୋବସ। ଏହା ଦେଖି ଦାରିଯାଇ ୧୬ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ପୁଣିଥରେ ଦେଖାଇଥିଲେ। ଡାକ୍ତର ପ୍ରୀତିପ୍ରଦା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଦେଖିବାପରେ ଆଉ ଥରେ ଦୁଇ ଟି ଗଜ କପଡା ବାହାରିଥିଲା। ଏଭଳି ବରମ୍ଭର ଗଜ କପଡା ବାହାରିବା ନେଇ ଚିନ୍ତାରେ ପଡିଯାଇଛନ୍ତି ପରିବାର। ହେଲେ ପେଟରେ ଗଜ କପଡା ଓ ଗ୍ଲୋବସ କିଭଳି ରହିଗଲା। ଡାକ୍ତରଙ୍କ ବିନା ଚେକ ଅଫ ରେ ରୋଗୀଙ୍କୁ କିଭଳି ଛାଡିଦେଲେ। ଏନେଇ ଅନେକ ପ୍ରଶ୍ନ ଭିତରେ ଚିନ୍ତାରେ ରହିଛନ୍ତି ପରିବାର।

ଏହି ଘଟଣା ପରେ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲ ର ଅଧିକ୍ଷକଙ୍କ ଅଲୋଚନା କରିବା ସହ ଏକ ଲିଖିତ ଆକାରରେ ଅଭିଯୋଗ ଆଣିଛନ୍ତି। ଯାହା ହସ୍ପିଟାଲରେ ରୋଗୀ ସେବା କୁ ନେଇ ଅପ୍ରୀତିକର ହୋଇଛନ୍ତି ରୋଗୀ ଓ ତାଙ୍କ ସଂପକୀୟ। ତେବେ ଏହି ଘଟଣା ପରେ ହସ୍ପିଟାଲର ଅଧିକ୍ଷକ ପରିବାର ଲୋକଙ୍କୁ ଆଶ୍ୱାସନା ଦେବା ସହ ଯେଉଇଁ ଡାକରା ନର୍ସ ସେହି ଦିନ ପ୍ରସୂତି ବିଭାଗରେ ଉପସ୍ଥିତ ରହିଥିଲେ ସେମାନଙ୍କୁ ଚିନ୍ହଟ କରିବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରୀତିପ୍ରଦା ଓ ତାଙ୍କ ପରିବାର ବର୍ଗ ଙ୍କୁ କହିଛନ୍ତି ବୋଲି କହିଛନ୍ତି ପ୍ରୀତିପ୍ରଦା।

ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ଡ଼ଃ ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି ଯେ ଏକ ଲିଖିତ ଆକାରରେ ଅଭିଯୋଗ ହୋଇଛି। ଏହି ଘଟଣାର ପ୍ରାଥମିକ ତଦନ୍ତ କରାଯାଇଛି। ରବିବାର ଛୁଟି ରହିଥିବାରୁ ଷୋମବାର ଦିନ ତଦନ୍ତ କରାଯିବ। ୧୦୦ପ୍ରତିଶତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Byte- ପ୍ରୀତିପ୍ରଦା ପ୍ରଧାନ,
Byte- ଜାନୀ ପ୍ରଧାନ, ପ୍ରୀତିପ୍ରଦା ଙ୍କ ସ୍ୱାମୀ।

Conclusion:
Last Updated : Nov 18, 2019, 2:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.