ଭୁବନେଶ୍ବର: ନନ୍ଦନକାନନକୁ ପଡିଛି ଶନିଦଶା । କିଛିଦିନ ହେଲା ହର୍ପିସ ଭାଇରସରେ ହାତୀ ମୃତ୍ୟୁ ଘଟଣା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଥିବାବେଳେ ଏବେ ନୀଳଗିରି ଲଙ୍ଗୁର ମୃତ୍ୟୁ ଘଟଣା ମୁଣ୍ଡବିନ୍ଧାର କାରଣ ପାଲଟିଛି ।
ନନ୍ଦନକାନନରେ ନୀଳଗିରି ପ୍ରଜାତି ହନୁମାଙ୍କଡ଼(ଲଙ୍ଗୁର)ର ମୃତ୍ୟୁ ଘଟିଛି । ସପ୍ତାହେ ଧରି ଅସୁସ୍ଥ ରହିବା ପରେ ସୋମବାର ମଧ୍ୟାହ୍ନରେ ଲଙ୍ଗୁରର ମୃତ୍ୟୁ ଘଟିଛି । ପୂର୍ବରୁ ପୁରୁଷ ଲଙ୍ଗୁର ଓ ତାର ଛୁଆ ଲଙ୍ଗୁରର ମୃତ୍ୟୁ ଘଟିଥିବାବେଳେ ଏବେ ମାଈ ଲଙ୍ଗୁରର ମୃତ୍ୟୁ ଘଟିଛି ।
ଦେଖିବାକୁ ଗଲେ ଦୀର୍ଘଦିନ ଧରି ଲଙ୍ଗୁର ଆସୁସ୍ଥ ରହିଥିଲା । ଦିନକୁ ଦିନ ଗୋଟେ ପରେ ଗୋଟେ ଜୀବଜନ୍ତୁଙ୍କ ଜୀବନ ଯାଉଛି । ଯାହାକୁ ନେଇ ଏବେ ନନ୍ଦନକାନନ କର୍ତ୍ତୃପକ୍ଷ ଓ ପର୍ଯ୍ୟଟକ ମଧ୍ୟରେ ଭାଳେଣି ପଡିଛି ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ