ETV Bharat / city

ରଘୁନାଥଙ୍କ ଅବସ୍ଥା ଭୋଗିବେ ଭର୍ତ୍ତୃହରି ! ପୋଲିସ ଆକ୍ସନ ଉପରେ ନବୀନଙ୍କ ନଜର

ବାଜିରେ ଲାଗିଛି ଗୋଟିଏ ପ୍ରତିଷ୍ଠିତ ରାଜନୈତିକ ପରିବାରର ଭାଗ୍ୟ ଓ ଭବିଷ୍ୟତ । ପୋଲିସର ଆକ୍ସନ ନେବା କ୍ଷଣି ଇତିହାସ ହୋଇ ଯାଇପାରେ ଏହି ପରିବାରର ପ୍ରତିଷ୍ଠା ଓ ଆଭିଜାତ୍ୟ । ହୁଏତ ଏହି ମାମଲା ସୁ-ପ୍ରତିଷ୍ଠିତ ରାଜନୈତିକ ପରିବାରକୁ କ୍ଷମତାରୁ ନିର୍ବାସନ ରାସ୍ତା ଦେଖାଇପାରେ । ଅଧିକ ପଢ଼ନ୍ତୁ...

author img

By

Published : Aug 19, 2021, 11:02 PM IST

ରଘୁନାଥଙ୍କ ଅବସ୍ଥା ଭୋଗିବେ ଭର୍ତ୍ତୁହରି ! ପୋଲିସର ଆକ୍ସନ ଉପରେ ନବୀନଙ୍କ ନଜର

ଭୁବନେଶ୍ବର: ଗୋଟିଏ ମାମଲା, କିନ୍ତୁ ବାଜିରେ ଲାଗିଛି ଗୋଟିଏ ପ୍ରତିଷ୍ଠିତ ରାଜନୈତିକ ପରିବାରର ଭାଗ୍ୟ ଓ ଭବିଷ୍ୟତ । ପୋଲିସର ଆକ୍ସନ ନେବା କ୍ଷଣି ଇତିହାସ ହୋଇ ଯାଇପାରେ ଏହି ପରିବାରର ପ୍ରତିଷ୍ଠା ଓ ଆଭିଜାତ୍ୟ । ହୁଏତ ଏହି ମାମଲା ସୁ-ପ୍ରତିଷ୍ଠିତ ରାଜନୈତିକ ପରିବାରକୁ କ୍ଷମତାରୁ ନିର୍ବାସନ ରାସ୍ତା ଦେଖାଇପାରେ । ଆମେ କହୁଛୁ ପୁତ୍ରବଧୂ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇପଡିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପରିବାରର କଥା । ଆକ୍ସନ ଭୋପାଳରେ କିନ୍ତୁ ରିୟାକ୍ସନ ଓଡ଼ିଶାରେ । ଚର୍ଚ୍ଚା ଆରମ୍ଭ ହୋଇଛି, ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବାସନ୍ଦର ସାମ୍ନା କରିବାକୁ ପଡ଼ିପାରେ । କାରଣ ବିଜେଡି ସୁପ୍ରିମୋ ନବୀନ ପଚ୍ଚନାୟକ ମହିଳା ବିରୋଧୀ ଅପରାଧକୁ ଜିରୋ ଟଲରାନ୍ସ ନୀତି ଘୋଷଣା କରିଛନ୍ତି । ଅତୀତରେ ଏହାର ଏକ ବଡ଼ ଉଦାହରଣ ହେଉଛନ୍ତି ନବୀନଙ୍କ ଏକାନ୍ତ ସହଯୋଗୀ ତଥା ତତ୍କାଳୀନ କ୍ୟାବିନେଟ ମନ୍ତ୍ରୀ ରଘୁନାଥ ମହାନ୍ତି ।

ବିପଦରେ କ୍ଷମତାର ଲଢେଇରେ ବିରୋଧୀଙ୍କୁ ବାରମ୍ବାର ଚେକ ଦେଇଥିବା ମହତାବଙ୍କ ପରିବାର । ଭୋପାଳର ମହିଳା ଥାନରେ ଗୋଟିଏ ଯୌତୁକ ମାମଲା ରୁଜୁ ହେବା ପରେ ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । କାରଣ ଏହି ମାମଲାର ସମ୍ପର୍କ ଓଡ଼ିଶାର ଗୋଟିଏ ପ୍ରତିଷ୍ଠିତ ରାଜନୈତିକ ପରିବାର ସହିତ ରହିଛି । ଏମିତି ଗୋଟିଏ ପରିବାର ଯାହା ରାଜ୍ୟକୁ ଦେଇଛି ଜଣେ ପ୍ରଖ୍ୟାତ ମୁଖ୍ୟମନ୍ତ୍ରୀ । ସେହି ଚର୍ଚ୍ଚିତ ନେତାଙ୍କ ପରିବାର ଏବେ ଯୌତୁକ ନିର୍ଯାତନା ମାମଲାରେ ଛନ୍ଦି ହୋଇଛି । ସେ ହେଉଛନ୍ତି ଭର୍ତ୍ତୃହରି ମହତାବ । ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ପୁଅ ତଥା କଟକ ସାଂସଦ ଭର୍ତ୍ତୃହରି । ବିଜେଡିର ଭାବମୂର୍ତ୍ତି ପାଇଁ ଭର୍ତ୍ତୃହରି ଏବେ ବୋଝ ହୋଇପଡିଛନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଦଳର ଅନେକ ବରିଷ୍ଠ ନେତା ଏହା ପାର୍ଟି ଇମେଜକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରୁଛନ୍ତି । ଏମିତିରେ ଚର୍ଚ୍ଚା ହେଉଛି ଯେ, ଯୌତୁକ ନିର୍ଯାତନା ଅଭିଯୋଗ ପାଇଁ ବିଜେଡିର ବରିଷ୍ଠ ନେତା ତଥା 3 ଦଶନ୍ଧିର ସାଂସଦ ଦଳରୁ ବିଦା ହୋଇପାରନ୍ତି । ବୋହୂ ସାକ୍ଷୀ, ମହତାବ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗରେ ସାଂସଦଙ୍କୁ ମଧ୍ୟ ପକ୍ଷ କରିଛନ୍ତି । ବଧୂ ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗରେ ପୋଲିସ ଆକ୍ସନର ସାମ୍ନା କରିପାରନ୍ତି ଭର୍ତ୍ତୃହରି ଓ ତାଙ୍କ ପରିବାର । ଯଦି ଏମିତି ହୁଏ, ତେବେ ଭର୍ତ୍ତୃହରିଙ୍କ ବିରୋଧରେ ଯେକୌଣସି ମୁହୂର୍ତ୍ତରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । ଏପରିକି ତାଙ୍କୁ ଦଳରୁ ବହିଷ୍କାର କରାଯାଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ମହତାବଙ୍କ ପାଇଁ ଦଳର ଇମେଜ୍ ନଷ୍ଟ ହୋଇଛି । ତେଣୁ ତାଙ୍କୁ ବହିଷ୍କାର କରାଯାଉ ବୋଲି ଦଳ ଭିତରେ ଦାବି ହେଉଛି । ମହିଳା ବିରୋଧୀ ଅପରାଧ ବିରୋଧରେ ଜିରୋ ଟଲରାନ୍ସ ନୀତିକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅପଣାଇଥିବା କୁହାଯାଏ । ଯଦି ଏହା ସତ ତେବେ ଭର୍ତ୍ତୃହରିଙ୍କ ବିରୋଧରେ ଆସନ୍ତା ଦିନରେ କଠୋର ପଦକ୍ଷେପ ନେଇପାରନ୍ତି ନବୀନ । ଇତିହାସ ବି ଏହାକୁ ପ୍ରମାଣିତ କରିଛି । ଦଳ ଓ ନିଜର ଭାବମୂର୍ତ୍ତି ଆଗରେ ଏକାନ୍ତ ସହଯୋଗୀ ବି ନବୀନଙ୍କ ରୋଷରୁ ବର୍ତ୍ତି ନାହାଁନ୍ତି । ମହିଳା ବିରୋଧୀ ଅଭିଯୋଗ ଆସିଥିବା ସହଯୋଗୀଙ୍କ ବିରୋଧରେ ବି ନବୀନ ନେଇଛନ୍ତି କଠୋର କାର୍ଯ୍ୟାନୁଷ୍ଠାନ । ଏକ ସମୟରେ ନବୀନଙ୍କ ଏକାନ୍ତ ସହଯୋଗୀ ଥିବା ରଘୁନାଥ ମହାନ୍ତିଙ୍କ କଥାକୁ ବିଚାର ନିଆଯାଇପାରେ ।

ପୁତ୍ରବଧୂ ବର୍ଷାସୋନି ଯୌତୁକ ନିର୍ଯାତନା ମାମଲାରେ ରଘୁନାଥଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନବୀନ । 14 ମାର୍ଚ୍ଚ 2013ରେ ପୁତ୍ରବଧୂ ବାଲେଶ୍ଵର ଟାଉନ ଥାନାରେ ଅଭିଯୋଗ କରିଥିଲେ । ତା' ପର ଦିନ ଅର୍ଥାତ 15 ମାର୍ଚ୍ଚରେ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ରଘୁନାଥଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସର HRPCକୁ ମାମଲା ସ୍ଥାନାନ୍ତରିତ ହୋଇଥିଲା । ମାର୍ଚ୍ଚ 30ରେ ରଘୁନାଥ ଓ ତାଙ୍କ ପତ୍ନୀକୁ ପଶ୍ଚିମବଙ୍ଗର ହାୱର୍ଡା ଜିଲ୍ଲାର ସାଲିମାରୁ ଗିରଫ କରିଥିଲା HRPC । 1990ରୁ ଲଗାତାର ଭାବେ ବିଧାୟକ ତଥା ବିଜେଡିର ଉପସଭାପତି ଥିବା ରଘୁନାଥଙ୍କ ଠାରୁ ମୁହଁ ଫେରାଇ ନେଇଥିଲେ ନବୀନ । ବିଜେଡି ଓ ନବୀନଙ୍କ ପାଖରେ ରଘୁନାଥ ସବୁଦିନ ଲାଗି ଅଲୋଡ଼ା ହୋଇଯାଇଥିଲେ । ଅବଶ୍ୟ କିଛି ବର୍ଷ ପରେ ରଘୁନାଥଙ୍କ ପାରିବାରିକ ବିବାଦ ତୁଟିଥିଲା । କିନ୍ତୁ ସେତେବେଳେ ନା ନବୀନ ରଘୁନାଥଙ୍କୁ ଗ୍ରହଣ କରିଥିଲେ ନା ଭୋଟର ।

ଅନ୍ୟପଟେ ଭର୍ତ୍ତୃହରି ସହ ବିଜେଡିର ସମ୍ପର୍କ କିଛି ବର୍ଷ ହେବ ମଳିନ ପଡିବାରେ ଲାଗିଥିବା ଚର୍ଚ୍ଚା ହୋଇଆସୁଛି । ବିଭିନ୍ନ ସମୟରେ ଖବରକାଗଜରେ ସମ୍ପାଦକୀୟ ଲେଖି ଭର୍ତ୍ତୃହରି ରାଜ୍ୟ ସରକାର ଓ ନବୀନଙ୍କୁ ତେର୍ଚ୍ଛା ବାଣ ମାରୁଥିବା ଦେଖିବାକୁ ମିଳିଛି । ଏହା ସହ ଭର୍ତ୍ତୃହରି ବିଜେପି ମୁହାଁ ହୋଇଥିବା କଥା ମଧ୍ୟ ଚର୍ଚ୍ଚା ହୁଏ । ତେବେ ଏପରି ସ୍ଥିତିରେ ଭର୍ତ୍ତୃହରି ବିରୋଧୀରେ ଆକ୍ସନ ନେଇ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତ ଦେଲେଣି । ଏମିତି ହେଲେ ମହିଳା ବିରୋଧୀ ମାମଲାରେ ନବୀନ ଓ ବିଜେଡିର ଇମେଜ ସଫେଦ ବୋଲି ଆଉ ଥରେ ବାର୍ତ୍ତା ଯିବ । ଅନ୍ୟପଟେ ରଘୁନାଥଙ୍କ ପରି ଭର୍ତ୍ତୃହରିଙ୍କ ପଲିଟିକାଲ ଇମେଜ ଡ୍ୟାମେଜ ହୋଇଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.