ଭୁବନେଶ୍ବର: ବହୁ ବାଦବିବାଦ ପରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଟପ୍ପର ତାଲିକା । UG ଓ PG ଟପ୍ପର ତାଲିକା ପ୍ରକାଶ କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।
ୟୁଜିରେ କେମେଷ୍ଟ୍ରି ବିଭାଗର ସୁଶ୍ରୀ ଶୁଭସ୍ମିତା ହେଲେ ବେଷ୍ଟ ଗ୍ରାଏଜୁଟ । କେମେଷ୍ଟ୍ରିରେ 1284 ମାର୍କ ରଖି ସେ ଟପ୍ପର ହୋଇଛନ୍ତି । ଅନ୍ୟ 24ଟି ବିଭାଗରେ ମଧ୍ୟ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି । ଏହା ସହ ପିଜିରେ 11ଟି ବିଭାଗରେ ଛାତ୍ରମାନେ ଟପରେ ରହିଥିବାବେଳେ କମ୍ପ୍ୟଟର ସାଇନ୍ସରେ ବିଶାଖା ବିଶ୍ବଦର୍ଶନୀ ଦାସ 89.35 ନମ୍ବର ରଖି ଆଗରେ ରହିଛନ୍ତି ।
![ରମାଦେବୀ ବିଶ୍ବବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶିତ](https://etvbharatimages.akamaized.net/etvbharat/prod-images/od-bbsr-03-rdwomens-ug-pg-toper-7206049_03112020122655_0311f_1604386615_875.jpg)
ସୂଚନା ଅନୁଯାୟୀ, ଗତ ଅକ୍ଟୋବର 30 ତାରିଖରେ ବିଶ୍ବବିଦ୍ୟାଳୟର ପ୍ରକାଶ ପାଇଥିଲେ ମଧ୍ୟ ଟପ୍ପର ତାଲିକା ଘୋଷଣା କରାଯାଇପାରନିଥିଲା । ଛାତ୍ର ସଙ୍ଗଠନ ପକ୍ଷରୁ ଦୃଢ ପ୍ରତିବାଦ ପରେ ଟପ୍ପର ତାଲିକା ପ୍ରକାଶ ପାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ