ETV Bharat / city

ବିଧାନସଭାରେ ମୁଲତବୀ ଝଡ, ବିଜେପିର ଗୃହତ୍ୟାଗ ଧମକ - ବିଜେପିର ଗୃହତ୍ୟାଗ ଧମକ

ମଙ୍ଗଳବାର ବିଧାନସଭାରେ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଦେଇଛନ୍ତି । ବାଚସ୍ପତିଙ୍କ ଅଗ୍ରାହ୍ୟ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହତ୍ୟାଗ କରିବାର ଧମକ ଦେଇଛନ୍ତି । ଅଧିକ ପଢନ୍ତୁ...

ବିଧାନସଭାରେ ମୁଲତବୀ ଝଡ
ବିଧାନସଭାରେ ମୁଲତବୀ ଝଡ
author img

By

Published : Oct 6, 2020, 11:41 AM IST

ଭୁବନେଶ୍ବର : ମଙ୍ଗଳବାର ବିଧାନସଭାରେ ଦେଖିବାକୁ ମିଳିଛି ମୁଲତବୀ ଝଡ । ବିଜେପି ପିଏମ କିଶାନ ଯୋଜନାକୁ ନେଇ ମୁଲତବୀ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ବାଚସ୍ପତି ଅଗ୍ରାହ୍ୟ କରି ଦେଇଛନ୍ତି । ଯାହାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ କହିଛନ୍ତି, ପିଏମ କିଶାନ ଉପରେ ବିରୋଧୀ ମୁଲତବୀ ଆଲୋଚନା ପ୍ରସ୍ତାବ ଆଣିଥିଲୁ । ଏହାକୁ ବାଚସ୍ପତି ଅଗ୍ରାହ୍ୟ କରିଦେଇଛନ୍ତି। ଗତକାଲି କୃଷକ ସମସ୍ୟା ନେଇ ଆଲୋଚନା ହୋଇଥିଲା । ତେଣୁ ଆଜି ପିଏମ କିଶାନ ଆଲୋଚନା କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ । ପିଏମ କିଶାନର ପ୍ରଥମ କିସ୍ତି ପାଇଲେ 37 ଲକ୍ଷ ଚାଷୀ। ଦ୍ଵିତୀୟ କିସ୍ତିରେ 20 ଲକ୍ଷ। ବାକି 17 ଲକ୍ଷ କେଉଁ ଆଡେ ଗଲା ବୋଲି ସେ ପଚାରିଛନ୍ତି । ଏହି ଆଲୋଚନା କଲେ କଣ ଆପଣଙ୍କ ମର୍ଯ୍ୟାଦା ହାନୀ ହେଉଛି ? କୃଷକ ସମସ୍ୟା ଓ ପିଏମ କିଶାନ ଏକା ପ୍ରସଙ୍ଗ ଯଦି ତେବେ ବାଚସ୍ପତି ଏହାର ଉତ୍ତର ଦିଅନ୍ତୁ । ନ ହେଲେ ଗୃହରେ ରହିବାର ଆମର କିଛି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।

ସେପଟେ ବାଚସ୍ପତି କହିଛନ୍ତି ଯେ, ମୁଲତବୀ ପ୍ରସ୍ତାବ କାଲି ସହ ସମାନ ଥିଲା। ତେଣୁ ଅଗ୍ରାହ୍ୟ କରାଯାଇଛି। ଏଠି କେହି ମୋ ଶତ୍ରୁ ନୁହଁନ୍ତି। ବିଧାନସଭାର ରୂଲ 60 ଅନୁସାରେ, ସମାନ ପ୍ରସଙ୍ଗ ଦୁଇ ଦିନ ଆଲୋଚନା ହେବନି। ଆମେ ଆଇନରେ ବନ୍ଧା ବୋଲି କହିଛନ୍ତି ବାଚସ୍ପତି ।

ଭୁବନେଶ୍ବରରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.