ETV Bharat / city

7 ମାସ ପରେ ବି ସରକାରୀ ସହାୟତାରୁ ବଞ୍ଚିତ ଫନି କ୍ଷତିଗ୍ରସ୍ତ

author img

By

Published : Nov 26, 2019, 8:32 PM IST

ବାତ୍ୟା 'ଫନି'କୁ 7 ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ୍ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚିତ ରହିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

fani victims did not get government assistance
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା 'ଫନି'କୁ ବିତିଯାଇଛି 7 ମାସ । ହେଲେ ଫନି ଦେଇଯାଇଥିବା ଦୁଃଖ ଦୁର୍ଦ୍ଦଶାରୁ ବର୍ତ୍ତିପାରିନାହାନ୍ତି ଅନେକ ପରିବାର । ପୁରୀ ଜିଲ୍ଲା ଏହି ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଯୋଗ୍ୟ ପରିବାରଙ୍କୁ ଏଯାବତ୍ ମିଳିନାହିଁ ସରକାରୀ ସହାୟତା । ସେପଟେ କିନ୍ତୁ ଅଯୋଗ୍ୟ ପରିବାରଙ୍କୁ ସରକାରୀ ସହାୟତା ରାଶି ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନାନୁସାରେ, ବାତ୍ୟା 'ଫନି' ପରେ କେନ୍ଦ୍ରୀୟ ଟିମ ତଦନ୍ତ ପାଇଁ ଆସିଥିଲେ । ତଦନ୍ତ ହେଲା ସମ୍ପୂର୍ଣ୍ଣ ତଥ୍ୟ ବି ନିଆଗଲା ହେଲେ ସହାୟତା ମିଳିଲାନାହିଁ । ଯାହାର ଫଳସ୍ବରୂର ଆଜି ବି କିଛି ପରିବାର ଜରି ପାଲ ବାନ୍ଧି ଜୀବନ ବିତାଉଛନ୍ତି । ତେବେ ଏନେଇ ତହସିଲଦାର ଓ ବ୍ଲକ ସ୍ତରରେ ରହୁଥିବା ଅଧିକାରୀଙ୍କୁ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇପାରିନାହାନ୍ତି ଫନି କ୍ଷତିଗ୍ରସ୍ତ ପରିବାର । ଫଳରେ ବାଧ୍ୟ ହୋଇ କିଛି ହିତାଧିକାରୀ ମଙ୍ଗଳବାର ରାଜ୍ୟ ଲୋକାୟୁକ୍ତ କମିଶନଙ୍କୁ ଭେଟିବା ସହ ସଠିକ ଭାବରେ ତଦନ୍ତ କରି ଘର ଭଙ୍ଗା ସହାୟତା ରାଶି ଦେବା ପାଇଁ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଫନି ସହାୟତା ରାଶି ଦେବାରେ ଅନିୟମିତତା, ଯୋଗ୍ୟ କ୍ଷତିଗ୍ରସ୍ତଙ୍କୁ ଅଣଦେଖା।

ଫାନି ବାତ୍ୟାର ୭ ମାସ ପରେ ବି ଜନସାଧରଙ୍କୁ ମିଳିନାହିଁ ସହାୟତା ରାଶି। ଏପର୍ଯ୍ୟନ୍ତ ସୁଧୁରୀ ପାରିନି ସେମାନଙ୍କ ଅବସ୍ଥା। ଆଜି ବି ବାସହରା ହୋଇ ରହିଛନ୍ତି ପୁରୀ ଜିଲ୍ଲାର ବିଭିନ୍ନ ପଂଚାୟତ ଓ ବ୍ଲକ।ସରକାରୀ ତଦନ୍ତରେ ପାତର ଅନ୍ତର ସହ ଯୋଗ୍ୟ କ୍ଷତିଗ୍ରସ୍ତ ଙ୍କୁ ମିଲିପରିଲାନି ସହାୟତା ରାଶି । ଏନେଇ ଶତାଧିକ ଫନି କ୍ଷତିଗ୍ରସ୍ତ ଲୋକାୟୁକ୍ତ ଙ୍କ ନିକଟରେ ଫେରାଦ ହୋଇଛନ୍ତି।

Body:
ଫନି ବାତ୍ୟା ଯିବାର ୭ ମାସ ପରେ ବି ଅନେକ ପରିବାର ଏବେବି ସରକାରୀ ସାହାଯ୍ୟରୁ ବଂଚିତ ହୋଇଛନ୍ତି। ଚାଲିଯାଇଛି ବାତ୍ୟା ହେଲେ ଅନେକ ପରିବାର କୁ ଦେଇଯାଇଛି ଦୁଃଖ ଦୃଦଶା। ଯାହା ଫଳରେ ମାସ ମାସ ଧରି ପୁରୀ ଜିଲ୍ଲାର ଅନେକ ପରିବାର ବିଭିନ୍ନ ସହାୟତରୁ ବଂଚିତ ହେଉଛନ୍ତି। ଫନି ବାତ୍ୟାରେ ପୁରୀ ଜିଲ୍ଲା ଅଧିକ କ୍ଷୟ କ୍ଷତି ଅଧିକ ହୋଇଥିବା ବେଳେ ଯୋଗ୍ୟ ପରିବାର ଙ୍କୁ ସହାୟତା ଯୋଗାଇ ଦିଆଯାଇନାହିଁ। କିନ୍ତୁ ଯେଉଁ ମାନେ କ୍ଷୟକ୍ଷତି ପାଇବାର ଯୋଗ୍ୟତା ନାହୁଁ ସେମାନଙ୍କୁ ସରକାରୀ ରାଶି ଦିଆଯାଇଛି ବୋଲି ଅଭିଯୋଗ ହେଉଛି। ତେବେ ଯେଉଇଁ ମାନଙ୍କର ଘର ଫନି ବାତ୍ୟାରେ ଭାଙ୍ଗି ଯାଇଛି ସେମାନଙ୍କର ଭଙ୍ଗା ଘରକୁ ଛାତ ଘର କହି ଭୁଲ ତଥ୍ୟ ଦେଇଛନ୍ତି। ଯାହା ଫଳରେ ଦୀର୍ଘ ଦିନ ପରେ ବି ବାତ୍ୟା ସହାୟତା ମିଳିପାରିନାହିଁ। ଯାହା ଶତାଧିକ ଲୋକମାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି।

ଫନି ବାତ୍ୟାରେ ଖୟକ୍ଷତି ଘଟିଥିବା ପରିବାର ବିଶେଷ କରି ପୁରୀ ଜିଲ୍ଲାର ଅନେକ ପରିବାର ରହିଛନ୍ତି। ଯାହା ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିପାରିନାହିଁ। ବାତ୍ୟା ପରେ କେନ୍ଦ୍ରୀୟ ଟିମ ଆସିଥିବା ବେଳେ ନା କୌଣସି ସହାୟତା ମିଳିପାରିନାହିଁ। ଯାହା ଆଜି ବି କିଛି ପରିବାର ଜରି ପାଲ ବାନ୍ଧି ଜୀବନ କଟାଉଛନ୍ତି। ସହସିଲଦାର ଓ ବ୍ଲକ ସ୍ତରରେ ରହୁଥିବା ଅଧିକାରୀମାନଙ୍କ ପାଖ ରେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସଫଳ ହୋଇପାରିନାହାନ୍ତି ଫନି କ୍ଷତିଗ୍ରସ୍ତ ପରିବାର।

ଏ ନେଇ କିଛି ଲୋକ ଆଜି ରାଜ୍ୟ ଲୋକାଯୁକ୍ତ କମିଶନଙ୍କୁ ଭେଟିବା ସହ ସଠିକ ଭାବରେ ତଦନ୍ତ କରାଯାଉ। ଘର ଭଙ୍ଗା ସହାୟତା ରାଶି ଦେବା ପାଇଁ ଦାବି କରିଛନ୍ତି।

Byte- ନିଶିକାନ୍ତ ମିଶ୍ର, ଆଇନଜୀବୀ
Byte- ଫନି କ୍ଷତିଗ୍ରସ୍ତ ପରିବାର।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.