ETV Bharat / city

ଅଧାରୁ ବନ୍ଦ ହେବ ବିଧାନସଭା ଅଧିବେଶନ ! - ବିଧାନସଭାର ଶୀତ ଅଧିବେଶନ

ପୂର୍ଣ୍ଣକାଳାନୀ ସମୟ ଯାଏଁ ଚାଲବନି ବିଧାନସଭାର ଶୀତ ଅଧିବେଶନ । କୌଣସି ବିଜନେସ ନଥିବାରୁ ବିଧାନସଭାକୁ ଅଧାରୁ ବନ୍ଦ କରିଦେବା ପାଇଁ ଚାଲିଛି ଯୋଜନା । ଆସନ୍ତା 2ରୁ 4ଦିନ ମଧ୍ୟରେ ଅନିର୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ହୋଇପାରେ ।

PHOTO
ବିଧାନସଭା
author img

By

Published : Nov 26, 2019, 8:13 PM IST

ଭୁବନେଶ୍ବର: ବିଧାନସଭା ଅଧିବେଶନ ଗତ 13 ତାରିଖରୁ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର 19 ତାରିଖରେ ଶେଷ ହେବା କଥା । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ହେଲେ, ଏହାର କାର୍ଯ୍ୟ ଅବଧି ଅଧା ସରିନଥିବା ବେଳେ ଗୃହକୁ ବନ୍ଦ କରିଦେବା ପାଇଁ ଏକ ମନ୍ତ୍ରଣା ଚାଲିଛି ବୋଲି ଶୁଣିବାକୁ ମିଳୁଛି ? ଏହା କ’ଣ ସତ ! ଯଦି ସତ ହୋଇଥାଏ, ଏହାର କାରଣ କ’ଣ ବୋଲି ଆଜି ଗୃହର ଶୂନ୍ୟ କାଳରେ ପ୍ରଶ୍ନ ଉଠାଇଛନ୍ତି ବିରୋଧି ଦଳର ନେତା ପ୍ରଦୀପ୍ତ ନାଏକ । ଏଥିସହିତ ବିଧାନସଭାରେ ବିରୋଧୀ ଦଳର ସଦସ୍ୟଙ୍କୁ କହିବାକୁ ସୁଯୋଗ ଦିଆଯାଉନି ବୋଲି ଅଭିଯୋଗ କରିଛନ୍ତି ଦଳର ଅନ୍ୟ ବିଧାୟକମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜନେସ ନାହିଁ ବୋଲି କୁହାଯାଉଛି । ସରକାରଙ୍କ ପାଖରେ କେତେ ବିଜିନେସ ଅଛି ଓ ଅଧିବେଶନ କେତେଦିନ ଚାଲିବାର ଆବଶ୍ୟକତା ରହିଛି, ଏକଥା କ’ଣ ସରକାର ବିଜ୍ଞପ୍ତି ପୂର୍ବରୁ ଜାଣିନଥିଲେ? ପ୍ରଶ୍ନୋତର କାର୍ଯ୍ୟକ୍ରମ କ’ଣ ଗୃହର ବ୍ୟବସାୟ ନୁହେଁ ? ଆହୁରି ହଜାର ହଜାର ସଂଖ୍ୟକ ପ୍ରଶ୍ନର ଉତ୍ତର ଦେବାକୁ ରହିଛି ସରକାର ଏତେ ଶୀଘ୍ର ଆଲୋଚନାକୁ ଡରୁଛନ୍ତି କାହିଁକି ? ସେହିପରି ବିଭାଗୀୟ ଅତିରିକ୍ତ ବଜେଟ ଉପରେ ଆଲୋଚନାକୁ ଏପରି କାଣ୍ଟଛାଣ୍ଟ କାହିଁକି କରାଯାଇଛି ବୋଲି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ।

ଜନସାଧାରଣଙ୍କ ସ୍ବାର୍ଥଜଡିତ ବହୁତ ଗୁଡିଏ ପ୍ରସଙ୍ଗ ଉପରେ ଗୃହରେ ଆଲୋଚନା ହେବାର ଥିଲା । ମହିଳାମାନଙ୍କ ଉପରେ ଅତ୍ୟାଚାର ଓ ହତ୍ୟା, ଧାନ ବିକ୍ରିରେ ଅବ୍ୟବସ୍ଥା, ବିଧାନସଭାରେ ମନ୍ତ୍ରୀଙ୍କ ଘୋଷଣା ଓ ବାହାରେ ଆଉ ଏକ ପ୍ରକାର ଘୋଷଣା ନେଇ ଚାଷୀଙ୍କ ମନରେ ସନ୍ଦେହ, କାଳିଆ ଯୋଜନାରେ ସରକାରଙ୍କ ଘୋଷଣା ଅନୁଯାୟୀ କିସ୍ତିୱାରୀ ଟଙ୍କା ପ୍ରଦାନ ନକରିବା, ଚିଟଫଣ୍ଡ ଠକେଇରେ ପଡିଥିବା ସ୍ବଳ୍ପ ସଂଚୟକାରୀ ମାନଙ୍କୁ କ୍ଷତିପୂରଣ ନଦେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଆଦି ଅଭିଯୋଗ ଉପରେ ସରକାରଙ୍କ ଆଭିମୁଖ୍ୟ କ’ଣ ଏ ପର୍ଯ୍ୟନ୍ତ ଜଣାଯାଇନାହିଁ । ଏପରି ସ୍ଥିତିରେ ଗୃହକୁ ହଠାତ ବନ୍ଦ କରିବା କାହା ସ୍ବାର୍ଥ୍ୟରେ ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ଗୃହ ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ବିରୋଧୀଙ୍କ ଏଭଳି ଅଭିଯୋଗର ଜବାବ ରଖିଛନ୍ତି ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜେପି ଓ କଂଗ୍ରେସ ମିଳିତ ଭାବେ ଗୃହ ଚଳେଇ ଦେଉନାହାଁନ୍ତି । ଗୃହର ଗୁରୁତ୍ବପୂର୍ଣ୍ଣ ସମୟ ଅପଚୟ ହେଉଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.