ETV Bharat / city

ବୟସ୍କଙ୍କୁ ଟୀକାକରଣ: ମିଥ୍ୟା ପ୍ରମାଣ ପତ୍ର ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

author img

By

Published : Mar 4, 2021, 8:23 AM IST

ରାଜ୍ୟରେ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ପାଇଁ ମିଥ୍ୟା ପ୍ରମାଣ ପତ୍ର ଦେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବୟସ୍କଙ୍କ ଟୀକାକରଣ: ମିଥ୍ୟା ପ୍ରମାଣ ପତ୍ର ଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ଗତ ମାର୍ଚ୍ଚ 1 ତାରିଖଠାରୁ ରାଜ୍ୟରେ ବରିଷ୍ଠ ବ୍ୟକ୍ତିଙ୍କ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କିଛି ବ୍ୟକ୍ତି କୌଣସି ଗୁରୁତର ରୋଗ ନଥାଇ ଟିକା ନେଉଥିବା ଅଭିଯୋଗ ଆସିଛି । ତେବେ ଏହାକୁ ଦୃଷ୍ଟିରେ ରଖି ମିଥ୍ୟା ପ୍ରମାଣ ପତ୍ର ଦେଖାଇ ଟିକା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

କୋଭିଡ ଯୋଦ୍ଧାଙ୍କ ଟୀକାକରଣ ଶେଷ ହେବା ପରେ ରାଜ୍ୟରେ ବୟସ୍କ ବ୍ୟକ୍ତିଙ୍କ ସମେତ ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ କିଛି ବ୍ୟକ୍ତି କୌଣସି ଗୁରୁତର ରୋଗ ନଥାଇ ଟିକା ନେଉଥିବା ଅଭିଯୋଗ ଆସିଛି । ଏହାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏମିତି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଜିଲ୍ଲାପାଳ, 5 ମହାନଗର କମିଶନ, ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ସମସ୍ତ ନିର୍ଦ୍ଦେଶକ, ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଗୁରୁତର ରୋଗୀଙ୍କର ଟୀକାକରଣ ଲାଗି ପଞ୍ଜୀକୃତ କରିବା ବେଳେ ତାଙ୍କର ସମସ୍ତ ତଥ୍ୟ ହାସଲ କରାଯାଉ ବୋଲି ପ୍ରଦୀପ୍ତ ଚିଠିରେ ଦର୍ଶାଇଛନ୍ତି । ପଞ୍ଜୀକୃତ ବ୍ୟକ୍ତିଙ୍କ ସମସ୍ତ ଦସ୍ତାବିଜକୁ ଭଲ ଭାବେ ଯାଞ୍ଚ କରି ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ରହିଛି । ତେବେ ଯେଉଁମାନେ ମିଥ୍ୟା ପ୍ରମାଣ ପତ୍ର ଦାଖଲ କରିଛନ୍ତି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହ ମିଥ୍ୟା ପ୍ରମାଣ କରୁଥିବା ଡାକ୍ତରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରୁଥିବାବେଳେ ମେଡିକାଲ୍ ପ୍ରାକ୍ଟିସରମାନଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ସେ କହିଛନ୍ତି ।

ଭୁବନେଶ୍ବର ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.