ETV Bharat / city

ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଚିହ୍ନଟ, ଛାତ୍ରୀଙ୍କ ଆଡମିଶନ ବାତିଲ !

author img

By

Published : Jul 8, 2022, 5:05 PM IST

Updated : Jul 8, 2022, 5:10 PM IST

ରାଜଧାନୀରେ ପୁଣି ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ଆଡମିଶନ । ନକଲି ଚିହ୍ନଟ ପରେ କଲେଜ ଛାତ୍ରୀଙ୍କ ଆଡମିଶନ ହେଲା ବାତିଲ । ଭୁବନେଶ୍ୱର ମହର୍ଷି ଆଇନ ମହାବିଦ୍ୟାଳୟରେ ପଢୁଥିଲେ ଛାତ୍ରୀ ଜଣଙ୍କ । ଅଧିକ ପଢନ୍ତୁ

ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ପଢୁଥିଲେ ପାଠ, ଚିହ୍ନଟ ପରେ ଆଡମିଶନ ବାତିଲ

ଭୁବନେଶ୍ବର: ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦାଖଲ କରି କଲେଜରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ରାଜଧାନୀର ବିଜେବି କଲେଜ ଓ ରାଜଧାନୀ କଲେଜରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ମହର୍ଷି ଆଇନ ମହାବିଦ୍ୟାଳୟରେ ଏହି ଘଟଣା ସାମ୍ନାକୁ ଆସିଛି । ଯୁକ୍ତ ତିନି ବିଜ୍ଞାନ ବିଭାଗର ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ଦାଖଲ କରି ଛାତ୍ରୀ ଜଣକ କଲେଜରେ ଆଡମିଶନ ନେଇ ପାଠ ପଢୁଥିଲେ।

ତେବେ ନକଲି ସାର୍ଟିଫିକେଟ ଚିହ୍ନଟ ହେବାପରେ ତାଙ୍କର ଆଡମିଶନକୁ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନକଲି ଭିନ୍ନକ୍ଷମ ଡାକ୍ତରୀ ପ୍ରମାଣପତ୍ର ଦାଖଲ କରି ଆଡମିଶନ ପାଇଁ ସଂରକ୍ଷଣ ଦାବୀ କରିଥିଲେ । ଛାତ୍ରୀଙ୍କ ଆଡମିଶନ ବାତିଲ କରିବା ପରେ SAMS ପୋର୍ଟାଲରେ ଅପଡେଟ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ଭଦ୍ରକ କଲେଜରେ 28 ଜଣ ଛାତ୍ର ଛାତ୍ରୀ ନକଲି ଭିନ୍ନକ୍ଷମ ସାର୍ଟିଫିକେଟରେ ପାଠ ପଢୁଥିବା ଚିହ୍ନଟ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଭୁବନେଶ୍ୱରର ବିଜେବି କଲେଜରୁ 8 ଜଣ ଓ ରାଜଧାନୀ କଲେଜରୁ ଚିହ୍ନଟ ହୋଇଥିଲେ 6 ଜଣ ଛାତ୍ରଛାତ୍ରୀ । ଏବଂ ଏସମସ୍ତଙ୍କର ଆଡମିଶନକୁ ପରବର୍ତ୍ତୀ ସମୟରେ ବାତିଲ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 8, 2022, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.