ETV Bharat / city

ବିଧାନସଭାରେ ଟୋକନ ତାତି, ମନ୍ତ୍ରୀ କହିଲେ 3 ମାସ ଅପେକ୍ଷା କର

author img

By

Published : Nov 19, 2019, 9:36 PM IST

ବିରୋଧୀ ଦଳ ଦେଇଥିବା ମୁଲତବୀ ନୋଟିସ ଉପରେ ଅପରାହ୍ନରେ ଗୃହରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ଉଭୟ ଶାସକ ବିରୋଧୀ ଭାଗ ନେଇ ଚାଷୀଙ୍କ ପାଇଁ ଗର୍ଜନ କରିଥିଲେ । ହେଲେ ମନ୍ତ୍ରୀ କହିଲେ ଏବେ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ହେବ ନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଧାନ ବିକ୍ରିରେ ଟୋକନ ବ୍ୟବସ୍ଥାକୁ ନେଇ ଗୋଟେ ପଟେ ପଶ୍ଚିମ ଓଡିଶାରେ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଯାଇଥିବା ବେଳେ ବିଧାନସଭାରେ ମଧ୍ୟ ଆଜି ତାର ପ୍ରଭାବ ପଡିଛି । ଚଳିତ ବର୍ଷରୁ ଆରମ୍ଭ ହୋଇଥିବା କେନ୍ଦ୍ରୀୟ ଟୋକନ ବ୍ୟବସ୍ଥାକୁ ନେଇ ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକମାନେ ଉଦବେଗ ପ୍ରକାଶ କରିଥଲେ । ଏ ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କହିଛନ୍ତି, ତିନି ମାସ ସମୟ ଦିଅନ୍ତୁ, ଯଦି ବ୍ୟବସ୍ଥା ଠିକ ଚାଲୁନାହିଁ ବୋଲି ଆପଣ କହିବେ ତେବେ ସରକାର ଏହାକୁ ପ୍ରତ୍ୟାହର କରିବେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମିଲର ଓ ମିଡିଲ ମ୍ୟାନଙ୍କୁ ଚେକ ଦେବାକୁ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ କେନ୍ଦ୍ରୀୟ ଟୋକନ ବ୍ୟବସ୍ଥା ପରୋକ୍ଷରେ ଚାଷୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି । ଚାଷୀ ନିର୍ଦ୍ଧାରିତ ସମୟରେ ମୋବାଇଲ ଏସଏମଏସ ଜରିଆରେ ଧାନ ସଂଗ୍ରହ ତଥ୍ୟ ପାଉନାହାଁନ୍ତି । ମିଲର ମାନେ ହିଁ ଧାନ ସଂଗ୍ରହ ପ୍ରକ୍ରିୟାର ହର୍ତ୍ତାକର୍ତ୍ତା ହୋଇଛନ୍ତି । ସେହିଭଳି ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଏକର ପିଛା ଯଥାକ୍ରମେ 19 ଓ 13 କ୍ବିଣ୍ଟାଲ ଧାନ ସଂଗ୍ରହର ଯେଉଁ ସୀମା ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି ତାକୁ ମଧ୍ୟ ବିରୋଧୀ ସମାଲୋଚନା କରିଛନ୍ତି । ପଶ୍ଚିମ ଓଡିଶାର କିଛି ଅଞ୍ଚଳରେ ଏକର ପିଛା 30ରୁ 40 କ୍ବିଣ୍ଟାଲ ଧାନ ସଂଗ୍ରହ ହେଉଛି । ଚାଷୀଙ୍କ ଠାରୁ ସରକାର ଯଦି ଧାନ ସଂଗ୍ରହ ନକରିବେ ଅଭାବି ବିକ୍ରି ହେବା ସ୍ବାଭାବିକ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗୃହରେ ଅଭିଯୋଗ କରିଥିଲେ ।

ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟିରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ 15 ତାରିଖରୁ ଧାନ ସଂଗ୍ରହ ଆରମ୍ଭ ହେବା କଥା । ବର୍ତ୍ତମାନ ଯାଏଁ କିନ୍ତୁ ଚାଷୀଙ୍କୁ ନା ଟୋକନ ମିଳିଛି ନା ଧାନ ସଂଗ୍ରହ ଆରମ୍ଭ ହୋଇଛି । ସେହିପରି କ୍ବିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦେଢଗୁଣା କରିବାକୁ ବିଜେପି ଘୋଷଣା କରିଥିଲା ବେଳେ ଆଜିଯାଏଁ ଏମଏସପି ବୃଦ୍ଧି ପାଉନି । ବିଧାନସଭାରେ ଆସିଥିବା ସର୍ବସମ୍ମତି ମତ ଅନୁୟାୟୀ ଏମଏସପି 2930 ଟଙ୍କାକୁ ବୃଦ୍ଧି କରିବା ପାଇଁ ମଧ୍ୟ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି କରୁନାହାଁନ୍ତି । ଧାନ ସଂଗ୍ରହରେ ମିଲରଙ୍କୁ ପ୍ରୋତ୍ସାହିତ କରି 1ହାଜର କୋଟି ଟଙ୍କାର ସ୍କାମ ହେଉଛି ବୋଲି ଅଭିଯୋଗ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ, ଟୋକନ ବ୍ୟବସ୍ଥା ନୂଆ ନୁହେଁ । ପୂର୍ବରୁ ପ୍ୟାକ୍ସ ଜରିଆରେ ଦିଆଯାଉଥିଲା, ଏବେ କେବଳ ରାଜ୍ୟ ସ୍ତରରୁ କେନ୍ଦ୍ରୀୟ ଭାବେ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଟୋକନ ବ୍ୟବସ୍ଥାରେ 1 ଲକ୍ଷ 53 ହଜାର 439 କ୍ବିଣ୍ଟାଲ ଧାନ ସଂଗ୍ରହ ପାଇଁ ଟୋକନ ଦିଆଯାଇଥିବା ବେଳେ 1270 କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି । ଏହାସହ ମନ୍ତ୍ରୀ ଆଶ୍ବାସନ ଦେଇ କହିଛନ୍ତି ତିନି ମାସ ଅପେକ୍ଷା କରନ୍ତୁ, ତା ପରେ ଯଦି ଏହା ଠିକ ଭାବରେ କାର୍ଯ୍ୟ କରିବ ନାହିଁ ତେବେ ପ୍ରତ୍ୟାହାର କରାଯିବ । ଅନ୍ୟପଟେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ମହିଳାଙ୍କୁ ନେଇ ଗଠିତ ଏସଏଚଜି ଜରିଆରେ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:

p

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.