ଭୁବନେଶ୍ବର: ଆଦିବାସୀ ମେଳାକୁ ନେଇ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ବୈଠକ। ଏଥର ସୋସିଆଲ ମିଡିଆରେ ବହୁଳ ଭାବରେ ପ୍ରଚାର ପ୍ରସାର କରାଯିବ। ଏନେଇ ଏକ ସ୍ୱତନ୍ତ୍ର ସୋସିଆଲ ମିଡ଼ିଆ ପ୍ଲାନକୁ ଉନ୍ମୋଚନ କରିଛନ୍ତି ମୁଖ୍ୟ ଶାସନ ସଚିବ।
ଆସନ୍ତା ଜାନୁୟାରୀ 26ରୁ ରାଜଧାନୀ ଭୁବନେଶ୍ବରର ଆଦିବାସୀ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା। ଫେବୃଆରୀ 9 ପର୍ଯ୍ୟନ୍ତ ଏହା ଚାଲିବ। ସକାଳ 11ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ମେଳାର ମଜା ନେଇପାରିବେ ଦର୍ଶକ। କୋଭିଡ ପ୍ରୋଟୋକଲ ଅନୁସାରେ ମେଳା ଆୟୋଜନ ହେବ। ଏନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ସୋସିଆଲ ମିଡିଆରେ ଭାରଚୁଆଲ ମୋଡ଼ରେ ମେଳା ବୁଲିପାରିବେ ଲୋକେ।
ସେହିଭଳି ଦେଶ ତଥା ଦେଶ ବାହାରେ ଥିବା ଲୋକେ କିଭଳି ଆଦିବାସୀ ମେଳାର ସାମଗ୍ରୀ ବର୍ଷବ୍ୟାପି ପାଇ ପାରିବେ ସେନେଇ ଏକ ଖସଡ଼ା ପ୍ରସ୍ତୁତ କରିବେ ସରକାର।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ