ETV Bharat / city

ବିଦ୍ୟାଶ୍ରୀଙ୍କୁ ଜିଆରପିର ଜେରା, ବାହାଘରର 7 ଦିନ ପରେ ହୋଇଥିଲା ଝଗଡା

author img

By

Published : Jul 17, 2020, 8:26 PM IST

Updated : Jul 18, 2020, 1:45 AM IST

aditya-murder-case-aditya-wife-interogation

20:14 July 17

ବିଦ୍ୟାଶ୍ରୀଙ୍କୁ ଜିଆରପିର ଜେରା, ବାହାଘରର 7 ଦିନ ପରେ ହୋଇଥିଲା ଝଗଡା

ବିଦ୍ୟାଶ୍ରୀଙ୍କୁ ଜିଆରପିର ଜେରା, ବାହାଘରର 7 ଦିନ ପରେ ହୋଇଥିଲା ଝଗଡା

ଭୁବନେଶ୍ବର: ଭୁବନେଶ୍ବର: ଦିନକୁ ଦିନ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ନୂଆ ମୋଡ ନେବାରେ ଲାଗିଛି । ଏବେ ବି ରହସ୍ୟ ଘେରରେ ଅଛନ୍ତି ଏହି ମାମଲା । ତେବେ ଏହାରି ମଧ୍ୟରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଶୁକ୍ରବାର ଜେରା କରିଛି ଜିଆରପି ପୋଲିସ । ଆଦିତ୍ୟ ରହୁଥିବା ସୁନ୍ଦରପଦା ସ୍ଥିତ ବାସଭବନରେ ପହଞ୍ଚି ଜିଆରି ପତ୍ନୀ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରିଥିଲା । ତେବେ ସାଢ଼େ ତିନି ଘଣ୍ଟା ଧରି ହୋଇଥିବା ଏହି ଜେରାରେ ବିଦ୍ୟାଶ୍ରୀ ଅନେକ କଥା ପୋଲିସ ସାମ୍ନାରେ କହିଛନ୍ତି ।

ବାହାଘରର ୭ ଦିନ ପରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିବା ଜଣାପଡିଛି । ଏପରିକି ଅନ୍ୟ ମହିଳାଙ୍କ ସହ ଆଦିତ୍ୟଙ୍କ ଯୋଗଯୋଗ ଥିବା କହିଛନ୍ତି ବିଦ୍ୟାଶ୍ରୀ । ଚିକୁ ଓ ସୋରର ଜଣେ ଯୁବତୀଙ୍କ ସହ ତାଙ୍କର ନିତି ଦିନିଆ କଥାବାର୍ତ୍ତା ରହିଥିବା ସେ କହିଛନ୍ତି ।

ଆଦିତ୍ୟଙ୍କ ମୃତ୍ୟୁ ଦିନ ରାତି ୪ଟା ଯାଏଁ ଭୁବନେଶ୍ବର ରେଳ ଷ୍ଟେସନରେ ଥିବାବେ ଳେସକାଳେ ସକାଳେ ମୃତ୍ୟୁ ଖବର ଶୁଣିଥିବା କହିଛନ୍ତି ବିଦ୍ୟାଶ୍ରୀ । ଏପରି ଅନେକ ପୁରୁଣା କଥାକୁ ଦୋହରାଇଥିଲେ ସେ । ଅନ୍ୟପକ୍ଷେ ଆଦିତ୍ୟଙ୍କ ବାପା ଓ ମାଆଙ୍କୁ ମଧ୍ୟ ପଚରାଉଚରା କରିଥିଲେ ଜିଆରପି ଅଧିକାରୀ । ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି । ତେବେ ଏଯାଏଁ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନଥିବା କହିଛନ୍ତି ଜିଆରପି ଡିଏସପି ଚନ୍ଦ୍ରଶେଖର ସାହୁ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jul 18, 2020, 1:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.