ETV Bharat / city

ଏବେ ବି ରହସ୍ୟ ଘେରରେ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ମୁହଁ ଖୋଲିଲେ ବାପା ମା’

author img

By

Published : Aug 25, 2020, 2:38 PM IST

ଆଦିତ୍ୟ ଦାସ ହତ୍ୟା ମାମଲାକୁ ବିତିଛି ଦେଢ ମାସ । ହେଲେ ଆଜି ବି ବାପା ମା’ ସହଜରେ ଗ୍ରହଣ କରିପାରୁନାହାନ୍ତି ପୁଅର ମୃତ୍ୟୁକୁ । ଏନେଇ ଏକ ଭିଡିଓ ଜାରି କରି ସେ ଘଟଣାର ପର୍ଦ୍ଦାଫାସ ସହ ଅଭିଯୁକ୍ତକୁ ଧରିବା ପାଇଁ ନିବେଦନ କରିଛନ୍ତି ।

aditya das death mystery, aditya das death update, aditya das parents video, bhubaneswar latest news, ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆଦିତ୍ୟ ଦାସ ମୃତ୍ୟୁ ଅପଡେଟ, ଆଦିତ୍ୟ ଦାସଙ୍କ ବାପା ମା’ଙ୍କ ଭିଡିଓ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଏବେ ବି ରହସ୍ୟ ଘେରରେ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ମୁହଁ ଖୋଲିଲେ ବାପା ମା’

ଭୁବନେଶ୍ବର: ଆଦିତ୍ୟ ଦାସ ମୃତ୍ୟୁ ମାମଲାକୁ ବିତିଛି ଦେଢ ମାସ । ଜିଆରପିଠାରୁ କ୍ରାଇମବ୍ରାଞ୍ଚ ନେଇଛି ତଦନ୍ତ ଭାର । 20ରୁ ଉର୍ଦ୍ଧ୍ବ ଲୋକଙ୍କ ନିଆଯାଇଛି ବୟାନ। ହାତ ଲେଖା ଡାଏରୀଠାରୁ ଆରମ୍ଭ କରି କଲ ରେକର୍ଡ ଓ ମୋବାଇଲ ଫୋନର ଫେସବୁକ ଓ ହ୍ବାଟସପ ତଥ୍ୟ ବି ପାଇଛି ତଦନ୍ତକାରୀ ସଂସ୍ଥା । ହେଲେ ଏତେସବୁ ସତ୍ତ୍ବେ ହତ୍ୟା ମାମଲା ପଛରେ କିଏ ସେନେଇ କୌଣସି ମିଳୁନି ସୁରାକ ।

ସୂଚନା ଅନୁଯାୟୀ ଜୁଲାଇ 7 ତାରିଖରୁ ଲିଙ୍ଗରାଜ ଷ୍ଟେସନରୁ ମିଳିଥିଲା ଆଦିତ୍ୟଙ୍କ ମୃତଦେହ । ମୃତ୍ୟୁ ପୁର୍ବରୁ ସିସିଟିଭି ଦୃଷ୍ୟ ସହ ଟ୍ରେନ ଲାଇନରେ ଯାତାୟତ କରିଥିବା ସମସ୍ତ ଟ୍ରେନର ଲୋକେ ପାଇଲଟ ଓ ଟ୍ରେନ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା ହୋଇଛି । ହେଲେ ଏତେସବୁ ସତ୍ତ୍ବେ 4 ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ଆବେଦନ କରିଛି କ୍ରାଇମବ୍ରାଞ୍ଚ।

ତେବେ ଏସବୁ ଭିତରେ ପୁଅର ମୃତ୍ୟୁ ପାଇଁ ଗୁମୁରି ଗୁମରି କାନ୍ଦୁଛନ୍ତି ବାପା ମା’। ସହଜରେ ଗ୍ରହଣ କରିପାରୁନାହାନ୍ତି ପୁଅର ମୃତ୍ୟୁକୁ । ଏହା ପଛରେ ପ୍ରକୃତ ଦୋଷୀକୁ ଧରିବାକୁ ଭିଡିଓ ଜରିଆରେ କରିଛନ୍ତି ଗୁହାରୀ । ଏପରିକି କେତେବଳେ ପୁଅକୁ ମନେ ପକାଇ ଖାଉ ନାହାନ୍ତି ତ କେତେବେଳେ ପୁଅର ମୃତ୍ୟୁ ଖବର ଶୁଣି ହେଉଛନ୍ତି ମର୍ମାହତ । ଏନେଇ ଏକ ଭିଡିଓ ଜାରି କରି ସେ ଘଟଣାର ପର୍ଦ୍ଦାଫାସ ସହ ଅଭିଯୁକ୍ତକୁ ଧରିବା ପାଇଁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.